Astrospeak
  • Live TV
  • Read In English

ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ : ସେଲିବ୍ରେସନ୍ ମୁଡରେ ବିଜେଡି

ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜଧାନୀରେ ବ୍ୟାପକ ଆୟୋଜନ

Special story
୨୦୨୪ ନିର୍ବାଚନ ପୂର୍ବରୁ ଭାବମୂର୍ତ୍ତି ରକ୍ଷା ପ୍ରୟାସ ଚର୍ଚ୍ଚା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି । ନୂଅଦିଲ୍ଲୀରେ ବିଜେଡି ନେତାମାନେ ଏକାଠି ହୋଇ ପତିଆରା ପ୍ରଦର୍ଶନ କରିଥିବା ବେଳେ ଆସନ୍ତା ମଙ୍ଗଳବାର ନବୀନ ଓଡ଼ିଶା ଫେରିବା ପରେ ଭୁବନେଶ୍ୱରରେ ବି ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି । ୨୪ ନିର୍ବାଚନ ପାଖଉ ଥିବାରୁ ନବୀନଙ୍କ ପୁରସ୍କାରକୁ ଅସ୍ତ୍ର କରି ଏବେଠୁ ମାହୋଲ ବନାଇବା ଚକ୍କରରେ ବିଜେଡି, ଯାହୁକ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି ଓ କଂଗ୍ରେସ୍ ଆଜି ନୂଆଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି ।

ଦେଶର ରାଜଧାନୀରେ ମୁଖ୍ୟମନ୍ତ୍ରୀ ସମ୍ମାନିତ, ଉତ୍ସାହିତ ଯୁବ ଓ ଛାତ୍ର ବିଜେଡି ନେତା ପୁରସ୍କାର ଗ୍ରହଣ ଆଳରେ ନୂଆଦିଲ୍ଲୀରେ ପତିଆରା ଦେଖାଇଲା ବିଜେଡି । ବିଧାୟକ, ମନ୍ତ୍ରୀ, ସାଂସଦ ଓ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଜୀବନବ୍ୟାପୀ ସାଧନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ସମ୍ମାନ । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରର ଯେଉଁଠି, ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନାଙ୍କୁ ହାତରୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପ୍ରଦତ୍ତ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ଗ୍ରହଣ କରିଛନ୍ତି । ନବୀନ କହିଛନ୍ତି, ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ବିଶ୍ୱାସ ହିଁ ରାଜ୍ୟକୁ ସଶକ୍ତ କରିବା ଦିଗରେ କାମ କରିବାକୁ ମୋତେ ପ୍ରେରଣା ଯୋଗାଇଛି ।

ପୁରସ୍କାର ପାଇବା ପରେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି ଦଳର ଯୁବ ଓ ଛାତ୍ର ସଂଗଠନର ବହୁ ନେତା । ସେଠାରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେବା ସହ ପତିଆରା ପ୍ରଦର୍ଶନ କରିଥିଲେ । ଓଡ଼ିଶା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଶା ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସେପଟେ କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟିରୁ ସମ୍ମାନ ପାଇବା ପରେ ଆସନ୍ତା ମଙ୍ଗଳବାର ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏହାକୁ ଏକ ଗ୍ରାଣ୍ଡ ସେଲିବ୍ରେସନର ରୂପ ଦେବାକୁ ବିଜେଡି ପକ୍ଷରୁ ଏୟାରପୋର୍ଟରୁ ନବୀନ ନିବାସ ପର୍ଯ୍ୟନ୍ତ ଚାଲିଛି ଜୋରଦାର ପ୍ରସ୍ତୁତି । ସ୍ୱାଗତ ପର୍ବରେ ରାଜ୍ୟର କୋଣ ଅନୁକୋଣରୁ ଦଳୀୟ ନେତା ଓ କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ଥିବାରୁ ଏଥିପାଇଁ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଛି । ଆଉ ବିଜେଡିର ଏ ଭବ୍ୟ ଆୟୋଜନକୁ ନେଇ ତେଜିଛି ରାଜନୀତି । ବିରୋଧୀ ବିଜେପି କହିଛି ଆଓ୍ୱାର୍ଡକୁ ଅଆଳ କରି ରାଜନୈତିକ ଗେମ୍ ଖେଳୁଛି ବିଜେଡି । କଂଗ୍ରେସ ମଧ୍ୟ କଡ଼ା ସମାଲୋଚନା କରିଛି

ନବୀନଙ୍କୁ ପୁରସ୍କାର ପରେ ବିଜେଡି ସମ୍ବର୍ଦ୍ଧନା ପର୍ବର ଏହା ନୂଆ କଥା ନୁହେଁ, ୧୯ ନିର୍ବାଚନ ପୂର୍ବରୁ ବି ଏମ୍ଆଇଟି ପକ୍ଷରୁ ଯେତେବେଳେ ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀର ସମ୍ମାନ ମିଳିଲା । ସେତେବେଳେ ବି ରାଜଧାନୀରେ ଅନୁରୂପ ମେଗା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରିଥିଲା ବିଜେଡି । ଆଉ ଏବେ ଆଗକୁ ୨୪ ନିର୍ବାଚନ ଥିବାରୁ ପୁଣି ସମାନ ଷ୍ଟାଇଲର ସମ୍ବର୍ଦ୍ଧନା ପର୍ବ ।

ତେବେ ୨୨ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବା ଏବଂ ପ୍ରତିଟି ନିର୍ବାଚନ ଜିତିବା ପରେ ବି କାହିଁକି ଏଭଳି କାର୍ଯ୍ୟକ୍ରମ ? କୁହାଯାଉଛି, ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟରେ ଏବେ ବିଜେଡି ଆଉ ଆଗଭଳି କେନ୍ଦ୍ର ଅବହେଳା କଥା ଉଠାଉନି । ତେଣୁ ନବୀନଙ୍କ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମାହୋଲ ବନୋଉଛି କି ଦଳ? ସରକାର ବିରୋଧୀ ହାଓ୍ୱାକୁ ପ୍ରତିହତ କରିବାକୁ ଏଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏକ ଷ୍ଟ୍ରାଟେଜି ନୁହେଁ ତ? ତେବେ ସ୍ଥିତିକୁ ଦେଖିଲେ ଲାଗୁଛି ୨୪ ନିର୍ବାଚନ ପୂର୍ବରୁ ଏହା ହେଉଛି ବିଜେଡିର ପୂର୍ବ ପ୍ରସ୍ତୁତି ।