Advertisment

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବଢିଲା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

କାହିଁକି ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ? ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା।

ଅଦ୍ୟତନ ହୋଇଛି
Odisha CM Meets Governor

Odisha CM Meets Governor

Advertisment

ଭୁବନେଶ୍ବର: ରାଜ୍ୟରେ ନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଭେଟଘାଟ ପଛରେ କିଛି ବଡ ବାର୍ତ୍ତା ରହିଛି ବୋଲି କୁହାଯାଉଛି। ଯଦିଓ ଏହାକୁ ଏକ ସୗଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇଛି ତେବେ ସାମ୍ପ୍ରତିକ ରାଜନୖତିକ ପରିସ୍ଥିତିରେ ଏହି ସାକ୍ଷାତ ଅନେକ ଗୁରୁତ୍ବ ବହନ କରୁଛି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଏ ଆଲୋଚନା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି। ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡିଛି, ତେଣୁ ଏ ପ୍ରସଙ୍ଗରେ ହୁଏତ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଆଲୋଚନା ହୋଇଥାଇପାରେ।

Advertisment

ନିକଟରେ  ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରେ ସବିଶେଷ ଆଲୋଚନା ହୋଇଥାଇପାରେ। ତେବେ ଏହା ଏକ ପୂର୍ବାନୁମାନ ବୋଲି କୁହାଯାଉଛି। ଯଦିଓ ମୁଖ୍ୟମନ୍ତ୍ରଈଙ୍କ କାର୍ଯ୍ୟାଳୟ ତରଫରୁ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇଛି ତେବେ ଏହି ଅବସରରେ ଆଉ କିଛି ପ୍ରସଙ୍ଗ କଥା ଉଠିଥାଇପାରେ ବୋଲି କୁହାଯାଉଛି। 

ରାଜ୍ୟରେ ରାଜନୈତିକ ସ୍ଥିତି ବେଶ ସରଗରମ ରହିଛି। ରାଜ୍ୟରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଘଟିଲେ ରାଜ୍ୟପାଳଙ୍କୁ ଭେଟିବା ଏକ ସ୍ବାଭାବିକ ଘଟଣା। ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଯେହେତୁ ଆଗକୁ ବିଧାନସଭାର ମୌସୁମୀ ଅଧିବେସନ ରହିଛି ତାପୂର୍ବରୁ ହୁଏତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ ବୋଲି ଅନୁମାନ କରିଛନ୍ତି ରାଜନୖତକି ସମୀକ୍ଷକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ