PM Modi
ଲୋକଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଙ୍କୁ ନିର୍ଧୂମ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରିବାରବାଦ, ଦେଶକୁ ଭାଗଭାଗ କରିବା ଭଳି ଉଦ୍ୟମ ବିରୋଧୀ କରୁଥିବା କହି ପ୍ରବଳ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସକୁ ଭଲ ବିରୋଧୀ ହେବାକୁ ୧୦ ବର୍ଷ ସୁଯୋଗ ମିଳିଲା। କିନ୍ତୁ ଏମିତି ସୁଯୋଗ ପାଇ ବି ସେମାନେ ବିଫଳ ହେଲେ। ସେହିପରି ଭାରତ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତି ହୋଇ କି ରହିବ, ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋ ତୃତୀୟ କାର୍ଯ୍ୟକାଳରେ ତୃତୀୟ ବଡ଼ ଅର୍ଥନୀତି ହେବୁ ବୋଲି ମୋଦି ଲୋକସଭାରେ ଦୃଢୋକ୍ତି କରିଛନ୍ତି।
ସେହିପରି ବିରୋଧୀ ମେଣ୍ଟ ଗଠନକୁ କଡ଼ା ସମାଲୋଚନା କରିବା ସହ ପରସ୍ପର ଉପରେ ବିଶ୍ୱାସ, ଭରସା ନାହିଁ ବୋଲି କହିଛନ୍ତି। କଂଗ୍ରେସ ବହୁ ଚେଷ୍ଟା କଲା, କିନ୍ତୁ ଆଲାଏନ୍ସର ଆଲାଏନମେଣ୍ଟ ବିଗିଡ଼ିଗଲା। ଆମେ ନିଶ୍ଚିତ ତୃତୀୟ ଥର ସରକାର ଗଢ଼ିବୁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଉ ଅତି ବେଶିରେ ଶହେ ଦିନ ପରେ ଆମେ ତୃତୀୟ ପାଳିରେ ଥିବୁ। ଆଗାମୀ ନିର୍ବାଚନରେ ଲୋକେ ଆମକୁ ବିରାଟ ବହୁମତ ଦେବେ। ନିର୍ବାଚନରେ NDA ୪ଶହରୁ ଅଧିକ ଆସନରେ ଜିତିବ। ଏକାକୀ ବିଜେପିକୁ ୩୭୦ ସିଟ୍ ନିଶ୍ଚିତ ମିଳିବ ମୋଦି କହିଛନ୍ତି।
ଏହାଛଡ଼ା ମୋଦି କହିଛନ୍ତି କାଶ୍ମୀର ବିକାଶ ଏବେ ସାରା ବିଶ୍ୱ ଦେଖୁଛି। ଆତଙ୍କବାଦ ପ୍ରସଙ୍ଗରେ ଭାରତର ଜିରୋ ଟଲରେନ୍ସ ନୀତିକୁ ଗୁରୁତ୍ୱ ଦେବା ସହ ସାରା ବିଶ୍ୱ ଏବେ ଭାରତ ରାସ୍ତାରେ ଚାଲୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1707146303.jpg)