Advertisment

କ୍ୟାବିନେଟର ବଡ଼ ନିଷ୍ପତ୍ତି; ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି।

undefined

Minimum Wages

Advertisment

ସର୍ବନିମ୍ନ ମଜୁରୀ ପ୍ରାୟ ୨୫ ପ୍ରତିଶତ ବଢିଲା, ଆଉ ଚାଷୀଙ୍କ ପାଇଁ ଆସିଲା ଖୁସି ଖବର। ପିଏମ୍ କିଷାନରେ ଯୋଡ଼ି ହେବେ BJD ସରକାର ସମୟରୁ ବାଦ୍ ପଡ଼ିଥିବା ଚାଷୀ। ସେପଟେ ୧୮ ହଜାର ପ୍ରାଥମିକ ଶିକ୍ଷକ ପଦବି ପୂରଣ ହେବ। ଆଜି ରାଜ୍ୟ କ୍ୟାବିନେଟରେ ଏଭଳି ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର।

Advertisment

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି। ବଢିଲା ସର୍ବନିମ୍ନ ମଜୁରୀ। ଫୋକସରେ ଚାଷୀ। ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି। ଅର୍ଦ୍ଧ କୁଶଳୀଙ୍କ ମଜୁରୀ ୩୯୨ରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ରୁ ୫୫୦ ଟଙ୍କା ଏବଂ ଉଚ୍ଚ କୁଶଳୀଙ୍କ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ହୋଇଛି।

ପୂର୍ବର ବିଜେଡି ସରକାରରେ କାଳିଆ ଯୋଜନା ପାଇଁ ପିଏମ୍ କିଷାନ ଯୋଜନାରୁ ବାଦ୍ ପଡୁଥିବା ପ୍ରାୟ ୬ ଲକ୍ଷ ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ। କ୍ଷୁଦ୍ର, ବୃହତ୍, ମଧ୍ୟମ ଓ ସହରାଞ୍ଚଳର ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ କିଷାନ୍ ସହାୟତା। ଅନ୍ୟପଟେ ଚାଷୀଙ୍କ ସୁବିଧା ପାଇଁ ଉଠା ଜଳସେଚନ ବିଭାଗ ପ୍ରକଳ୍ପର ୨ ହଜାର ୬୫ ଗୋଟି ଅଚଳ ପ୍ରକଳ୍ପକୁ ସଚଳ କରିବାକୁ ଆସନ୍ତା ୫ ବର୍ଷ ରେ ୧ ହଜାର ୪୪ କୋଟି ୮୪ ଲକ୍ଷ ଟଙ୍କା ବିନିଯୋଗ ହେବ।

Advertisment

ସେହିପରି ନୂଆ ସରକାର ଓଡ଼ିଆ ଅସ୍ମିତା କଥାକୁ ଭୁଲି ନାହାନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ୨୦୦ କୋଟି ଟଙ୍କାର କରପସ୍ ଫଣ୍ଡ ଗଠନ କରାଯାଇଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା, କଳାକାର ଗୌରବ ନିଧି ଯୋଜନା, ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା, ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଲାଗି ପ୍ରୟାସ ପାଇଁ ସ୍ଥିର କରାଯାଇଛି।

ଅନ୍ୟପଟେ କ୍ୟାବିନେଟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ ୧୮ ହଜାର ଯୋଜନା ଭିତ୍ତିକ ଶିକ୍ଷକ ନିଯୁକ୍ତ ହେବେ। ଏହାଦ୍ୱାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ସିଟ୍ ପୂରଣ ହୋଇପାରିବା ସହ ଶିକ୍ଷାର ମାନ ବୃଦ୍ଧି ହେବ। ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଜୀବନ ଧାରାର ମାନକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

Advertisment
Over Minimum Wages Odisha Cabinet Decision
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ