Advertisment

ଖଣ୍ଡପଡ଼ା କେଁ ! ଦେବା ଲୋକକୁ ଦେଲେନି, ଏବେ ସ୍ଥିତି ସଙ୍ଗୀନ, ବିଜୟ ସ୍ଵପ୍ନ..

ଯେଉଁ ଦଳ ପାଇଁ ଦିନେ ଓକିଲାତି କରୁଥିଲେ ଏବେ ସେଇ ଦଳ ତାଙ୍କୁ ଟିକେଟ ଖଣ୍ଡିଏ ଦେଲାନି। ଶେଷରେ ଖଣ୍ଡପଡାରୁ ବିଜେଡି ଟିକେଟ ନମିଳିବା ପରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ।

undefined

Anubhav Patnaik

Advertisment

ଖଣ୍ଡପଡ଼ାରେ ବିଗୁଡୁଛି ବିଜେଡି ଗଣିତ। ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ସତ୍ତ୍ୱେ ଅସନ୍ତୋଷ ଏବେ ବି ଚରମରେ। ପ୍ରାର୍ଥିନୀଙ୍କ ସ୍ୱାମୀଙ୍କ ଅପରାଧିକ କାରନାମା ସମ୍ପର୍କରେ ଖୋଲାଖୋଲି ଗଣମାଧ୍ୟମ ଆଗରେ ବଖାଣିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଏହା ସହ ଶୀର୍ଷ ନେତୃତ୍ୱଙ୍କ ପ୍ରାର୍ଥୀ ଚୟନ ଉପରେ ବି ପ୍ରଶ୍ନବାଚୀ ଲଗାଇ ସ୍ୱାଧୀନପ୍ରାର୍ଥୀ ଭାବେ ଆଜି ନାମାଙ୍କନ କରିଛନ୍ତି। ସେହିପରି ଆଉ ଜଣେ ବିଜେଡି ଦାବିଦାର ଗୟାଧର ପରିଡ଼ା ବି ଟିକେଟ ନପାଇ ଦଳ ଛାଡ଼ିଛନ୍ତି।

Advertisment

ଯେଉଁ ଦଳ ପାଇଁ ଦିନେ ଓକିଲାତି କରୁଥିଲେ ଏବେ ସେଇ ଦଳ ତାଙ୍କୁ ଟିକେଟ ଖଣ୍ଡିଏ ଦେଲାନି। ଶେଷରେ ଖଣ୍ଡପଡାରୁ ବିଜେଡି ଟିକେଟ ନମିଳିବା ପରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ। ଆଉ ବିଜେଡିରୁ ଇସ୍ତଫା ଦେଇ ଦଳ ଉପରେ ସେ ଯେଉଁ ବର୍ଷଣ କରିଛନ୍ତି ତାହା ଦଳର ପ୍ରାର୍ଥି ଚୟନ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଠିଆ କରିଛି।

ଅନୁଭବ ଅଭିଯୋଗ କରିଛନ୍ତି ବିଜେଡି ଜଣେ ଗଞ୍ଜେଇ ବେପାରୀଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଜଣେ ଗଞ୍ଜେଇ ବେପାରୀ। ତାଙ୍କ ନାଁରେ ୱାରେଣ୍ଟ ଥିବାବେଳେ ପୂର୍ବତନ ଖଣ୍ଡପଡା ବ୍ଲକ୍ ଅଧ୍ୟକ୍ଷ ଗୁରୁବାରୀ କଅଁରଙ୍କ ହତ୍ୟା ଘଟଣାରେ ବି ତାଙ୍କ ବିରୋଧରେ ମାମଲା ଚାଲୁ ରହିଛି। ଏକଥା ସେ ବିଧାନସଭା ପ୍ରଶ୍ନର ଉତ୍ତରରୁ ଜାଣିବାକୁ ପାଇଥିଲେ ବୋଲି କହିବା ସହ ସବୁ ଜାଣି ବି ଏଭଳି ଜଣେ ବ୍ୟକ୍ତିଙ୍କ ପତ୍ନିଙ୍କୁ ଟିକେଟ ଦେଇ ବିଜେଡି ତାଙ୍କ ସହ ଅନ୍ୟାୟ କରିଛି ବୋଲି ଅନୁଭବ କହିଛନ୍ତି।

Advertisment

ସେହିପରି ବିଜେଡିରୁ ବହିଷ୍କୃତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଇଙ୍ଗିତ କରି କହିଛନ୍ତି ୨୦୧୯ରେ ତାଙ୍କୁ ଟିକେଟ ନଦେଇ ଦଳ ଜଣେ ବିଦେଶୀଙ୍କୁ ଟିକେଟ ଦେଇଥିଲା। ଖାଲି ସେତିକି ନୁହେଁ ଯେତେବେଳେ ସୌମ୍ୟ ପଟ୍ଟନାୟକ ଶୀର୍ଷ ନେତୃତ୍ବ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣୁଥିଲେ ସେତେବେଳେ ଦଳ ତାଙ୍କୁ କାଉଣ୍ଟର କରିବାକୁ ବ୍ୟବହାର କରିଥିଲା। ମାତ୍ର ଏବେ କେମିତି ସେ ଅଲୋଡା ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ। ତେବେ ତାଙ୍କ ସଂପର୍କରେ ଅନୁଭବଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ବେଣୁଧର ପ୍ରଧାନ। ହେଲେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ସାବିତ୍ରୀଙ୍କୁ ଖଣ୍ଡପଡାରୁ ପ୍ରାର୍ଥୀ କରିବା ପରେ ବିଜେଡିରେ ଅସନ୍ତୋଷ ତେଜିଛି। ରେସରେ ଆଗରେ ଥିବା ବିଜେଡି ନେତା ଗୟାଧର ପରିଡା ଟିକେଟ ନପାଇବାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି। ଦଳ ତାଙ୍କୁ ଅଣଦେଖା ଓ ପକ୍ଷପାତିତା କରିଥିବା ନେଇ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଗୟାଧର। ଯାହାକୁ ନେଇ ଖଣ୍ଡପଡା ରାଜନୀତି ଏବେ ଘନେଇଛି। ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରୁ ବିଦା ହେବା ପରେ ଅନେକ ଆଶାୟୀ ଥିଲେ। ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଦଳ ମହିଳା କାର୍ଡ ଖେଳିଛି ସତ, ମାତ୍ର ଅପରାଧିକ ବ୍ୟାକ୍ ଗ୍ରାଉଣ୍ଡ ଏଠି ଅସନ୍ତୋଷକୁ ଆହୁରି ତେଜିଛି।

Advertisment

ଖଣ୍ଡପଡାରେ ବିଜେଡି ବିଜୟ ଶଙ୍ଖ ବଜାଇବ ବୋଲି ପୁରା ଦମ୍ଭୋକ୍ତି ପ୍ରକାଶ କରୁଛି। ଅନ୍ୟପଟେ ବିଦ୍ରୋହୀ ଓ ବିରୋଧୀଙ୍କ ଷ୍ଟ୍ରାଟେଜି ଯେ ନୂଆ ସମୀକରଣ ତିଆରି କରିପାରେ ତାହା ଜଳ ଜଳ ଦିଶୁଛି।

(ରିପୋର୍ଟ- ଖଣ୍ଡପଡ଼ାରୁ ରାକେଶ ପାଢୀ ଓ ଭୁବନେଶ୍ୱରରୁ ସ୍ୱାତୀ ଜେନା)

BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ