NDA-JDS
ବଢ଼ିଲା NDAର ଶକ୍ତି । ନିର୍ବାଚନ ପୂର୍ବରୁ NDAର ଶକ୍ତି ବୃଦ୍ଧି ପାଇଛି । ଆଜି ଏହି ମେଣ୍ଟରେ ସାମିଲ ହୋଇଛି ଜନତା ଦଳ ସିକ୍ୟୁଲାର ତଥା JDS । ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ।
ଜେପି ନଡ୍ଡା ମଧ୍ୟ ଏହି ବୈଠକ ପରେ ଟ୍ୱିଟ୍ କରି ଏହା ସ୍ପଷ୍ଟ କରିଛନ୍ତି । ଏହା ଦ୍ୱାରା NDAର ଶକ୍ତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ ମଧ୍ୟରେ ମେଣ୍ଟ ସହ କିଏ କେତେ ଆସନରେ ଲଢ଼ିବେ ସେ ନେଇ ଆଲୋଚନା ହୋଇଥିବା କୁହାଯାଉଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ଜେଡିଏସ୍ ସହିତ ମେଣ୍ଟ କରିପାରେ ବୋଲି ନିକଟରେ କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ସଙ୍କେତ ଦେଇଥିଲେ । ତା ପରଠାରୁ ଜେଡିଏସ୍ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ସାମିଲ ହୋଇପାରେ ବୋଲି ଆଲୋଚନା ଜୋର ଧରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/NDA_JDS_1695385755.jpg)