Advertisment

ସମ୍ବଲପୁର ବିଧାୟକଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା। ଦାୟିତ୍ୱ ନେଉ ନେଉ କହିଲେ ଲକ୍ଷ୍ୟ କଂଗ୍ରେସ ମୁକ୍ତ ଭାରତ, ବିଜେଡି ମୁକ୍ତ ଓଡ଼ିଶା।

Jayanarayan has been elected as the Leader of the Opposition MLAs.

Jayanarayan has been elected as the Leader of the Opposition MLAs.

Advertisment

ଅସୁସ୍ଥତା ପାଇଁ ବର୍ଷାଧିକ କାଳ ଧରି ବିଧାନସଭାରେ ପ୍ରଦୀପ୍ତ ନାୟକଙ୍କ ଅନୁପସ୍ଥିତିରୁ ଏକପ୍ରକାର ନେତାଶୂନ୍ୟ ହୋଇପଡ଼ିଥିବା ବିଜେପି ଶେଷରେ ଜୟନାରାୟଣ ମିଶ୍ରଙ୍କୁ ଏଇ ନୂଆ ଦାୟିତ୍ୱ ଦେଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋଦ୍ ଜୟନାରାୟଣ ଓ ରାଜ୍ୟ ବିଜେପି ମୁଖିଆଙ୍କ ଉପସ୍ଥିତିରେ ସହପ୍ରଭାରୀ ବିଜୟ ସିଂହ ତୋମାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଜୟନାରାୟଣଙ୍କୁ ସର୍ବସମ୍ମତି କ୍ରମେ ବିରୋଧୀ ବିଧାୟକ ଦଳ ନେତା ମନୋନୀତ କରାଯାଇଛି। ନେତା ଘୋଷଣା ପରେ ପରେ ଦେଖାଦେଇଛି ଖୁସିର ମାହୋଲ୍। ଜୟନାରାୟଣଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଛି ସେଲିବ୍ରେସନ୍‌।

Advertisment

ଚାରି ଚାରିଥରର ବିଧାୟକ, ଗୃହରେ ଡେପୁଟି ଚିଫ୍ ହ୍ୱିପ୍, ବିଜେଡି-ବିଜେପି ମେଣ୍ଟ ସରକାର ସମୟର ପୂର୍ଣ୍ଣକାଳୀନ ମନ୍ତ୍ରୀ ଭାବେ ବିଧାନସଭାରେ ଜୟନାରାୟଣଙ୍କର ରହିଛି ଢେର ଅଭିଜ୍ଞତା। ଏହା ସାଙ୍ଗକୁ ବି ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବାର କ୍ଷମତା ରଖୁଥିବା ଏବଂ ସରକାରଙ୍କ ପ୍ରତି ସବୁ ସମୟରେ କଟ୍ଟର ବିରୋଧୀ ଆଭିମୁଖ୍ୟ ରଖୁଥିବା ନେତାଭାବେ ବି ଜୟନାରାୟଣଙ୍କ ବେଶ୍ ପରିଚିତ। ତେଣୁ ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ବଦଳୁଥିବା ରାଜନୈତିକ ପାଣିପାଗର ସଂକେତ ସ୍ୱରୂପ ଜୟନାରାୟଣଙ୍କୁ ବିଧାନସଭାରେ ଦଳର ନେତା ଭାବେ ସାମ୍ନାକୁ ଆଣିଛି ବିଜେପି।

ଦାୟିତ୍ୱ ନେଉ ନେଉ ବି ଗୋଟିଏ ବାକ୍ୟରେ ନିଜର ଏବଂ ଦଳର ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରି ଜୟନାରାୟଣ କହିଛନ୍ତି, କଂଗ୍ରେସମୁକ୍ତ ଭାରତ ଓ ବିଜେଡି ମୁକ୍ତ ଓଡ଼ିଶା ବିଜେପିର ଲକ୍ଷ୍ୟ। ଏଥିସହ ଏହା ବି କହିଛନ୍ତି, ଦଳ ଦେଇଥିବା ଗୁରୁଦାୟିତ୍ୱକୁ ପାରୁ ପର୍ଯ୍ୟନ୍ତ ତୁଲାଇବାକୁ ଚେଷ୍ଟା କରିବି। ଗୃହରେ ଗଠନମୂଳକ ବିରୋଧୀ ଦଳ ଭାବେ ଆମେ କାମ କରିବୁ।

Advertisment

ବିଧାୟକ ପ୍ରଦୀପ୍ତ ନାୟକଙ୍କ ପାଖରେ ଥିବା ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି ଅଧ୍ୟକ୍ଷ ପଦ ଏବେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପାଖକୁ ଯାଇଛି। ତେବେ ବିରୋଧୀ ଦଳ ନେତା ଦାୟିତ୍ୱ ପାଇବା ପରେ ଜୟନାରାୟଣଙ୍କ ପାଖରେ ଏବେ ଅନେକ ଚ୍ୟାଲେଞ୍ଜ୍‌। ସେ ଭିତରୁ ଦଳ ଭିତରେ ସମନ୍ୱୟ ରକ୍ଷା କରିବା, ନବୀନ ସରକାରଙ୍କ ବିଫଳତା ଓ ମୋଦି ସରକାରଙ୍କ ସଫଳତାକୁ ଲୋକଙ୍କ ପାଖକୁ ନେବା ଏବଂ ବିଧାନସଭାରେ ଦଳର ସ୍ୱରକୁ ଶାଣିତ କରିବା ସବୁଠୁ ବଡ଼ ଆହ୍ୱାନ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ।

୨୦୧୯ରେ ପ୍ରଥମଥର ପାଇଁ କଂଗ୍ରେସକୁ ପଛକୁ ଠେଲି ବିଜେପି ଯେତେବେଳେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଲା ନେତା ନିର୍ବାଚନ ବେଳେ ସେତେବେଳେ ବି ଜୟନାରାୟଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ୨୪ ନିର୍ବାଚନ ପାଖଉଥିଲା ବେଳେ ଏବେ ଜୟନାରାୟଣଙ୍କୁ ସେହି ଦାୟିତ୍ୱ ଦେଇ ବିଜେପି ନୂଆ ସମୀକରଣର ସଂକେତ ଦେଇଥିବା ଆଲୋଚନା ହେଉଛି।

Advertisment
BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ