UP Assembly
ଏଣିକି ଆଉ ବିଧାନସଭାରେ ହୋଇପାରିବନି ହଙ୍ଗାମା । ଭାଙ୍ଗିପାରିବେନି ମାଇକ୍ । ଫିଙ୍ଗିପାରିବେନି କାଗଜ ପତ୍ର । କରିପାରିବେନି ହୋହଲ୍ଲା । ଖାଲି ସେତିକି ନୁହେଁ ବିଧାନସଭା ଭିତରକୁ ମୋବାଇଲ ନେବା ବି ମନା ହୋଇଛି । ସ୍ପିକରଙ୍କୁ ପଛ କରି ମଧ୍ୟ ବସିପାରିବେନି ନେତା ।
ଏଭଳି ନିୟମ କଥା ଶୁଣି ଆପଣ ଚମକି ପଡ଼ିଥିବେ । ଆଉ ଭାବୁଥିବେ ଯେଉଁଠି ସାରା ରାଜ୍ୟର ନେତା ଏକାଠି ହେବେ ସେଠି ହଙ୍ଗାମା କେମିତି ବା ନହେବ । ହୋହଲ୍ଲା କେମିତି ବା ନହେବ । ଆଜ୍ଞା ହଁ । ଆଶ୍ଚର୍ଯ୍ୟ ଲାଗିଲେ ବି ଆମ କଥା ସତ । ଉତ୍ତର ପ୍ରଦେଶ ବିଧାନସଭାରେ ଏଭଳି ଏକ ନିୟମ ଲାଗୁ କରାଯାଇଛି ।
ଏନେଇ ପୂର୍ବରୁ ଏକ ପ୍ରସ୍ତାବ ଦିଆଯାଇଥିବା ବେଳେ ଏଥିରେ ଏବେ ମୋହର ଲାଗିଛି । ସୋମବାର ଏହି ପ୍ରସ୍ତାବରେ ମୋହର ବାଜିଛି । ଏନେଇ ଉତ୍ତର ପ୍ରଦେଶ ବିଧାନସଭାର ବାଚସ୍ପତି ସତିଶ ମହାନା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।
ନୂଆ ନିୟମ ଅନୁସାରେ କୌଣସି ବି ବିଧାୟକ ବିଧାନସଭା ଗୃହ ଭିତରକୁ ମୋବାଇଲ ଧରି ପ୍ରବେଶ କରିପାରିବେ ନାହିଁ । ଏମିତିକି ଗୃହ ଭିତରେ କୌଣସି କାଗଜପତ୍ର ବା ଡକ୍ୟୁମେଣ୍ଟ ଫିଙ୍ଗାଫୋପଡ଼ା କରିପାରିବେ ନାହିଁ। ଏମିତିକି ନେତାମାନେ ଗୃହରେ ନିଜ ବକ୍ତବ୍ୟ ରଖିବା ବେଳେ କାହାରିକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିପାରିବେ ନାହିଁ । ଖାଲି ସେତିକି ନୁହେଁ କୌଣସି ଅସ୍ତ୍ରଶସ୍ତ୍ର ଗୃହ ଭିତରକୁ ଧରି ଆସିପାରିବେ ନାହିଁ ବିଧାୟକ।
ଅନ୍ୟପଟେ ବିଧାନସଭା ଲବିରେ କୌଣସି ବିଧାୟକ ବା ନେତା ଧୁମ୍ରପାନ କରିପାରିବେ ନାହିଁ ଏବଂ ଜୋର ଶବ୍ଦ କରି ହସିପାରିବେ ନାହିଁ । ନୂଆ ନିୟମକୁ ଅନୁଯାୟୀ ପ୍ରତ୍ୟେକ ବିଧାୟକ ବିଧାନସଭା ବାଚସ୍ପତିଙ୍କ ଚୌକି ଆଗରେ ମୁଣ୍ଡ ନୁଆଁଇ ସମ୍ମାନର ସହ କଥା ବାର୍ତ୍ତ କରିବେ । ଖାଲି ସେତିକି ନୁହେଁ ବିଧାୟକମାନେ ଯଦି ଗୃହକୁ ଆସିପାରିବେ ନାହିଁ ତେବେ ଅନ୍ଲାଇନ୍ ଯୋଗେ ଯୋଡ଼ି ହେବାର ବ୍ୟବସ୍ଥା ମଧ୍ୟ ରହିବ । ବିଧାନସଭାରେ କୌଣସି ନେତା ପ୍ଲାକାର୍ଡ ନେଇ ଦେଖାଇପାରିବେନି ଓ ଲିଫ୍ଲେଟ୍ କିମ୍ବା ଚିରିକୁଟି ବାଣ୍ଟି ପାରିବେ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691592843.jpg)