ନାବାଳିକାକୁ ଗଣଦୁଷ୍କର୍ମ ! ବିଜେପିର ଅଭିଯୋଗ- ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡିର ଏହି ମନ୍ତ୍ରୀ...

କଲେଜ କମନ୍‌ ରୁମ୍‌ରୁ ନିଶା ଦେଇ ଅଭିଯୁକ୍ତ କିଭଳି ନାବାଳିକାକୁ ନେଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନାବାଳିକାକୁ ଗଣଦୁଷ୍କର୍ମ !

କେନ୍ଦ୍ରାପଡ଼ାରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ବିଜେଡିର ଦୁଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିବାଦ ଘେରକୁ ଟାଣିଲା ବିଜେପି । ଘଟଣାରେ ଏହି ୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଅଭିଯୋଗ କରିଛନ୍ତି ।

ଖାଲି ଏତିକି ନୁହେଁ ମୁଖ୍ୟ ଅଭିଯୁକ୍ତଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରକ୍ଷା ଦେଉଥିବା ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । କଲେଜ କମନ୍‌ ରୁମ୍‌ରୁ ନିଶା ଦେଇ ଅଭିଯୁକ୍ତ କିଭଳି ନାବାଳିକାକୁ ନେଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବିଜେପି ନେତ୍ରୀ ଦର୍ଶାଇଛନ୍ତି ।

ଏଥିସହ କଲେଜ ଅଧ୍ୟାପକ ରମାକାନ୍ତ ପାଣି ପୀଡ଼ିତାଙ୍କ ପରିବାରକୁ ଧମକ ଦେଉଥିବା ମଧ୍ୟ ପୀଡ଼ିତାଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ଅଧ୍ୟାପକ ଜଣକ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଅଭିଯୁକ୍ତ କୃଷିମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ଦୁଇ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

ଏହାସହ ଏହି ମାମଲାକୁ ନେଇ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ବି ସୂଚନା ଦେଇଛି ଦଳ ।