Advertisment

ସୌମ୍ୟଙ୍କ ଟାର୍ଗେଟ୍‌ରେ ଶାସନ ମୁଖିଆ..କହୁ କହୁ କହିଦେଲେ....!!

ଖାଲି ଏତିକି ନୁହେଁ ବରଂ ପାଖପାଖି ୪ ବର୍ଷ ହେଲାଣି ଷ୍ଟୁଡେଣ୍ଟ ଇଲେକ୍ସନ ହେଉନଥିବା କାରଣରୁ ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ଏମିତି କାହିଁକି ହେଉଛି?

ଅଦ୍ୟତନ ହୋଇଛି
MLA Soumya Ranjan Patnaik

MLA Soumya Ranjan Patnaik

Advertisment

ପୁଣି ସରକାରଙ୍କୁ ଟାର୍ଗେଟ୍‌ କଲେ ବିଜେଡି ନେତା ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏଥର ନିଶାନାରେ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା ଗୋଷ୍ଠୀ। ସିଧା ସିଧା ସୌମ୍ୟ କହିଛନ୍ତି, ଗତ କିଛିବର୍ଷ ହେବ କଲେଜ୍‌ କିମ୍ବା ବିଶ୍ୱବିଦ୍ୟାଳୟରେ ହେଉନି ଛାତ୍ର ସଂସଦ ନିର୍ବାଚନ। ଏହା ପଛରେ କେଉଁମାନଙ୍କର କେଉଁ ଉଦ୍ଦେଶ୍ୟ ରହିଛି ସେନେଇ କିଛି ଜଣାପଡୁନାହିଁ...

Advertisment

ଖାଲି ଏତିକି ନୁହେଁ ବରଂ ପାଖପାଖି ୪ ବର୍ଷ ହେଲାଣି ଷ୍ଟୁଡେଣ୍ଟ ଇଲେକ୍ସନ ହେଉନଥିବା କାରଣରୁ ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ଏମିତି କାହିଁକି ହେଉଛି? କିଏ କରୁଛି ସେନେଇ ମୋ ପାଖରେ କୌଣସି ତଥ୍ୟ ନାହିଁ ବୋଲି ସୌମ୍ୟ କହିଛନ୍ତି। ପ୍ରାୟ ୩,୪ ବର୍ଷ ହେବ ଆମ ରାଜ୍ୟର କୌଣସି କଲେଜରେ ଛାତ୍ର ନିର୍ବାଚନ ହେଉନି। କେଉଁ ବିଚାର ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି, ସେ ସମ୍ପର୍କରେ ମୁଁ ଅଗୋଚର । କିନ୍ତୁ ଏହାର ପରିଣାମ ଭୋଗିବାକୁ ଆମେ ସମସ୍ତେ ପ୍ରସ୍ତୁତ ରହିବା ଦରକାର ବୋଲି ରୋକଠୋକ୍‌ କହିଛନ୍ତି ସୌମ୍ୟ...

ଏହାସହ ସୌମ୍ୟ ଆହୁରି ମଧ୍ୟ କହିଛନ୍ତି, ଛାତ୍ର ଜୀବନରେ ଛାତ୍ର ରାଜନୀତି କଲେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନେତୃତ୍ୱ ତିଆରି ହେବାକୁ ଏକ ସୁଯୋଗ ସୃଷ୍ଟି ହୁଏ । ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତା ଗୋଷ୍ଠି କେଉଁ କାରଣରୁ ଛାତ୍ର ରାଜନୀତିରେ ଏପରି ପୂର୍ଣ୍ଣଛେଦ ଟାଣୁଛନ୍ତି ତାକୁ ପୁନଃବିଚାର କରିବା ଆବଶ୍ୟକ । ତେବେ ଭୁବନେଶ୍ୱର ଜୟଦେବ ଭବନରେ ଜନନେତା ହରିଶ୍ଟନ୍ଦ୍ର ବକ୍ସିପାତ୍ରଙ୍କ ୮୯ ତମ ଜନ୍ମ ଜୟନ୍ତୀ ଉତ୍ସବରେ ଅତିଥି ହୋଇ ଯୋଗ ଦେଇଥିଲେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ଆଉ ବୈଠକରେ ଯୋଗ ଦେବା ପରେ ଏମିତି କିଛି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି...ତେବେ ଏନେଇ ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ, ଓଟିଭି

Advertisment
BJD MLA Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ