Advertisment

ବିଜେଡି ଦେଇଛି ଫଲ୍ସ ପଟ୍ଟା ! ଭୋଟ୍ ନେବାକୁ ବିଜେଡି ପ୍ଲାନ ଏବେ ପୂରା ଫେଲ୍

ଜାଗା ମିଶନ ନାଁରେ ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବାଣ୍ଟିଥିଲା ସରକାର। ହେଲେ ବଣ୍ଟା ହେଉ ହେଉ ଦେଖିବାକୁ ମିଳିଥିଲା ଅସନ୍ତୋଷ।

undefined

Aparajita Sarangi

Advertisment

ଜାଗା ମିଶନରେ ସରକାର ଦେଇଛନ୍ତି ପଟ୍ଟା ଫଲ୍ସ ପଟ୍ଟା। ସେଇଟା କେବଳ କାଗଜ। ସାଲିଆ ସାହି ଆଶୀର୍ବାଦ ସମାବେଶରେ ଅଭିଯୋଗ ଆଣିବା ସହ, ବିଜେପି ସରକାରଙ୍କୁ ଆସିଲେ ବସ୍ତି ବାସିନ୍ଦାଙ୍କୁ ୬୦୦ ବର୍ଗ ଫୁଟ୍ ଜମି ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଖାଲି ଅପରାଜିତା ନୁହଁନ୍ତି, ପଟ୍ଟା ପାଇଥିବା ବସ୍ତି ବାସିନ୍ଦା ବି ସମାନ ଅଭିଯୋଗ ଦୋହରାଇଛନ୍ତି। ଯେଉଁଥିପାଇଁ ବିଜେଡିର ବସ୍ତି ଭୋଟ୍ ଏବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Advertisment

ଜାଗା ମିଶନ ନାଁରେ ଧୋକ୍କା। ଫଲ୍ସ ପଟ୍ଟା ଭାଙ୍ଗିବ ବିଜେଡିର ବସ୍ତି ଭୋଟ୍ ବ୍ୟାଙ୍କ ! ନକଲି ପଟ୍ଟାକୁ ନେଇ ବସ୍ତିବାସିନ୍ଦାଙ୍କ ଅସନ୍ତୋଷ ଭିତରେ ବିଜେପିର ବଡ଼ ପ୍ରତିଶ୍ରୁତି। ସାଲିଆ ସାହି ସମାବେଶରେ କିଛି ଏମିତି ଢଙ୍ଗରେ ବିଜେଡି ସରକାରଙ୍କୁ ଆକ୍ରମଣ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। କହିଛନ୍ତି, ସବୁଠି ରାଜ୍ୟ ସରକାର ବଡ଼ ବଡ଼ ଜାଗା ମିଶନ ହୋର୍ଡିଂ ଲଗାଇଛନ୍ତି। ହେଲେ ବସ୍ତି ବାସିନ୍ଦାଙ୍କୁ ଧରେଇ ଦେଇଛନ୍ତି ଫଲ୍ସ ପଟ୍ଟା। ଏସବୁ ପଟ୍ଟା ନୁହେଁ କେବଳ କାଗଜ। ବିଜେପି ସରକାରକୁ ଆସିଲେ ବସ୍ତି ବାସିନ୍ଦାଙ୍କୁ ଦେବ ୬୦୦ ବର୍ଗ ଫୁଟ୍ ର ଜମି। ଏହାସହ ବସ୍ତିବାସିନ୍ଦାଙ୍କୁ ସରକାର ଦେଇଥିବା ଘରକୁ ସମାଲୋଚନା କରି ଅପରାଜିତା କହିଛନ୍ତି, ଏତେ ଛୋଟ ଘର ଯେ, ତା ଭିତରେ ଚାରି ଜଣ ରହିଲେ ନିଶ୍ୱାସ ନେବା କଷ୍ଟ। ବିଜେପି ସରକାର ଆସିଲେ ସେମାନଙ୍କୁ ବଡ଼ ଘର ଦେବ। ଯାହାର ଜବାବ ରଖିଛି ବିଜେଡି।

ଜାଗା ମିଶନ ନାଁରେ ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବାଣ୍ଟିଥିଲା ସରକାର। ହେଲେ ବଣ୍ଟା ହେଉ ହେଉ ଦେଖିବାକୁ ମିଳିଥିଲା ଅସନ୍ତୋଷ। ସେତେବେଳେ ବି ପଟ୍ଟା କହି ସରକାର ଧରାଉଥିବା କାଗଜରେ ଫର୍ମ ୨ ବା ଭୂମି ଅଧିକାର ପ୍ରମାଣପତ୍ର ଲେଖା ଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। ସରକାର ଦେଇଥିବା ଭୂମି ଅଧିକାର ପ୍ରମାଣପତ୍ର କଣ ପଟ୍ଟା ସହିତ ସମାନ ? ତାକୁ ନେଇ ଏଯାଏଁ ଦ୍ୱନ୍ଦ୍ୱ ହଟିନି। ଏହାସହ ଜାଗାର ପରିମାଣ ଓ ପ୍ରିମିୟମକୁ ନେଇ ଅସନ୍ତୋଷ ରହିଛି।

Advertisment

ଜଣେ ହିତାଧିକାରୀଙ୍କୁ ମାତ୍ର ୩୨୩ ବର୍ଗ ଫୁଟ ଯାଏଁ ଜମି ମାଗଣାରେ ଦିଆଯାଉଛି, ଯଦି ଏହାଠୁ କାହାକୁ କିଛି ଅଧିକ ଜମି ଦିଆଯାଇଛି, ତାଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ପ୍ରିମିୟମ ବି ନେଇଛନ୍ତି। ପୁଣି ଭୁଲ ସର୍ଭେ ଯୋଗୁଁ କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ, ଆଉ କିଏ କିଏ ସଂପୂର୍ଣ୍ଣ ଯୋଜନାରୁ ବାଦ୍ ପଡିବା ପରେ, ଅନେକ ସ୍ଥାନରେ ସରକାରଙ୍କୁ ବି ଘେରିଥିଲେ ବାସିନ୍ଦା। ସବୁଠୁ ବିଡମ୍ବନାର କଥା ହେଲା ଯେଉଁମାନଙ୍କୁ ସରକାର ପଟ୍ଟା ଦେଇଛନ୍ତି, ସେମାନେ ବି ଏବେ ନାରାଜ। କହୁଛନ୍ତି, ଏଇ କାଗଜର କିଛି ମୂଲ୍ୟ ନାହିଁ। ଘର ପାଇଁ ବ୍ୟାଙ୍କ ଋଣ ଦେଉନି କି ପରିଚୟ ପତ୍ର ବି କାମରେ ଲାଗିପାରୁନି।

ଭୁବନେଶ୍ୱରର ୪୩୬ ବସ୍ତିରେ ୮୦ ହଜାର ୬୬୫ ପରିବାରର ପ୍ରାୟ ୩ ଲକ୍ଷ ୧୬ ହଜାର ଲୋକ ବସବାସ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାତ୍ର ୫୧ ହଜାର ହିତାଧିକାରୀଙ୍କୁ ପଟ୍ଟା ବାଣ୍ଟିଛନ୍ତି ସରକାର। ୨୪ ନିର୍ବାଚନରେ ବସ୍ତି ଭୋଟ ହାତରେ ରଖିବାକୁ ସରକାର ଯଦିଓ ପଟ୍ଟା ବାଣ୍ଟିଛନ୍ତି ହେଲେ ଏବେ ତାହା ବୁମେରାଂ ହେବ ବୋଲି କୁହାଯାଉଛି।

Advertisment
BJD BJP Aparajita Sarangi Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ