Advertisment

ମୁଣ୍ଡିଆ ମାରି ପ୍ରବେଶୀଲେ ମୋହନ, ଏଣିକି ସବୁ କାମ ଓଡ଼ିଆରେ

ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ।

ଅଦ୍ୟତନ ହୋଇଛି
undefined

Mohan Majhi

Advertisment

ଲୋକସେବା ଭବନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂଜା ପାଠ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ଆଉ ପ୍ରଥମ ଦିନରେ ଭାଷା, ସଂସ୍କୃତି ଆଉ ଓଡିଆ ଅସ୍ମିତା ପାଇଁ ନେଇଛନ୍ତି ବହୁ ଐତିହାସିକ ନିଷ୍ପତ୍ତି। ଏଣିକି ଓଡିଆ ଭାଷାରେ ସରକାରୀ କାମ ହେବା ସହ ସରକାରୀ ଭାଷା ଆଇନରେ ସଂଶୋଧନ ମଧ୍ୟ କରାଯାଇ ପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ। ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିଲା ତାକୁ ପ୍ରଥମ ଦିନରେ ହିଁ ଅମଳ କରିବାକୁ ପ୍ରୟାସ କରିଛନ୍ତି ମୋହନ ସରକାର। ଓଡିଆ ଅସ୍ମିତା ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାର ମଧ୍ୟ ସରକାରଙ୍କ ପ୍ରାଥମିକତା।

ଏହି କ୍ରମରେ ସରକାରୀ ଭାଷା ଆଇନକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଥମ ଦିନରେ ଗୁରୁତ୍ୱ ଦେଇଛନ୍ତି ସିଏମ୍। ଆଜିଠୁ ସବୁ ସରକାରୀ କାମ ଓଡିଆରେ ହେବ, ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନରେ ମଧ୍ୟ ସଂଶୋଧନ କରାଯିବ। ଏହାସହ ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ବି ପଦକ୍ଷେପ ନିଆଯିବ। ଓଡିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରିବା ସହ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା କରାଯିବ।

Advertisment

ସେହିପରି ଓଡିଆ ଭାଷା ଭବନ, ଅସ୍ମିତା ଭବନ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ସମନ୍ୱିତ ସଂସ୍କୃତି ଭବନ ନିର୍ମାଣ, ଉଚ୍ଚ ବିଦ୍ୟାଳୟସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରାଯିବ। ଓଡ଼ିଆ ଅସ୍ମିତା କ୍ଷେତ୍ରରେ ଆଉ କ’ଣ କରାଯିବ ସେନେଇ ରାଜ୍ୟବାସୀଙ୍କୁ ପ୍ରସ୍ତାବ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଶପଥ ନେବା ପରେ ଗତ ୨୨ ଦିନ ଧରି ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ ଭାବେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆଜି ବିଧିବଦ୍ଧ ଭାବେ ଲୋକସେବା ଭବନ ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମୟ ପୂର୍ବାହ୍ନ ୯ଟା ୪୦ ମିନିଟ୍। ଲୋକସେବା ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ସଜେଇ ହୋଇଥିଲା ଲୋକସେବା ଭବନ। ରଙ୍ଗ ବେରଙ୍ଗ ଫୁଲ ସାଙ୍ଗକୁ ପଡ଼ିଥିଲା ରଙ୍ଗୋଲି। ତାହାରି ଭିତରେ ମୁଣ୍ଡିଆ ମାରି ଲୋକସେବା ଭବନକୁ ପଶିଥିଲେ ମୁଖ୍ୟମନ୍ତ୍ରୀ।

Advertisment

ମନ୍ତ୍ର ଧ୍ୱନିରେ କମ୍ପୁଥିଲା ତୃତୀୟ ମହଲା। ସେଠି ବି ମୁଣ୍ଡିଆ ମାରି କାର୍ଯ୍ୟାଳୟକୁ ପଶିଥିଲେ ମୁଖ୍ୟମନ୍ତ୍ରୀ। ସାଙ୍ଗରେ ଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସହ ମନ୍ତ୍ରୀ ମାନେ। ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବିଭାଗର ସଚିବ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହା ସହ ଓଏଏସ ସଂଘ, ସଚିବାଳୟ ସେବା ସଂଘ ଏବଂ ଏଏସଓ ସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମ୍ଭର୍ଦ୍ଧନା ଜଣାଇଥିଲେ।

ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚାମ୍ବରରେ ବସୁଥିଲେ ସେହି ଚାମ୍ବର ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ବଦଳିଛି ଚେୟାର ଆଉ ଟେବୁଲର ଦିଗ। ଏଣେ ମନ୍ତ୍ରୀ ମାନଙ୍କ କରିଡରରେ ଲାଗିଥିବା ନାମ ଫଳକରେ ଦେଖିବାକୁ ମିଳିଛି ଓଡ଼ିଆ କଳା ସଂସ୍କୃତିର ଛାପ। ଯେଉଁଠି ସମ୍ବଲପୁରୀ ପଶାପାଲି ଧଡ଼ିର ଚିତ୍ର ବେଶ୍ ଆକର୍ଷିତ କରୁଛି।

Lok Sabha Bhawan Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ