ଡାକ୍ତର ସାଜିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ରକ୍ତଦାତାଙ୍କଠୁ ରକ୍ତ ଟାଣିଲେ । ରାଉରକେଲା ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।
କୁହାଯାଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଯାହାର ଉଦ୍ଘାଟନ ପାଇଁ ଯାଇଥିଲେ ମନ୍ତ୍ରୀ ସାରଦା ନାୟକ । କଇଁଚି ଧରି ରିବନ କାଟିବା ଛାଡ଼ି ରକ୍ତଦାନ ପାଇଁ ଆସିଥିବା କର୍ମୀ ଓ ସାଧାରଣ ଲୋକଙ୍କ ପାଖକୁ ଯାଇଥିଲେ ।
Also Read
ପୂର୍ବରୁ ଏଥିପାଇଁ କୌଣସି ପ୍ରଶିକ୍ଷଣ କି ଅଭିଜ୍ଞତା ନଥାଇ ମନ୍ତ୍ରୀ କିଭଳି ଲୋକଙ୍କ ଦେହରେ ଛୁଞ୍ଚି ଫୋଡ଼ି ରକ୍ତ ସଂଗ୍ରହ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି ।
ଅନ୍ୟପକ୍ଷେ, କୱାଲି କାର୍ଯ୍ୟକ୍ରମରେ ପୁଳା ପୁଳା ଟଙ୍କା ମନ୍ତ୍ରୀ ସାରଦା ନାୟକ ଉଡ଼ାଉ ଥିବା ଭିଡିଓ ଭାଇରାଲ୍ ହୋଇଥିଲା । ସୁନ୍ଦରଗଡ଼ ସହରର ଏକ ହୋଟେଲରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା । କୱାଲି ଗାୟକ ରାଇସ ଅନିସ ଶାବରୀ ଗୋଟିଏ ପରେ ଗୋଟିଏ କୱାଲି ପରିବେଷଣ କରୁଥିବାବେଳେ ତାଙ୍କ ଉପରକୁ ଉଡୁଥିଲା ପୁଳା ପୁଳା ଟଙ୍କା।
କିଏ ୫୦୦ ଟଙ୍କିଆ ତ ଆଉ କିଏ ୧୦୦, ୨୦୦ ତ ପୁଣି କିଏ ୧୦ ଟଙ୍କିଆ, ୨୦ ଟଙ୍କିଆ ଉଡାଉଥିଲେ । ମନ୍ତ୍ରୀ ବି ଟଙ୍କା ଉଡ଼ାଇଥିଲେ । ଯାହାର ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ସ୍ଥାନୀୟ ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଭଳି କିଛି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।