Advertisment

BJD କୁ ଘାରିଲା କି ବିଦ୍ରୋହ ଭୟ ? ରିପିଟ୍‌ ହେଲେ ୫୬ ନେତା

ଆଜି ବିଧାନସଭା ପାଇଁ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଯେଉଁଥିରେ ଅଛନ୍ତି ୧୨ ମହିଳା ପ୍ରାର୍ଥୀଙ୍କ ସହ ୧୬ ନୂଆ ମୁହଁ। ଷଷ୍ଠ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟନାୟକ।

undefined

Assembly Election

Advertisment

ବିଜେଡି ଘୋଷଣା କଲା ୭୨ ବିଧାନସଭା ପ୍ରାର୍ଥୀ। ଯେଉଁଥିରେ ୧୬ ନୂଆ ମୁହଁ ଥିବା ବେଳେ ପ୍ରାୟ ୮୦ ପ୍ରତିଶତ ନେତା ରିପିଟ୍ ହୋଇଛନ୍ତି। ଆଉ ମାତ୍ର ୧୨ ମହିଳା ଚେହେରା, ଯାହା ପାଖାପାଖି ୧୬ ପ୍ରତିଶତ। ଅନ୍ୟ ପଟେ ପ୍ରଫୁଲ୍ଲ ସାମଲ, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ରଙ୍କ ପରି ଅନେକ ବିବାଦୀୟ ନେତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ ଅନେକଙ୍କ ଟିକେଟ ବି ଝୁଲାଇ ରଖିଛି।

Advertisment

ବିଜେଡିକୁ ଘାରିଲା କି ବିଦ୍ରୋହ ଭୟ ? ରିପିଟ୍ ହେଲେ ୫୬ ନେତା। ଆଜି ବିଧାନସଭା ପାଇଁ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଯେଉଁଥିରେ ଅଛନ୍ତି ୧୨ ମହିଳା ପ୍ରାର୍ଥୀଙ୍କ ସହ ୧୬ ନୂଆ ମୁହଁ। ଷଷ୍ଠ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟନାୟକ। ଯଦିଓ ୨୦୧୯ରେ ହିଞ୍ଜିଳି ସହ ବିଜେପୁରରୁ ଲଢିଥିଲେ ନବୀନ, କିନ୍ତୁ ପରେ ବିଜେପୁର ସିଟ୍ ଛାଡ଼ି ଦେଇଥିଲେ। ଏଥର କିନ୍ତୁ ବିଜେପୁର ପାଇଁ ପୁଣି ଥରେ ରୀତା ସାହୁଙ୍କୁ ଦଳ ଟିକେଟ ଦେଇଛି।

ସେହପିରି ବଡମ୍ବାରୁ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆଳିରୁ ପ୍ରତାପ ଦେବ, ଘଷିପୁରାରୁ ବଦ୍ରି ନାରାୟଣ ପାତ୍ରଙ୍କ ବରିଷ୍ଠ ନେତା ରିପିଟ୍ ହୋଇଛନ୍ତି। ସେହିପରି ସୋନପୁରରୁ ନିରଞ୍ଜନ ପୂଜାରୀ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ବୌଦ୍ଧରୁ ପ୍ରଦୀପ ଅମାତ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ ଓ ଭଞ୍ଜନଗରରୁ ରିପିଟ୍ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ।

Advertisment

ଅନ୍ୟପଟେ ଭଦ୍ରକ ଏବଂ ପୁରୀ ଜିଲ୍ଲାରେ ନେତାଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀ ଅଦଳ ବଦଳ କରି ନୂଆ ଷ୍ଟ୍ରାଟେଜି ଅପଣାଇଛି ଦଳ। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭଣ୍ଡାରୀପୋଖରୀ ପାଇଁ ପ୍ରାର୍ଥୀ କରିଥିବା ବେଳେ ଭଣ୍ଡାରୀପୋଖରୀ ବିଧାୟକ ହେଭିୱେଟ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ମିଳିଛି ଟିକେଟ। ସେହିପରି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରି ପଠାଇ ସଞ୍ଜୟ ଦାସବର୍ମାଙ୍କୁ ଦଳ ସତ୍ୟବାଦୀକୁ ଆଣିଛି।

ଅନ୍ୟପଟେ ଅନେକ ବିବାଦୀୟ ନେତାଙ୍କୁ ପୁଣି ଦଳ ଟିକେଟ ଦେଇଛି। ନିକଟରେ ଇଡି ମାମଲାରେ ଫଶିଥିବା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଦଳ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରି ଭଦ୍ରକରେ ଟିକେଟ ଦେଇଛି। ସେହିପରି ମହିଳା ବିରୋଧୀ ଅପରାଧ ଅଭିଯୋଗ ଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ଦଳ। ସେହିପରି ନୟାଗଡ ପରୀ ମାମଲାରେ ବିବାଦୀୟ ନେତା ଅରୁଣ ସାହୁଙ୍କୁ ଦଳ ପୁଣି ଟିକେଟ୍ ଦେଇଛି। ଏହା ସହ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ବିବାଦରେ ଥିବା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ବି ପୁଣି ଥରେ ଚେହେରା ହୋଇଛନ୍ତି।

Advertisment

ଅନ୍ୟପଟେ ଅନେକ ବିବାଦୀୟ ନେତାଙ୍କ ଟିକେଟ ବି ଏବେ ଝୁଲନ୍ତା ଅବସ୍ଥାରେ। ଯେମିତି ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଦାଲା ଥିବା ବିଧାୟକ ପ୍ରତାପ ଜେନା, ପ୍ରେମିକାକୁ ପ୍ରତାରଣା ଓ ବିବାହ ବିବାଦରେ ଥିବା ବିଜୟ ଶଙ୍କର ଦାସ। କାହିଁକି ନା ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ। ସେହିପରି ସିମୁଳିଆକୁ ନେଇ ବି କାର୍ଡ ଖୋଲିନି ବିଜେଡି। ଏଠି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମହିଳା ବିବାଦରେ ଫସିଥିଲେ।

୧୬ ନୂଆ ଚେହେରା ପ୍ରମୁଖ ଚେହେରା ଅଛନ୍ତି, ପ୍ରଣବ ପ୍ରକାଶ ଦାସ ଲୋକସଭା ଲଢିବା ପରେ ଯାଜପୁରରୁ ପ୍ରାର୍ଥୀ ହୋଇଛନ୍ତି ଦଶରଥପୁର ଅଧ୍ୟକ୍ଷା ସୁଜାତା ସାହୁ। ଚର୍ଚ୍ଚିତ ସିଟ୍ ଧାମନଗରରେ ନୂଆ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ। ଅନ୍ୟପକ୍ଷରେ ମହିଳା ସଶକ୍ତୀକରଣ କଥା କହୁଥିବା ବିଜେଡି କିନ୍ତୁ ପ୍ରଥମ ତାଲିକାରେ ଘୋଷିତ ୭୨ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୧୨ ଜଣ ମହିଳାଙ୍କୁ ସୁଯୋଗ ଦେଇଛି। ଯାହାକି ମାତ୍ର ୧୬.୬୬ ପ୍ରତିଶତ।

BJD General Elections 2024 Odisha Politics Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ