Advertisment

କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି; ପ୍ରତି ପରିବାରକୁ ୧ ହଜାର ଓ ବେରୋଜଗାରଙ୍କୁ ସୁଧମୁକ୍ତ ୧ ଲକ୍ଷ ଋଣ

ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା। ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍ ମିଳିବ। ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Odisha Cabinet Decision

Odisha Cabinet Decision

Advertisment

ଆଜି ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା। ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍ ମିଳିବ। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଟଙ୍କା ଓ ବ୍ୟାଗ୍।

Advertisment

ରାଜ୍ୟର ମୋଟ ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ ହେବ। ଏହାଛଡ଼ା ରାଜ୍ୟ କ୍ୟାବିନେଟରେ ରାଜଧାନୀରେ ବିଭିନ୍ନ ଅନୁଷ୍ଠାନକୁ ମାଗଣା ଜମି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି। ୟୁନିଟ-୪ ମଧୁସୂଦନ ନଗର ମସଜିଦ ପାଇଁ ୨.୭୦ କୋଟିର ଜମି ପ୍ରିମିୟମ ଛାଡ଼, ଭୌମ ନଗର କ୍ୟାପିଟାଲ ମସଜିଦ କମିଟିକୁ ୩.୭୦ କୋଟିର ପ୍ରିମିୟମ ଛାଡ଼, ମେହେର ସମାଜର ଗଙ୍ଗାଧର ମେହେର ଭବନ ପାଇଁ ୫.୦୬ କୋଟିର ପ୍ରିମିୟମ ଛାଡ଼, ଅଘରିଆ ସଂପ୍ରଦାୟ ଭବନ ପାଇଁ ୫.୦୬ କୋଟିର ପ୍ରିମିୟମ ଛାଡ଼ ଏବଂ ଗୋଣ୍ଡ୍‌ ଭବନ ପାଇଁ ଚନ୍ଦ୍ରଶେଖରପୁରରେ ୫.୦୬ କୋଟିର ପ୍ରିମିୟମ ଛାଡ଼ କରାଯାଇଛି।

ଏହାଛଡ଼ା ‘ସ୍ୱୟଂ’ ଯୋଜନାରେ ଗ୍ରାମୀଣ ଓ ସହରାଞ୍ଚଳ ବେକାର ଯୁବକଯୁବତୀଙ୍କୁ ମିଳିବ ଋଣ। ବ୍ୟବସାୟ ଆରମ୍ଭ ବା ସଂପ୍ରସାରଣ ପାଇଁ ସୁଧମୁକ୍ତ ୧ ଲକ୍ଷର ଋଣ ମିଳିବ। ଋଣ ପାଇଁ ସାଧାରଣ ବର୍ଗ ବୟସ ସୀମା ୧୮ରୁ ୩୫ ବର୍ଷ ହୋଇଥିବ। ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ। ଋଣ ପରିଶୋଧ ସମୟ ୪ ବର୍ଷ ରହିବ, ପ୍ରକ୍ରିୟା ଫି’ ପଡ଼ିବ ନାହିଁ।

Advertisment
Odisha Cabinet Decision PDS Beneficiaries
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ