Astrospeak
  • Live TV
  • Read In English

କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣ କଲେ ରାଜନୀତି ଛାଡ଼ିଦେବି : ସିପିଙ୍କୁ ତାରାପ୍ରସାଦ ବାହିନୀପତିଙ୍କ ଚ୍ୟାଲେଞ୍ଜ

ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।

Tara Prasad Bahinipati
Tara Prasad Bahinipati

News Summary

କଂଗ୍ରେସ କର୍ମୀ ପଥର ମାଡ଼ କରିଥିବା ପୋଲିସର ଅଭିଯୋଗ ନେଇ ଚ୍ୟାଲେଞ୍ଜ

ପ୍ରମାଣିତ କରି ନପାରିଲେ ସିପି ଚାକିରି ଛାଡ଼ିବେ କି ବୋଲି ପ୍ରଶ୍ନ କଲେ ତାରା

ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାଡ଼ କରିଛି

କାର୍ଯ୍ୟାନୁଷ୍ଠାନ ନହେଲେ ସିପି ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର : ପୋଲିସ କମିଶନରଙ୍କୁ ତାରା ବାହିନୀପତିଙ୍କ ଚ୍ୟାଲେଂଜ୍ । କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣିତ କଲେ ରାଜନୀତି ଛାଡିଦେବି । ହେଲେ ତାହା ପ୍ରମାଣିତ କରିନପାରିଲେ ପୋଲିସ କମିଶନର ତାଙ୍କ ଚାକିରି ଛାଡିବେ କି ବୋଲି ପ୍ରଶ୍ନ କରିଛନ୍ତି ତାରା । ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।

ଗତକାଲି ପିସିସି ଅଫିସରେ ପଶି ପୋଲିସର ମାଡ଼ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଥିଲା କଂଗ୍ରେସ । ପୂରା ମାମଲାର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଥିଲା କଂଗ୍ରେସ । ପୋଲିସ୍ ମାନବାଧିକାର ଉଲ୍ଲଘଂନ କରିଛି । ଗୋଡ଼ାଇ ଗୋଡ଼ାଇ ପିଟିବା, ପିସିସି ଅଫିସ୍ ଭିତରେ ଆତଙ୍କ ଖେଳାଇବା ଭଳି କାର୍ଯ୍ୟ ପୋଲିସ୍ କରିଛି । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି । ସରକାରଙ୍କ ଚାପରେ ଏପରି କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ବୋଲି ପ୍ରଶ୍ନ କରିଥିଲେ ?

ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଦୁଇଦିନ ପୂର୍ବରୁ ଲୋୟର ପିଏମ୍‌ଜିରେ କଂଗ୍ରେସର ଦଳୀୟ ନେତା ସଭା କରିଥିଲେ । ସଭାସ୍ଥଳ ଯାଏଁ ବାଇକ୍ ରାଲିରେ ଆସିବା ପରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ଉଦ୍ୟମ କରିଥିଲେ । ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏଁ ପହଞ୍ଚିଯାଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲା ପୋଲିସ । ଏହି ସମୟରେ ଅଣ୍ଡା ସହ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ ।

ବାସ୍ ଏଇଠୁ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଅମାନିଆ ହେବାରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ । ତାହାରି ଭିତରେ କିଏ ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ତ ଆଉ କିଏ ବ୍ୟାରିକେଡ୍ ଡେଇଁ ସୁରକ୍ଷା ବଳୟକୁ ଭେଦ କରିଥିଲା । ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍ ଆକ୍ସନ ମୋଡ୍‌କୁ ଆସିଥିଲା । ଆଉ ଯାହାକୁ ପାରିଲା ପିଟିଲା । ଏପରିକି କଂଗ୍ରେସ ଭବନରେ ପଶି ନିର୍ଘାତ ମାଡ଼ ମାରିଲା । ଏଥିରେ କିଛି ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।