ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା

ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି ମୂଲ୍ୟାୟନ କ୍ଷେତ୍ରରେ ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି ଉଲ୍ଲେଖ ରହିଛି ।

ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି ମୂଲ୍ୟାୟନ କ୍ଷେତ୍ରରେ ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି ଉଲ୍ଲେଖ ରହିଛି । ରାଜ୍ୟର ଗ୍ରାମାଞ୍ଚଳର ୪୦.୫ ପ୍ରତିଶତ ପରିବାର ଋଣବୋଝରେ ରହୁଥିବାର ସମୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୪୬.୪ ପ୍ରତିଶତ ଚାଷୀ ପରିବାର ରହିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତି ଚିନ୍ତାର ବିଷୟ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ ଗୃହରେ ଜଣାଇଛନ୍ତି ।

ସେପଟେ ପ୍ରତିଦିନ ରାଜ୍ୟରେ ବେରୋଜଗାର ହାର ମଧ୍ୟ ବଢ଼ିବାରେ ଲାଗିଛି । ସେଣ୍ଟର ଫର ମନିଟରିଂ ଫର ଇଣ୍ଡିଆନ୍ ଇକୋନମି ସଂସ୍ଥାର ତଥ୍ୟ ଅନୁସାରେ ରାଜ୍ୟର ବେରୋଜଗାର ହାର ୨୩.୫ ପ୍ରତିଶତ ରହିଛି । ଯାହାକି ଜାତୀୟ ହାରଠୁ ବହୁ ଉର୍ଦ୍ଧ୍ୱରେ । ତେଣୁ କେନ୍ଦ୍ର ସରକାର ତୁରନ୍ତ ରାଜ୍ୟ ସରକାରଙ୍କ ଠାରୁ ଏ ସମ୍ପର୍କରେ ଏକ ରିପୋର୍ଟ ତଲବ କରନ୍ତୁ ବୋଲି ସାଂସଦ କହିଛନ୍ତି । ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ଓ ଋଣ ଭାର କମାଇବାକୁ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଜଣାଇବା ଦରକାର ବୋଲି ସାଂସଦ ଅପରାଜିତା ଷଡଙ୍ଗୀ ଗୃହରେ ଜଣାଇଛନ୍ତି ।