congress plan failed
ଭୁବନେଶ୍ବର: ଏଫ୍ଏମ୍ ଓ ବଳଙ୍ଗା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ହରଡଘଣାରେ ପକାଇଛି କଂଗ୍ରେସ। ସରକାର ବିଫଳ ବୋଲି ନାରା ଦେଇ ଓଡିଶା ବନ୍ଦ ଡାକରା ବି ଦେଲା। ହେଲେ ମହାକାଳ ଫଳ ଭଳି କଂଗ୍ରେସର ଏହି ଆନ୍ଦୋଳନ ଯେ ଡ୍ରାମା ଥିଲା ତାହା ଉଦିତଙ୍କ କଳା କାରନାମାରୁ ସ୍ପଷ୍ଟ ବୋଲି ଅଭିଯୋଗ ଆଣିଛି ବିଜେପି । ପୀଡିତା କରିଥିବା ଅଭିଯୋଗ ଅନୁସାରେ ଉଦିତ ଗତ ମାର୍ଚ୍ଚ ୧୮ ରେ ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଭୁବନେଶ୍ବରର ଏକ ହୋଟେଲ୍ ରେ ଦୁଷ୍କର୍ମ କରିଥିଲେ । ଏପରିକି ଦୁଷ୍କର୍ମ ପରେ ଭୟଭୀତ କରିବା ସହ ଧମକ ଚମକ ଦେଉଥିଲେ। ଯେଉଁଥିପାଇଁ ପୀଡିତା ପୂର୍ବରୁ ଥାନାରେ ଏତଲା ଦେଇପାରିନଥିଲେ। ହେଲେ ରାଜ୍ୟ ସରକାର ଏବେ ମହିଳା ନିର୍ଯାତନା ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବାରୁ ସାହସ ଜୁଟାଇ ମଞ୍ଚେଶ୍ବର ଥାନାରେ ଏତଲା ଦେଇଥିଲେ ପୀଡିତା।
ଏଣେ ନିଜ ଘର ଗୁମର ଖୋଲିବା ପରେ ତୁରନ୍ତ ଉଦିତଙ୍କୁ ପଦରୁ ନିଲମ୍ବନ କରିଛି କଂଗ୍ରେସ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗଠନ କରିଛି ତଥ୍ୟ ଅନୁଧ୍ୟାନକାରୀ ଟିମ୍। ଏସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଟିମ୍ ର ସଦସ୍ୟ ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସେପଟେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସାମ୍ବାଦିକ ସମ୍ମିଳନୀର କରି ରାଜ୍ୟ କଂଗ୍ରେସକୁ ପ୍ରବଳ ଧୋଇଛନ୍ତି। ସେ କହିଛନ୍ତି, ଖଣ୍ଡଗିରି ଥାନାରେ ଅଭିଯୋଗ ରହିଥିଲା। ଏହାସତ୍ତ୍ବେ ତାଙ୍କୁ ଛାତ୍ର କଂଗ୍ରେସ ସଭାପତି କିପରି କରାଗଲା। ନିଜେ ପିସିସି ସଭାପତି ନାରୀ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏବେ ଉଦିତଙ୍କ ଗିରଫ ପରେ ନିଜେ ଇସ୍ତଫା ଦେବେ କି ବୋଲି ଅଭିଳାଷ ପ୍ରଶ୍ନ କରିଛନ୍ତି ? ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର କଂଗ୍ରେସ ସଭାପତିଙ୍କ କାରନାମାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି । ବିଜେପି ଯୁବ ମୋର୍ଚ୍ଚା ମଧ୍ୟ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧି ଓ ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ କରିଛି । ଅନ୍ୟପକ୍ଷରେ ଭକ୍ତ ଦାସ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆନ୍ଦୋଳନକୁ ବନ୍ଦ କରିବାକୁ ବିଭ୍ରାନ୍ତ କରାଯାଉଛି। ଉଦିତଙ୍କୁ ଦଳ ନିଲମ୍ବିତ କରିଛି, ନାରୀ ନ୍ୟାୟ ସମସ୍ତଙ୍କ ପାଇଁ ସମାନ।
ଭକ୍ତ ଦାସ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ନାରୀ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଉଦ୍ୟମ କରୁଛନ୍ତି। ଏପରିକି ବିଧାନସଭାରେ ବାରମ୍ବାର ଅଚଳାବସ୍ଥା ଜାରି ରଖିଲେ କଂଗ୍ରେସ ବିଧାୟକ। ଯେଉଁଥିପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରିଥିଲେ ବାଚସ୍ପତି। ଆଉ ଏବେ ଉଦିତ ପ୍ରଧାନ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଦଳର ଛବି ମଳିନ ପଡିଥିବା ଚର୍ଚ୍ଚା ହେଉଛି।..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753107872.jpg)