ନୀତୀଶଙ୍କ ନିଆରା ରେକର୍ଡ : ୮ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ପାଇଁ ଶପଥ ନେଇଥିଲେ ନୀତୀଶ ।

Nitish Kumar

ନୀତୀଶଙ୍କ ନାଁରେ ଯୋଡ଼ି ହୋଇଛି ଏକ ନିଆରା ରେକର୍ଡ । ଏହାକୁ ମିଶାଇ ନୀତୀଶ ୮ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ମାର୍ଚ୍ଚ, ୨୦୦୦ ମସିହାରେ ପ୍ରଥମେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କେନ୍ଦ୍ରରେ ବାଜପେୟୀଙ୍କ ସରକାର ବେଳେ ସେ ମୁଖ୍ୟମନ୍ତ୍ରୀ ସିନା ହୋଇଥିଲେ କିନ୍ତୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପୂର୍ବରୁ ଛାଡ଼ିବାକୁ ପଡ଼ିଥିଲା ପଦବୀ । ୨୦୦୫ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର । ବିହାରରେ ଓବିସି ବର୍ଗଙ୍କ ମଧ୍ୟରେ ବେଶ୍ ପରିଚିତ ଥିବା ନୀତୀଶ ସେତେବେଳେ ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲେ ।

ଏକଦା ଲାଲୁ ଯାଦବଙ୍କ ସାନ ଭାଇ ଭାବେ ପରିଚିତ ଥିବା ନୀତୀଶ, ୨୦୧୦ରେ ବିଜେପି ସହ ମେଣ୍ଟରେ ଲଢ଼ିଥିଲେ ନିର୍ବାଚନ । ସେତେବେଳେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାଇକେଲ୍ ବାଣ୍ଟି ବେଶ ଚର୍ଚ୍ଚାକୁ ଆସିଥିଲେ । ହେଲେ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ଖରାପ ପଦର୍ଶନ ଓ ମୋଦି କ୍ୟାମ୍ପେନ୍ କମିଟିର ମୁଖ୍ୟ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଥିଲେ । ସେ ନୀତୀଶ, କେବେ ଏପଟେ କେବେ ସେପଟେ । ଏହି ଥିଓରୀରେ ପୁଣିଥରେ ୨୦୧୫ରେ ଆରଜେଡି ଓ କଂଗ୍ରେସର ହାତ ଧରି ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ହେଲେ ଦୁଇ ବର୍ଷ ନଯାଉଣୁ ମହାମେଣ୍ଟ ସହ ଅଲଗା ହୋଇଥିଲେ । ଗତକାଲି ଭଳି ୨୦୧୭ରେ, ନୀତୀଶ କୁମାର ସକାଳେ ମହାମେଣ୍ଟରୁ ଇସ୍ତଫା ଦେଇ ସଂଧ୍ୟାରେ ବିଜେପି ଆଡ଼ୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୨୦ରେ ପୁଣି ଥରେ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପ୍ରଥମ - ୨୦୦୦୨୦୦୦

ଦ୍ୱିତୀୟ- ନଭେମ୍ବର ୨୦୦୫

ତୃତୀୟ- ନଭେମ୍ବର ୨୦୧୦

ଚତୁର୍ଥ- ଫେବ୍ରୁଆରୀ ୨୦୧୫

ପଞ୍ଚମ- ନଭେମ୍ବର ୨୦୧୫

ଷଷ୍ଠ- ଜୁଲାଇ ୨୦୧୭

ସପ୍ତମ- ନଭେମ୍ବର ୨୦୨୦

ଆଜି ଅଷ୍ଟମ ଥର ପାଇଁ ଶପଥ ନେବେ

ନୀତୀଶ କୁମାର କେବେ ଏପଟେ, କେବେ ସେପଟେ