Advertisment

ସୁପ୍ରିୟା ସୁଲେଙ୍କ ବଡ଼ ବୟାନ-‘ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ,ମହାରାଷ୍ଟ୍ରରେ ହେବ ବଡ଼ ରାଜନୈତିକ ବିସ୍ଫୋରଣ’

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ୨ଟି ବଡ଼ ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
NCP MP Supriya Sule Explosions Remark

NCP MP Supriya Sule Explosions Remark

Advertisment

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ୨ଟି ବଡ଼ ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି। ଗୋଟିଏ ରାଜନୈତିକ ବିସ୍ଫୋରଣ ଦିଲ୍ଲୀରେ ହେବାକୁ ଥିବାବେଳେ ଅନ୍ୟଟି ମହାରାଷ୍ଟ୍ରରେ ହେବ ବୋଲି ସୁପ୍ରିୟା କହିଛନ୍ତି। ଏମିତି ଏକ ସମୟରେ ସେ ଏପରି ବୟାନ ଦେଇଛନ୍ତି, ଯେତେବେଳେ ବିରୋଧୀ ଦଳର ନେତା ଅଜିତ ପାୱାର ବିଜେପିରେ ଯୋଗଦେବା ଦେଇ କଳ୍ପନାଜଳ୍ପନା ଜାରି ରହିଛି। 

Advertisment

ସୁପ୍ରିୟା ସୁଲେଙ୍କ ଏହି ବୟାନ ପରେ ମହାରାଷ୍ଟ ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅଜିତ ଦାଦା ବିଜେପିରେ ସାମିଲ ହେବେ ନା ନାହିଁ ? ଏହାର ଜବାବରେ ସୁପ୍ରିୟା କହିଛନ୍ତି, ‘ଏହି କଥା ଦାଦାଙ୍କୁ ପଚାରନ୍ତୁ। କାରଣ ଗପସପ ପାଇଁ ମୋ ପାଖରେ ସମୟ ନାହିଁ। ଜନପ୍ରତିନିଧି ଭାବେ ମୋ ପାଖରେ ବହୁତ କାମ ଅଛି। ତେଣୁ ଏସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ। ତେବେ ଭଲ ତଥା ପରିଶ୍ରମୀ ନେତା ଅଜିତ ଦାଦାଙ୍କୁ ସମସ୍ତେ ଚାହିଁବେ। ସେଥିପାଇଁ ଏଭଳି ବୟାନ ଦିଆଯାଉଛି। 

ଅଧିକ ପଢ଼ନ୍ତୁ: ପଦ୍ମ ଛାଡ଼ି ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ଅଜିତ ପାୱାର ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା...

ଉଦ୍ଧବ ଠାକ୍‌ରେ ଦଳର ନେତାଙ୍କ ଦାବି ପରେ ଏହି କଳ୍ପନାଜଳ୍ପନା ଆହୁରି ବଢ଼ିଛି ଯେ, ଏନ୍‌ସିପି ନେତା ଅଜିତ ପାୱାର ବିଜେପିରେ ସାମିଲ ହୋଇପାରନ୍ତି। କିଛିଦିନ ପୂର୍ବେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଓ ସାଂସଦ ସୁପ୍ରିୟା ସୁଲେ ପୁଣେରେ ଏକ ରାଲି କରିଥିଲେ। ହେଲେ ଏଥିରେ ଅଜିତ ପାୱାର ସାମିଲ ହୋଇନଥିଲେ। ଏହାପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ହେଲେ କାହିଁକି ସେ ରାଲିରେ ସାମିଲ ହୋଇନଥିଲେ ଏନେଇ ଅଜିତ ସ୍ପଷ୍ଟ କରିଥିଲେ।

Advertisment
NCP Supriya Sule
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ