Advertisment

ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ପଡ଼ିବ ବିଧାନସଭା ଭୋଟ୍

ହରିୟାଣା ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟ ଅକ୍ଟୋବର ୧ରେ ଭୋଟ୍ । ଅକ୍ଟୋବର ୪ରେ ଆସିବ ଉଭୟ ରାଜ୍ୟର ଫଳାଫଳ ।

undefined

Jammu Kashmir Election

Advertisment

ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ପଡ଼ିବ ବିଧାନସଭା ଭୋଟ୍ । କେନ୍ଦ୍ରଶାସିତ ଅଞ୍ଚଳ ବନିବା ପରେ ମିଳିବ ପ୍ରଥମ ମୁଖ୍ୟମନ୍ତ୍ରୀ । ୩୭୦ ହଟିବା ପରେ ପ୍ରଥମ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ୯୦ ଆସନ ବିଶିଷ୍ଟ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ, ୩ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ରେ ହେବ ଭୋଟିଂ। ଅକ୍ଟୋବର ୪ରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

Advertisment

ଅଗଷ୍ଟ ୨୦ରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ଆରମ୍ଭ ହେବାକୁ ଥିବା ବେଳେ, ଅଗଷ୍ଟ ୨୭, ସେପ୍ଟେମ୍ବର ୫ ଓ ସେପ୍ଟେମ୍ବର ୧୨ ରହିଛି ୩ଟି ଫେଜ୍ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ।

୨୦୧୪ରେ ଶେଷଥର ପାଇଁ ଜାମ୍ମୁ ଓ କାଶ୍ମୀରରେ ହୋଇଥିଲା ବିଧାନସଭା ନିର୍ବାଚନ । ସେତେବେଳେ ଘାଟିରେ ଥିଲା କିଛି ଭିନ୍ନ ପାଣିପାଗ। ଜାମ୍ମୁ-କାଶ୍ମୀର ଏକ ରାଜ୍ୟ ଥିଲା, ନିର୍ବାଚିତ ସରକାର ୬ ବର୍ଷ ପାଇଁ କ୍ଷମତାରେ ରହୁଥିଲା, ଲଦ୍ଦାଖ ସମେତ ୮୭ ଆସନରେ ଭୋଟ୍ ପଡ଼ିଥିଲା। ଆତଙ୍କୀ ଗତିବିଧି ପାଇଁ ଅଶାନ୍ତ ବାତାବରଣ ଥିଲା, ଖୋଲାଖୋଲି ଭୋଟ୍ ବର୍ଜନ ପାଇଁ ଧମକ ମିଳୁଥିଲା। ଏହିସବୁ ସ୍ଥିତିରେ ୨୦୧୪ ନିର୍ବାଚନରେ PDP-୨୮, BJP-୨୫, ନ୍ୟାସନାଲ କନଫରେନ୍ସକୁ ୧୫ ଏବଂ କଂଗ୍ରେସକୁ ୧୨ ବିଧାନସଭା ସିଟ୍ ମିଳିଥିଲା ।

Advertisment

ତେବେ ବର୍ତ୍ତମାନ କେବଳ ଆସନ ଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ହୋଇନି, ବରଂ ୩୭୦ ଉଚ୍ଛେଦ ପରେ ଘାଟିରେ ଶାନ୍ତି ଓ ସ୍ଥିରତା ଆସିଛି। ଯାହାର ପ୍ରମାଣ ଦେଇଛି କିଛି ମାସ ତଳେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ଲୋକସଭା ନିର୍ବାଚନ । ୨୦୨୪ ଲୋକସଭା ନିର୍ବାଚନରେ ୫ ଆସନରୁ ବିଜେପି ଓ ନ୍ୟାସନାଲ କନଫରେନ୍ସକୁ ୨ଟି ସିଟ୍ ମିଳିଥିବା ବେଳେ, ଗୋଟିକରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ।

ହରିୟାଣା ପାଇଁ ବି ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ କମିଶନ । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବାକୁ ଯାଉଥିବା ବେଳେ, ଅକ୍ଟୋବର ୧ରେ ମତଦାନ କରିବେ ପ୍ରାୟ ୨ କୋଟି ଭୋଟର୍। ଅକ୍ଟୋବର ୪ରେ ହେବ ଭୋଟ୍ ଗଣତି। ହରିୟାଣରେ ୯୦ ବିଧାନସଭା ଆସନ ଥିବା ବେଳେ, ୨୦୧୯ରେ ବିଜେପି-୪୦ ଆସନ, କଂଗ୍ରେସ- ୩୧, ଅଜୟ ସିଂ ଚୌଟାଲାଙ୍କ JJPକୁ ୧୦ ଏବଂ ଅନ୍ୟ ଦଳକୁ ୯ଟି ସିଟ୍ ମିଳିଥିଲା।

Advertisment

ତେବେ ଏଠାରେ ମ୍ୟାଜିକ ନମ୍ବର ୪୬ ହୋଇଥିବାରୁ ମନୋହରଲାଲ୍ ଖଟ୍ଟରଙ୍କ ନେତୃତ୍ବରେ BJP-JJP ମେଣ୍ଟ ସରକାର ବନିଥିଲା। ଡେପୁଟି ବନିଥିଲେ JJPର ଦୁଷ୍ୟନ୍ତ ଚୌଟାଲା। ତେବେ ୨୦୨୪ ସାଧାରଣ ନିର୍ବାଚନରେ ଅଲଗା ଅଲଗା ଲଢ଼ିଛନ୍ତି BJP ଓ JJP। ୨୦୧୪ ଓ ୧୯ ଲୋକସଭା ନିର୍ବାଚନରେ ବିଜେପି କ୍ଲିନସ୍ବିପ୍ କରିଥିବା ବେଳେ, ୨୪ରେ ୧୦ଟି ସିଟରୁ ବିଜେପି ଓ କଂଗ୍ରେସ ୫ଟି ଲେଖାଏଁ ହାତେଇଛନ୍ତି ।

Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ