Advertisment

ଅଦ୍ରିଜାଙ୍କ ପ୍ରଶ୍ନ..ମୋ ଅତ୍ୟାଚାର କଥା ଜାଣି ବି କେମିତି ଟିକେଟ୍ ଦେଲେ ନବୀନ..

ଅଦ୍ରିଜାଙ୍କ ଦେଢ଼ଶୂର କଳିକେଶଙ୍କୁ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି। ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏପରିକି ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି ବୋଲି କହିଛନ୍ତି ଅଦ୍ରିଜା।

ଅଦ୍ୟତନ ହୋଇଛି
Adrija Singh

Adrija Singh

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡି ନେତା ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ଅଦ୍ରିଜା ମଂଜରୀ ସିଂଦେଓଙ୍କ ପ୍ରଶ୍ନ। ମୋ ନିର୍ଯାତନା ଜାଣି କିଭଳି ପରିବାରକୁ ଟିକେଟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଅଦ୍ରିଜା। ନବୀନ ବାବୁ ମହିଳାଙ୍କ ଉନ୍ନତି ପାଇଁ କାମ କରୁଥିବା କହୁଛନ୍ତି। ମୋ ଉପରେ ଅତ୍ୟାଚାର କଥା ଜାଣି କିଭଳି ସେ ପରିବାରର ଜଣକୁ ଟିକେଟ ଦେଲେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ଅଦ୍ରିଜାଙ୍କ ଦେଢ଼ଶୂର କଳିକେଶଙ୍କୁ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି। ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏପରିକି ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି ବୋଲି କହିଛନ୍ତି ଅଦ୍ରିଜା। ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅର୍କେଶ ସିଂହଦେଓ ବିଧାୟକ ପ୍ରାର୍ଥୀ ଓ ଦେଢଶୂର କଳିକେଶ ନାରାୟଣ ସିଂହଦେଓ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ସେତେବେଳେ ସ୍ୱାମୀ ଅର୍କେଶ ଓ ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପରିବାର ପାଇଁ ପ୍ରଚାର କରିବାକୁ ବଲାଙ୍ଗିର ଆସିଥିଲେ ଅଦ୍ରିଜା।

ଗତ ନିର୍ବାଚନରେ ସ୍ୱାମୀ ଓ ଦେଢଶୂର ହାରିବା ପରେ ଶ୍ୱଶୁରଘର ପରିବାର ପକ୍ଷରୁ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିବା ଅଭିଯୋଗ ଆଣିଥିଲେ ଅଦ୍ରିଜା। ଏଥିପାଇଁ ଡେରାଡୁନ ପୋଲିସରେ ସ୍ୱାମୀ, ଶ୍ୱଶୁର, ଦେଢଶୂରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାପରେ ରାଜ୍ୟ ସରକାର ତଥା ବଲାଙ୍ଗିର ପୋଲିସର ସହାୟତା ବି ଲୋଡିଥିଲେ ଅଦ୍ରିଜା। ଏପଟେ ଅର୍କେଶ ଜବାବରେ କହିଛନ୍ତି ନରସିଂହ ମିଶ୍ରଙ୍କ ସ୍କ୍ରିପ୍ଟ ଅନୁସାରେ କାମ କରୁଛନ୍ତି ଅଦ୍ରିଜା।

Advertisment
Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ