Advertisment

ନାମାଙ୍କନ ଦାଖଲରେ କମ୍ପିଲା ଟ୍ଵିନସିଟି: ଆରମ୍ଭ ହେଲା ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା, ଜୁନ୍ ୪କୁ ଅପେକ୍ଷା

ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କେଉଁଝର। ୩ ପ୍ରମୁଖ ଦଳର ଯୋଦ୍ଧା ନିଜର କର୍ମୀ, ସମର୍ଥକ ଏବଂ ଦଳୀୟ ନେତାଙ୍କୁ ସାଙ୍ଗରେ ନେଇ ନାମାଙ୍କନ ଭରିଛନ୍ତି।

Nomination Filing

Nomination Filing

Advertisment

୨୪ ନିର୍ବାଚନୀ ରଣକ୍ଷେତ୍ର ପାଇଁ ମହାଯୋଦ୍ଧାଙ୍କ ଜାରି ରହିଛି ନାମାଙ୍କନ ପର୍ବ। ଆଜି ବି ପୁଳା ପୁଳା ହେଭିୱେଟଙ୍କ ପ୍ରାର୍ଥୀପତ୍ର ଦାଖଲ। ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କେଉଁଝର। ୩ ପ୍ରମୁଖ ଦଳର ଯୋଦ୍ଧା ନିଜର କର୍ମୀ, ସମର୍ଥକ ଏବଂ ଦଳୀୟ ନେତାଙ୍କୁ ସାଙ୍ଗରେ ନେଇ ନାମାଙ୍କନ ଭରିଛନ୍ତି। ମୈଦାନରେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି।

Advertisment

ବଢିଛି ରାଜନୀତିର ତାତି, କମ୍ପୁଛି କଟକ ଲୋକସଭା କ୍ଷେତ୍ର। ହେଭିୱେଟଙ୍କ ନାମାଙ୍କନ ପର୍ବରେ ଏକାକାର ଦଳୀୟ କର୍ମୀ ଏବଂ ସମର୍ଥକ। ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଛଅ ଛଅ ଥରର ସାଂସଦ। ଏଥର ସପ୍ତମ ଥର ପାଇଁ ଭାଗ୍ୟ ପରୀକ୍ଷା କରିବାକୁ ଯାଇ ଭରିଛନ୍ତି ନାମାଙ୍କନ। ନିରାଡ଼ମ୍ବର ଭାବେ ଆସିଲେ ଏବଂ କଟକ ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କଲେ। ତୃତୀୟ ପର୍ଯ୍ୟାୟ ତଥା ମେ ୨୫ରେ ନିର୍ବାଚନ ହେବାକୁ ଥିବା ଏହି ଆସନରେ ଭର୍ତ୍ତୃହରିଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀ ଥିବା ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ମଧ୍ୟ ଦଳବଳ ସହ ଆସି ନାମାଙ୍କନ ଭରିଛନ୍ତି।

କଟକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ବିଧାନସଭା ପ୍ରାର୍ଥୀ ନାମାଙ୍କନ ଭରି ପ୍ରତିପକ୍ଷଙ୍କୁ ଲଢ଼େଇ ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଯେମିତି ସୋଫିଆ ଫିର୍ଦ୍ଦୋସ୍। ମୈଦାନରେ ନୂଆ ଚେହେରା। କିନ୍ତୁ କଂଗ୍ରେସ ନେତା ତଥା ବାପା ମହମ୍ମଦ ମୋକିମଙ୍କ ଉତ୍ତରାଧିକାରୀ ସାଜି ଆଜି ବାରବାଟୀ-କଟକ ଆସନରୁ ଦାଖଲ କରିଛନ୍ତି ନାମାଙ୍କନ। କଟକ ଉପଜିଲ୍ଲାପାଳଙ୍କ ଅଫିସରେ ବାପା ଏବଂ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି କଟକ ସଦର ଆସନରୁ ପାଟପଟୁଆରରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା।

Advertisment

ଭୁବନେଶ୍ୱରରେ ଆଜି ବି ଜମିଲା ନାମାଙ୍କନ ରାଲି। ବିଭିନ୍ନ ଆସନର ପ୍ରମୁଖ ଯୋଦ୍ଧା ଶୋଭାଯାତ୍ରାରେ ଯାଇ ଦାଖଲ କରିଥିଲେ ପ୍ରାର୍ଥୀପତ୍ର। ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଥିବା ପ୍ରିୟଦର୍ଶୀ ନନ୍ଦନକାନନ ଛକରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଏବଂ ବିରାଟ ପଟୁଆରରେ ଯାଇ ନାମାଙ୍କନ ଭରିଛନ୍ତି। ଏଥର ସେ ବିଜେପି ଟିକଟରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ତେଣେ ବିଜେପିର ଏକାମ୍ର ପ୍ରାର୍ଥୀ ବାବୁ ସିଂ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ବାହାରିଥିଲେ ରାଲିରେ। ପରେ ଉପଜିଲ୍ଲାପାଳଙ୍କ ଅଫିସରେ ଦାଖଲ ଭରିଥିଲେ ନାମାଙ୍କନ। ବାବୁଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ମଧ୍ୟ ରାଲିରେ ଆସି ନାମାଙ୍କନ ଭରିଛନ୍ତି।

କଟକ-ଭୁବନେଶ୍ୱର ବ୍ୟତୀତ କେନ୍ଦୁଝର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଅନନ୍ତ ନାଏକ କେନ୍ଦ୍ରମନ୍ତ୍ରୀ ଫଗ୍ଗନ ସିଂ କୁଲସ୍ଥେଙ୍କ ସହ ଯାଇ ଦାଖଲ କରିଛନ୍ତି ପ୍ରାର୍ଥପତ୍ର। ସେହିପରି ଆନନ୍ଦପୁର କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ବିଶାଳ ଶୋଭାଯାତ୍ରାରେ ଆସି ସ୍ଥାନୀୟ ଉପ ଜିଲ୍ଲାପାଳ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣେ ବିଜେପିର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ମଧ୍ୟ ଆଜି ନାମାଙ୍କନ ଭରିଛନ୍ତି।

Advertisment

ଚିଲିକା ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପଟୁଆର। ଖୋର୍ଦ୍ଧା ନୂଆବସଷ୍ଟାଣ୍ଡରୁ ବିରାଟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ ନାମାଙ୍କନ। ଅପରପକ୍ଷେ ନିରାଡମ୍ବର ଭାବେ ଉପ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ।

BJD BJP Congress Nomination Filing Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ