Advertisment

ପଦ ହରାଇବା ପରେ ସୌମ୍ୟଙ୍କ ରିଆକ୍ସନ- ‘ନବୀନଙ୍କ ଦସ୍ତଖତ ଅସଲି ନା ନକଲି’

ବିଜେଡି ଉପସଭାପତି ପଦରୁ ହଟା ଯିବା ପରେ ସୌମ୍ୟ ପଟ୍ଟନାୟକ ପ୍ରତିକ୍ରିୟା ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅଦ୍ୟତନ ହୋଇଛି
MLA Soumya Patnaik Raises Question On Chief Minister Naveen Patnaik Signature

MLA Soumya Patnaik Raises Question On Chief Minister Naveen Patnaik Signature

Advertisment

ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ହଟାଇ ଦିଆଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏନେଇ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଯେଉଁଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିଲେ ମଧ୍ୟ ଦଳରେ ତାଙ୍କ ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି।

Advertisment

ସୌମ୍ୟଙ୍କୁ ବିଜେଡି ଉପସଭାପତି ପଦରୁ ହଟା ଯିବା ପରେ ବିଭିନ୍ନ ଦଳର ରାଜନେତା ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଖୋଦ୍‌ ସୌମ୍ୟ ପଟ୍ଟନାୟକ ପ୍ରତିକ୍ରିୟା ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବହିଷ୍କାର ପତ୍ରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ସନ୍ଦେହ ହେଉଛି। ପ୍ରକୃତରେ ଏହା ଅସଲି ନା ନକଲି, ଏନେଇ ସନ୍ଦେହ ହେଉଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ୨ ମିନିଟ ସମୟ ମାଗିଥିଲି। ସମୟ ନଦେଇ ପଦରୁ ବହିଷ୍କାର କରାଯାଇଥିବାରୁ ସନ୍ଦେହ ହେଉଛି।’

ପଦ ହରାଇବା ଉପରେ ସୌମ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ‘କିଛି ହରାଇଲି ବୋଲି ଭାବୁନାହିଁ, ପଦରେ ଥାଇ କ’ଣ କରୁଥିଲି କି ? ଆମ ଦଳରେ ଯେଉଁମାନେ ପଦପଦବୀରେ ଥାଆନ୍ତି କ’ଣ କରନ୍ତି କି ? ଆମ ଦଳରେ ପଦପଦବୀ କେବଳ ଆଳଙ୍କରିକ।’

Advertisment

ସେପଟେ ସୌମ୍ୟଙ୍କୁ ପଦରୁ ହଟାଇବା ଉପରେ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗରୁ କାରଣ ଦର୍ଶାଅ ମଗାଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିଲା। ତେବେ ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ ହେଉଛି। ମୋଟାମୋଟି କହିବାକୁ ଗଲେ ରାଜନୈତିକ ପରିସ୍ଥିତି ଭଲ ନାହିଁ। ଏମିତି କେତେ ଅଘଟଣ ଆଗକୁ ଘଟିବ ବୋଲି ବିଜୟ ମହାପାତ୍ର କହିଛନ୍ତି।

ସୂଚନାଥାଉ କି, ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ସୌମ୍ୟ ସମାଲୋଚନା କରି ଆସୁଥିବା ବେଳେ ସାମ୍ବାଦିକଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତି ୧୫ ଦିନରେ ମତ ବଦଳାନ୍ତି ବୋଲି କହି ଚର୍ଚ୍ଚାକୁ ଆସିଥିଲେ । ଏହାସହ ଦଳ ଓ ଶାସନ ବ୍ୟବସ୍ଥା ଉପରେ ଆଲେଖ୍ୟ ଲେଖି ଚର୍ଚ୍ଚାରେ ରହିଛନ୍ତି ସୌମ୍ୟ।

Advertisment
Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ