Advertisment

BJD କ୍ୟାମ୍ପରେ ନାହାନ୍ତି ଷ୍ଟାର ପ୍ରଚାରକ.. ହିରୋ-ହିରୋଇନ୍‌ଙ୍କ ଭରସାରେ ସୁପ୍ରିମୋ !

ପଦ୍ମ ପାଖୁଡ଼ାରେ ଓଡ଼ିଆ ତାରକା। ତାରକା ଶୂନ୍ୟ ଶଙ୍ଖ ଦଳ! ବିଜେଡିକୁ ବାଏ ବାଏ କଲେ ଅନ୍ୟତମ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ମହାପାତ୍ର। ପରେ ପରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ। ଆଉ ପଛକୁ ପଛ ଅନୁଭବ ମହାନ୍ତି। ମାତ୍ର ଦିନ କେଇଟା ଭିତରେ ଆଗପଛ ହୋଇ ଏକପ୍ରକାର ତାରକା ଶୂନ୍ୟ ହୋଇଗଲା ବିଜେଡି।

undefined

Ollywood Celebrities

Advertisment

ବିଜେଡ଼ିକୁ ବାଏ ବାଏ କହି ଦଳକୁ ଏକପ୍ରକାର ସେଲିବ୍ରିଟି ଶୂନ୍ୟ କରିଦେଲେ ଜଣଙ୍କ ପରେ ଜଣେ ଅଭିନେତା। ସେ ସିଦ୍ଧାନ୍ତ ହୁଅନ୍ତୁ ଅବା ଆକାଶ, ଅନୁଭବ ହୁଅନ୍ତୁ ଅବା ଅରିନ୍ଦମ। ଫଳରେ ବିଜେଡିକୁ ଘାରିଛି କ୍ରାଉଡ୍ ପୁଲର୍ ଚିନ୍ତା। ତେଣେ ସରଗରମ ପ୍ରଚାର ମୈଦାନ। ଏହାକୁ ଦେଖି ଦଳୀୟ କ୍ୟାମ୍ପେନ୍ ପାଇଁ ହିରୋ, ହିରୋଇନ ସମେତ ହାସ୍ୟ ଅଭିନେତାଙ୍କୁ ଯୋଗାଡ଼ କରିଚାଲିଛି ତାରକା ଶୂନ୍ୟ ବିଜେଡି। ଏହି କ୍ରମରେ ଆଜି ଦଳେ କଳାକାରଙ୍କୁ ଡାକି ନବୀନ ନିବାସରେ ମାନସ ମନ୍ଥନ ହୋଇଥିବାବେଳେ ବିଜେପି କଡ଼ା ସମାଲୋଚନା କରିଛି।

Advertisment

ପଦ୍ମ ପାଖୁଡ଼ାରେ ଓଡ଼ିଆ ତାରକା। ତାରକା ଶୂନ୍ୟ ଶଙ୍ଖ ଦଳ! ବିଜେଡିକୁ ବାଏ ବାଏ କଲେ ଅନ୍ୟତମ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ମହାପାତ୍ର। ପରେ ପରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ। ଆଉ ପଛକୁ ପଛ ଅନୁଭବ ମହାନ୍ତି। ମାତ୍ର ଦିନ କେଇଟା ଭିତରେ ଆଗପଛ ହୋଇ ଏକପ୍ରକାର ତାରକା ଶୂନ୍ୟ ହୋଇଗଲା ବିଜେଡି। ୨୦୧୯ରେ କାହାକୁ ଟିକଟ୍ ଦେଇ ତ ଆଉ କାହାକୁ କ୍ରାଉଡ୍ ପୁଲିଂ ପାଇଁ ଭରସା କରି ବିଜେଡି ପାରି ହୋଇଥିଲା ନିର୍ବାଚନୀ ବୈତରଣୀ।

ହେଲେ ୨୪ ବେଳକୁ କିନ୍ତୁ ବଦଳିଯାଇଛି ଚିତ୍ର। ବଢ଼ିଯାଇଛି କ୍ୟାମ୍ପେନିଂ ପାଇଁ ଲୋକ ଯୋଗାଡ଼ ଚିନ୍ତା। ଦଳୀୟ ନେତାଙ୍କ ପାଖରେ କ୍ରାଉଡ୍ ପୁଲିଂ କ୍ଷମତା ନଥିବାରୁ ଏବେ ନୂଆ, ପୁରୁଣା ଯାହାକୁ ପାଇଲେ ତାଙ୍କୁ ଯୋଗାଡ଼ କରିଚାଲିଛି କି ବିଜେଡି ? ଏଇ ଯେମିତି ବାବୁସାନ୍ ମହାନ୍ତି। ଅବଶ୍ୟ ଓଲିଉଡର ଅନ୍ୟତମ ଆଗଧାଡ଼ିର ନାୟକ। ତାଙ୍କୁ ବି ଡକରାଯାଇଥିଲା ନବୀନ ନିବାସରୁ। 

Advertisment

ସେହିପରି ପପୁ ପମ୍ ପମ୍। ସେ ବି ଏଥର ବାଦ୍ ପଡ଼ିନାହାଁନ୍ତି ଶଙ୍ଖ ଦଳର କ୍ୟାମ୍ପେନରେ ସାମିଲ ରେସରୁ। କେବଳ ବାବୁସାନ କି ପପୁ ପମ୍ ପମ୍ ନୁହଁନ୍ତି, ଅଭିନେତ୍ରୀ ଭୂମିକା, ସୁପ୍ରିୟା, ଅଭିନେତା ଅମ୍ଲାନ, ଅଶ୍ୱିନୀ ଏବଂ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଗୁଡ୍ଡୁଙ୍କୁ ଡାକି ନବୀନ ନିବାସରେ ଆଲୋଚନା କରାଯାଇଛି। ତା ସହ ଶାସକ ବିଜେଡ଼ିର କେମିତି ଗୁଣଗାନ କରିବେ, ସେନେଇ ବି ପ୍ରେଜେଣ୍ଟେସନ୍ ମାଧ୍ୟମରେ ଟିପ୍ସ ଦିଆଯାଇଥିବା କହିଛନ୍ତି ସମସ୍ତେ।

ତେବେ ୨୪ ବର୍ଷର ସ୍ୱଚ୍ଛ ଶାସନ କଥା କହୁଥିବା ବିଜେଡି ପାଇଁ ଏବେ କାହିଁକି ଖୋଜା ପଡ଼ିଲା ଓଲିଉଡ୍ କଳାକାରଙ୍କୁ ? ଦଳୀୟ ଷ୍ଟାର ପ୍ରଚାରକ ଥାଉ ଥାଉ କାହିଁକି ହିରୋ ହିରୋଇନ ଆଉ ହାସ୍ୟ ଅଭିନେତାଙ୍କୁ ଲୋଡ଼ିଲେ ସୁପ୍ରିମୋ ? ସିଦ୍ଧାନ୍ତ, ଆକାଶ, ଅରିନ୍ଦମ ଓ ଅନୁଭବଙ୍କ ଭଳି କଳାକାରଙ୍କ ଅନୁପସ୍ଥିତି ଯୋଗୁଁ ବିଜେଡିକୁ ଘାରିଲା କି କ୍ରାଉଡ୍ ପୁଲର୍ ଚିନ୍ତା ? ନା ଦଳର ଷ୍ଟାର ପ୍ରଚାରକଙ୍କ କ୍ୟାମ୍ପେନ୍ ଉପରେ ଭରସି ପାରୁନି ବିଜେଡି ? ବିଜେଡିକୁ ଚାରି ଚାରି ଜଣ ସୁପରଷ୍ଟାରଙ୍କ ବାଏ ବାଏ ଯୋଗୁ ଦଳର ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଏହି ପ୍ରୟାସ କରାଯାଇନି ତ ? ଏବେ ଏଭଳି ପ୍ରଶ୍ନ ଉଠୁଥିବାବେଳେ ବିଜେଡିକୁ ସମାଲୋଚନା କରିଛି ବିଜେପି।

Advertisment

ପୂର୍ବରୁ ବହୁ ଓଲିଉଡ୍ ଷ୍ଟାରଙ୍କୁ ବିଜେଡି ଡାକି ଦଳରେ ମିଶାଇଥିଲା। କାହାକୁ ଟିକଟ ଦେଇଥିଲା ତ କାହାକୁ ଷ୍ଟାର୍ ପ୍ରଚାରକ ବନାଇଥିଲା। ଏଥର କିନ୍ତୁ ସେଭଳି ଦୃଶ୍ୟ ଦେଖିବାକୁ ମିଳୁନାହିଁ। ବିଜେଡିରେ ଏବେ କେବଳ କୁନା-ମୁନା ଭରସା। ଅର୍ଥାତ ମୁନା ଖାଁ ଓ କୁନା ତ୍ରିପାଠୀଙ୍କ ଭଳି ହାତଗଣତି ମାତ୍ର କେଇ ଜଣ ସିନେ ଚେହେରା ଅଛନ୍ତି। ଏଭଳି ସ୍ଥିତିରେ କ୍ରାଉଡ୍ ପୁଲର୍ ଭାବେ ବ୍ୟବହାର ହେବାକୁ ଯାଉଥିବା ଏଇ ଯୁବ କଳାକାର ବିଜେଡି ପାଇଁ କେତେ ସହାୟ ହୋଇପାରିବେ, ସେନେଇ ପ୍ରଶ୍ନ ଉଠୁଛି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

(ରିପୋର୍ଟ- ଦିଗପହଣ୍ଡି ସତ୍ୟନାରାୟଣ ପାଢ଼ୀ)

BJD Odisha Politics General Elections 2024 Ollywood Actors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ