ରାଜନୀତିରେ ସଫ୍ଟ ଲ୍ୟାଣ୍ଡିଂ କରିଛନ୍ତି ଭି.କେ. ପାଣ୍ଡିଆନ । ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଆଇଏଏସ୍ ଭି.କେ. ପାଣ୍ଡିଆନଙ୍କ ଭିଆରଏସ୍ ପ୍ରସଙ୍ଗରେ ମୁହଁ ଖୋଲି ଏଭଳି କିଛି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସାଂସଦ ଅପରାଜିତା କହିଛନ୍ତି, ଏବେ ଓଡ଼ିଶାବାସୀ ଏହି VRSକୁ ଠିକ୍ ବୁଝିବେ । ସେପଟେ ଏଭଳି ସ୍ଥିତିରେ ବିଜେଡି କର୍ମୀଙ୍କ ଅବସ୍ଥା ଦେଖି ଦୁଃଖ ଲାଗୁଛି । ମୁଖ୍ୟମନ୍ତ୍ରୀ ବିଜେଡି କର୍ମୀଙ୍କ ଅବସ୍ଥା ବୁଝି ପାରିଲେନି । ତେବେ ରାଜ୍ୟବାସୀ ଏ ସ୍ଥିତିକୁ ଠିକ୍ ବୁଝିଛନ୍ତି । ପାଣ୍ଡିଆନ ପୁରା ସିଷ୍ଟମ୍କୁ ହାଇଜାକ୍ କରିଛନ୍ତି ଏବଂ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି ବୋଲି କହି ଅପରାଜିତା ବର୍ଷିଛନ୍ତି ।