Advertisment

ସହଜ ନୁହେଁ ଗଞ୍ଜାମ ଗଣିତ; ଟିକଟ କସରତ ଭିତରେ ବଢ଼ିଯିବନି ତ ଅସନ୍ତୋଷ ?

ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ।

undefined

BJD

Advertisment

ଆଶାୟୀଙ୍କ କନ୍ଦଳ ଭିତରେ ଗଞ୍ଜାମ ଗଣିତ। କିଏ ପାଇବ ଟିକେଟ, କାହାକୁ ଏଥର ହେବାକୁ ପଡ଼ିବ ନିରାଶ। ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମର ଦୁଇ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର ଓ ଆସ୍କାରେ ସଂଗଠନ କିପରି ରହିଛି ତାର ସମୀକ୍ଷା କରିଛନ୍ତି। ତାରି ଭିତରେ ଚର୍ଚ୍ଚା ହେଉଛି ଟିକେଟ୍ ପାଇଁ ସଙ୍କେତ ବି ଦିଆଯାଇଛି। ମାତ୍ର ଆଶାୟୀ କିନ୍ତୁ ନଛୋଡ଼ବନ୍ଧା।

Advertisment

ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ। ଗଞ୍ଜାମ ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ଗଜପତି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଆଦି ଉପସ୍ଥିତ ଥିଲେ। ଏକଘଣ୍ଟା ଧରି ଚାଲିଥିଲା ବୈଠକ। ଚିକିଟି ବିଧାୟିକା ଉଷା ଦେବୀଙ୍କ ସହିତ ପୁଅ ଶ୍ରୀରୂପ ଦେବ, ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ। ଏପରିସ୍ଥଳେ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଟିକେଟ ମିଳିପାରେ। ଉଷା ଦେବୀଙ୍କ ପୁଅ ଶ୍ରୀରୂପଙ୍କୁ ଚିକିଟିରୁ ଦଳ ମଇଦାନକୁ ଓହ୍ଲାଇପାରେ। ପରାଜିତ ସିଟ୍ ମୋହନା ଓ ପାରଳାଖେମୁଣ୍ଡି ପାଇଁ ଦଳ ଏବେ ବି କସରତ ଜାରି ରଖିଛି।

Advertisment

ଅନ୍ୟପଟେ ଆସ୍କା ସଂସଦୀୟ କ୍ଷେତ୍ରର ସମୀକରଣରେ ବି ଦଳ କିଛିଟା ପରିବର୍ତ୍ତନ ଆଣୁଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଆସୁଥିବା ଆସ୍କା ସଂସଦୀୟ କ୍ଷେତ୍ରକୁ ଦଳ ଅଧିକ ଫୋକସ୍ ଦେଉଛି। ତେବେ ବୈଠକରେ ଯୋଗ ଦେଇନଥିଲେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ। ଯାହା ଅନେକ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ବିବାଦରେ ଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିରୋଧର ସମ୍ମୁଖୀନ ହେଉଥିବା ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ନବୀନ ନିବାସ ବୈଠକରେ ଉପସ୍ଥିତ ଥିଲେ। ଚର୍ଚ୍ଚା ହେଉଛି ଏ ତିନି ନିର୍ବାଚନମଣ୍ଡଳୀ ସମେତ ସୋରଡାରେ ବି ଦଳ ଏଥର ନୂଆ ପ୍ରାର୍ଥୀ ଦେଇପାରେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆସ୍କା ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ନିଜ ଝିଅ ତଥା ଧରାକୋଟ ବ୍ଳକ୍ ଚେୟାରପର୍ସନ ସୁଲକ୍ଷଣା ଦେବୀଙ୍କୁ ନେଇ ନବୀନ ନିବାସ ଯାଇଥିବାରୁ ନନ୍ଦିନୀ ବିଧାୟିକା ରେସ୍ ରେ ଥିବା ନେଇ ଆକଳନ କରାଯାଉଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏବେ ମାଳ ମାଳ ଆଶାୟୀ। ବ୍ରହ୍ମପୁର ଓ ଆସ୍କା ଦୁଇ ସଂସଦୀୟ କ୍ଷେତ୍ରର ୧୪ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସାନଖେମୁଣ୍ଡି, ମୋହନା ଓ ପାରଳାଖେମୁଣ୍ଡି ବିରୋଧୀଙ୍କ ଦଖଲରେ। ସେପଟେ ଗୋପାଳପୁରରେ ଟକ୍କର ଦେବେ ବିଜେପି ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆସ୍କା, ଖଲିକୋଟ, ଦିଗପହଣ୍ଡି, ଛତ୍ରପୁର, କବିସୂର୍ଯ୍ୟନଗରରେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ରରୂପ ଧାରଣ କରିଛି।

BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ