Advertisment

Mallikarjun Kharge: ଭାଷଣ ଦେଲାବେଳେ ପାଟିରୁ ଖସିଗଲା, ବିବାଦରେ ଫସିଲେ ମଲ୍ଲିକାର୍ଜୁନ ଖଡଗେ

ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁ ଠିକରେ କହିପାରିନାହାନ୍ତି । ସେ ‘ମୁର୍ମାଜି’ ବୋଲି କହି ବିବାଦ ଘେରକୁ ଆସିଛନ୍ତି । ଛତିଶଗଡ଼ରେ ସେ ଉଦବୋଧନ ଦେଲାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ଭୁଲ୍ ଭାବେ କହିବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ନାଁ ଭୁଲରେ କହିବା ପରେ ସେ ଏହାକୁ ସଂଶୋଧନ କରିଥିଲେ । ଏହା ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ସେ କହିଥିଲେ ନା ପାଟିରୁ ଖସିଯାଇଥିଲା, ତାହା ସ୍ପଷ୍ଟ ହୋଇନାହିଁ ।

ଅଦ୍ୟତନ ହୋଇଛି
mallikarjun kharge

mallikarjun kharge

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବେ ବିବାଦରେ ଫସିଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁ ଠିକରେ କହିପାରିନାହାନ୍ତି । ସେ ‘ମୁର୍ମାଜି’ ବୋଲି କହି ବିବାଦ ଘେରକୁ ଆସିଛନ୍ତି । ଛତିଶଗଡ଼ରେ ସେ ଉଦବୋଧନ ଦେଲାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ଭୁଲ୍ ଭାବେ କହିବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ନାଁ ଭୁଲରେ କହିବା ପରେ ସେ ଏହାକୁ ସଂଶୋଧନ କରିଥିଲେ । ତେବେ ତା ପର ମୁହୂର୍ତ୍ତରେ ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାଁ ମଧ୍ୟ ଭୁଲ୍ କରି କହିଥିଲେ । ସେ ରାମନାଥ କୋବିନ୍ଦଙ୍କୁ କୋଭିଡ୍ ବୋଲି କହିଥିଲେ ।

Advertisment

ଛତିଶଗଡ଼ରେ ରାୟପୁର ସାଇନ୍ସ ଗ୍ରାଉଣ୍ଡରେ ଏକ ସାଧାରଣ ସଭାରେ ଉଦବୋଧନ ଦେଲାବେଳେ ସେ ଏପରି କହିଛନ୍ତି । ତାଙ୍କ ଭାଷଣର ଏହି ଅଂଶ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହା ପରେ ବିଜେପି କଂଗ୍ରେସ ସଭାପତିଙ୍କୁ କଡା ସମାଲୋଚନା କରିଛି । ଏହା ତାଙ୍କର ମହିଳା ବିରୋଧୀ, ଦଳିତ ବିରୋଧୀ ଓ ଜନଜାତି ବିରୋଧୀ ମନ୍ତବ୍ୟ ବୋଲି କହିଛି ବିଜେପି ।

Advertisment

ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ମନ୍ତବ୍ୟ ଖଡଗେଙ୍କ ଠାରୁ ଆଶା କରାଯାଏ ନାହିଁ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହନାଜ ପୁନାୱାଲା ତାଙ୍କ ‘X’ ଆକାଉଣ୍ଟରେ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ୨୦୨୨ରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିଥିଲେ । ଏହାକୁ ଏକ ସଂଯୋଗ ବୋଲି କୁହାଯାଇପାରିବ ନାହିଁ । ଏହା କଂଗ୍ରେସର ଏକ ଉଦ୍ୟୋଗ ବୋଲି ସେ କହିଛନ୍ତି । ଏ ସଂପର୍କରେ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ; ମୋଟ ଚତୁର୍ଥ ଥର ପାଇଁ ହେଲେ ସଭାପତି…

Advertisment
Congress President Of India Mallikarjun Kharge Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ