Advertisment

Odisha BJP: ଛିଡ଼ୁନି ବୋର୍ଡ-ନିଗମ ଅଙ୍କ !

ବିଜେପିର ନୂଆ ରାଜ୍ୟ ସଭାପତି ଚୟନକୁ ୨୫ ଦିନ ପୂରିଲାଣି। କମିଟି ତ ଗଠନ ହେଇ ପାରୁନି, ଏପଟେ ଅନିଶ୍ଚିତତା ଭିତରକୁ ଯାଉଛି ବୋର୍ଡ-ନିଗମ ଅଧ୍ୟକ୍ଷ ନିଯୁକ୍ତି। ସରକାରକୁ ୧୪ ମାସ ପୂରିବାକୁ ବସିଥିବା ବେଳେ କାହିଁକି ହୋଇପାରୁନି ନିଷ୍ପତ୍ତି ? କେଉଁଠି ରହୁଛି ଅଡୁଆ ? ତାକୁ ନେଇ ବାହାର ଅପେକ୍ଷା ଦଳ ଭିତରେ ଚର୍ଚ୍ଚା ଜୋର।

Odisha BJP

Odisha BJP

Advertisment

ନୂଆ ସରକାରରେ ବୋର୍ଡ ନିଗମ ନିଯୁକ୍ତି ନେଇ ଘୋର ଅନିଶ୍ଚିତତା। ବିଜେପିର ନୂଆ ସଭାପତି ନିଯୁକ୍ତିକୁ ୨୫ ଦିନ ପୂରି ଥିଲେ ବି ଗଠନ ହୋଇ ପାରୁନି କମିଟି। ଘୁଞ୍ଚି ଘୁଞ୍ଚି ଯାଉଛି ବୋର୍ଡ ନିଗମ ପଦ୍ମ। ଯାହାକୁ ନେଇ ଦଳ ଭିତରେ ଏକ ପ୍ରକାର ଅଡୁଆ ପରିସ୍ଥିତି। ପାଖାପାଖି ୧୫୦ରୁ ଅଧିକ ନେତା ଆଶାୟୀ ଥିବା ବେଳେ ସେମାନଙ୍କ ଭିତରେ ବଢିଲାଣି ଅସନ୍ତୋଷ। ଏନେଇ ଶୀଘ୍ର ନିଷ୍ପତ୍ତି ହୋଇ ପାରୁନଥିବାରୁ ତୃଣମୂଳସ୍ତରରେ କର୍ମୀଙ୍କ ମଧ୍ୟରେ ଭିତରେ କମିଗଲାଣି ଯୋଶ୍। କାହିଁକିନା ସରକାରକୁ ପ୍ରାୟ ୧୪ ମାସ ପରେ ବି ବୋର୍ଡ-ନିଗମ ସହ ଏକାଧିକ କମିଶନ ପଦବୀ ବି ଖାଲି। ତେଣୁ ସରକାର ଆଉ ସଂଗଠନ ଠିକ୍ ଢଙ୍ଗରେ ଚାଲୁନଥିବାର ଚର୍ଚ୍ଚା ଦଳୀୟ ମହଲରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Advertisment

ଯଦିଓ ପୂର୍ବରୁ ଏନେଇ ସାଧାରଣ ସଂପାଦକ ତରୁଣ ଚୁଗଙ୍କ ନେତୃତ୍ୱରେ ଦୁଇ ଦୁଇ ଥର ବୈଠକ ବସିଛି। ପାଖାପାଖି ୧୫୦ରୁ ଉର୍ଦ୍ଧ୍ୱ ନେତାଙ୍କୁ ଥଇଥାନ ପାଇଁ ଆଲୋଚନା ହୋଇ ପ୍ରାରମ୍ଭିକ ତାଲିକା ବି ପ୍ରସ୍ତୁତ ହୋଇଥିବା କୁହାଯାଉଛି। ହେଲେ କାର୍ଯ୍ୟକାରିତାରେ କେଉଁଠି ହେଉଛି ଅସୁବିଧା କିଛି ଜଣାପଡୁନି। ଏମିତିକି ପ୍ରକ୍ରିୟାରେ ରାଜ୍ୟ ସଭାପତି ନିର୍ବାଚନ ଅଡୁଆ ସାଜୁଥିବା କୁହାଯାଉଥିଲାବେଳେ ମନମୋହନଙ୍କୁ ରିପିଟର ପ୍ରାୟ ୨୫ ଦିନ ପରେ ବି ପ୍ରକ୍ରିୟା ଆଗକୁ ବଢିପାରୁନି। ଯାହାକୁ ନେଇ ଶାସକ ଦଳକୁ ଛିଗୁଲେଇଛନ୍ତି ବିରୋଧୀ। ସଭାପତି କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ନିଷ୍ପତ୍ତି।

ରାଜ୍ୟରେ ୩୭ଟି ବୋର୍ଡ ଏବଂ ନିଗମ ସହ ୩୦ଟି ଜିଲ୍ଲାରେ ଯୋଜନା ବୋର୍ଡ, ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି। ୧୪ ମାସ ପରେ ବି ଏସବୁ ଖାଲି। ପଶ୍ଚିମ ଓଡିଶା ବିକାଶ ପରିଷଦ ଥିବାବେଳେ ନୂଆ ସରକାର ମଧ୍ୟ ଦକ୍ଷିଣ ଓଡିଶା ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁଥିରେ ରାଜନୈତିକ ନିଯୁକ୍ତି କରିପାରିବେ ସରକାର। ତେଣୁ ଆଶାୟୀ ଅନେକ। ସେହିଭଳି ମହିଳା କମିଶନ, ଶିଶୁ ସୁରକ୍ଷା ଆୟୋଗ ପଦ ବି ଖାଲି। ତେବେ କାହିଁକି ବିଳମ୍ବ ହେଉଛି ନିଷ୍ପତ୍ତି ? ଏକାଠି ବସି ପାରୁ ନାହାନ୍ତି କି ନେତା ? ନା ରାଜ୍ୟ ତାଲିକାରେ କେନ୍ଦ୍ର ନେତୃତ୍ୱଙ୍କ ଅସହମତିରୁ ହେଉଛି ବିଳମ୍ବ ?

Advertisment

ଖୁବଶୀଘ୍ର ଓଡିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। କଣ୍ଟାବାଞ୍ଜିରେ ରହିଛି ବଡ କାର୍ଯ୍ୟକ୍ରମ। ସେଠାରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ତାଙ୍କୁ ଭେଟିପାରନ୍ତି। ତେଣୁ ଶାସନକୁ ଆଉ ଟିକେ ଫ୍ଲେକ୍ସିବୁଲ କରିବାକୁ ଏସବୁ ପଦବି କେବେ ପୂରଣ ହେଉଛି ତା ଉପରେ ନଜର।

Odisha Politics BJP Odisha Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ