Advertisment

ରାଜ୍ୟରେ ବିଜେପି-ବିଜେ଼ଡି ମେଣ୍ଟ ! ମୌନେ ସମ୍ମତିର ଲକ୍ଷଣ..

ଏକାଠି ହେଉଛନ୍ତି କି ବିଜେପି- ବିଜେଡି। କଣ NDAକୁ ବାହୁଡିବେ କି ନବୀନ?

ଅଦ୍ୟତନ ହୋଇଛି
BJP MP Jual Oram

BJP MP Jual Oram

Advertisment

ପ୍ରଧାନମନ୍ତ୍ରୀ ଓଡ଼ିଶା ଛାଡିବାର ପରଦିନ ହିଁ, ଆଜି ନବୀନ ନିବାସରେ ବିଜେଡିର ରୁଦ୍ଧଦ୍ୱାର ବୈଠକ। ଆଉ ସେପଟେ ବିଜେପି ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା। ବଢିଲା ଚର୍ଚ୍ଚା। ଏକାଠି ହେଉଛନ୍ତି କି ବିଜେପି- ବିଜେଡି। କଣ NDAକୁ ବାହୁଡିବେ କି ନବୀନ? ଏହି ଦୁଇ ବୈଠକରେ ଆଜି ଏ ନେଇ ବିସ୍ତୃତ ଚର୍ଚ୍ଚା ଆଲୋଚନା ହୋଇଥିବା କୁହାଯାଉଛି। ସେପଟେ ଯଦି ମେଣ୍ଟ ହେବ, ତାର ରୂପରେଖ କଣ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।

Advertisment

ତେବେ ବିଜେପିର ଦିଲ୍ଲୀ କୋର୍‌ କମିଟି ବୈଠକ ପରେ ସେଠାରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି। ମେଣ୍ଟ ଆଲୋଚନା ହୋଇଥିଲା, ଏକା ଲଢ଼ିବୁ ବୋଲି ମତ ଦେଇଛୁ। ମେଣ୍ଟ ନେଇ କିଛି ଫାଇନାଲ ହୋଇନି। ମେଣ୍ଟ ହେବ କି ନାହିଁ, ସେ ସଂପର୍କରେ କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ। କେନ୍ଦ୍ର ନେତୃତ୍ୱ ଯାହା ନିଷ୍ପତ୍ତି ନେବେ, ତାହା ହିଁ ହେବ।’

ସେପଟେ ନବୀନ ନିବାସରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର। ସେ କହିଛନ୍ତି, ‘ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ସେ ନିଷ୍ପତ୍ତି ନିଆଯିବ। ନବୀନଙ୍କ ନେତୃତ୍ୱରେ ଓଡ଼ିଶା ସଫଳତା ପାଇଚାଲିଛି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ।’

Advertisment
BJD BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ