Advertisment

କ୍ୟାମ୍ପେନିଂ ବେଳେ ପ୍ରଚାର ଗାଡ଼ିରୁ ଲେଉଟି ପଡ଼ିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ

ଅସହ୍ୟ ହେଲାଣି ତାତି। ମୁଣ୍ତ ଉପରେ ନିର୍ବାଚନ। ତେବେ ପ୍ରଚଣ୍ତ ଖରାରେ ନିର୍ବାଚନ ପ୍ରଚାର ନେତାଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି।

ଅଦ୍ୟତନ ହୋଇଛି
Arup Patnaik faints during campaigning

Arup Patnaik

Advertisment

ପିପିଲିରେ ବିଜେଡିର ରାଲି ଚାଲିଥିବା ବେଳେ ଅସୁସ୍ଥ ହେଲେ ପୁରୀ ଲୋକସଭା ପ୍ରାଥୀ ଅରୂପ ପଟ୍ଟନାୟକ। ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ଲେଉଟି ପଡିଲେ ଅରୂପ। ବିଧାୟକ ଏବଂ ବିଜେଡି କର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ଧରି ପାଣି ଛିଞ୍ଚି ଉଠାଇବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ ପିପିଲି ହସ୍ପିଟାଲକୁ ଅଣାଯାଇଥିଲା।

Advertisment

ସେଠାରେ ଡାକ୍ତର ତାଙ୍କର ବିପି(ବ୍ଲଡ ପ୍ରେସର୍‌) ଚେକ କରିଥିଲେ। ବିପି ୮୦/୬୭ ଥିବା ଜାଣି ଡାକ୍ତର ତାଙ୍କୁ ସାଲାଇନ ଦେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସେ ସେଠାରୁ କର୍ମୀଙ୍କ ଅନ୍ୟତ୍ର ଚାଲି ଯାଇଥିଲେ। ପୁରୀରୁ ଅରୂପ ପଟ୍ଟନାୟକଙ୍କୁ ଦଳ ଲୋକସଭା ଟିକେଟ୍‌ ଦେଇଛି। ସେଥିପାଇଁ ସେ ଜୋରଦାର ପ୍ରଚାର ଆରମ୍ଭ କରିସାରିଛନ୍ତି। ମୁଣ୍ତ ଉପରେ ନିର୍ବାଚନ। ତେବେ ପ୍ରଚଣ୍ତ ଖରାରେ ନିର୍ବାଚନ ପ୍ରଚାର ନେତାଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି।

ଅଧିକ ପଢ଼ନ୍ତୁ: ଦଳୀୟ ହୋର୍ଡିଂରେ ନିଜ ଫଟୋ ଲଗାଇ ଫସିଲେ ସାର୍; ଚାକିରିରୁ ନିଲମ୍ୱିତ କଲେ DEO

Advertisment

ଆଜି ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଏଯାବତ ୧୪୧ ସିଟ୍‌ରେ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଉ ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଲା। ପୁଣିଥରେ କାକଟପୁରରୁ ଲଢ଼ିବେ ତୁଷାରକାନ୍ତି ବେହେରା।

Advertisment

ସେହିପରି ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି, ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ ମହେଶ ସାହୁ। ସୀମା ନାୟକଙ୍କ ଜାଗାରେ ମହେଶ ହେଲେ ନୂଆ ପ୍ରାର୍ଥୀ। ରଘୁନାଥପାଲୀରେ ନୂଆ ମୁହଁ ହେଲେ ଅର୍ଚ୍ଚନା ବେହେରା। ସୁବ୍ରତ ତରାଇଙ୍କ ଜାଗାରେ ପ୍ରାର୍ଥୀ ହେଲେ ଅର୍ଚ୍ଚନା।

ସେହିପରି ବରୀରେ ସୁନନ୍ଦା ଦାସଙ୍କ ଜାଗା ନେଲେ ବିଶ୍ୱରଂଜନ ମଲ୍ଲିକ। ବାଲିକୁଦା ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ପାଇଲେ ଟିକେଟ। ବାଙ୍ଗିରିପୋଷିରେ ସୁଦାମ ମାର୍‌ଣ୍ଡିଙ୍କ ସ୍ଥାନ ନେଲେ ପତ୍ନୀ ରଂଜିତା।

BJD Heat Wave Arup Patnaik General Elections 2024 Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ