Advertisment

କ୍ରୀଡ଼ା ଭିତ୍ତିଭୂମି ସଜାଡ଼ିବାରେ କେତେ ସଫଳ ରାଜ୍ୟ ସରକାର?

କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନ, ନିଶ୍ଚିତ ପକ୍ଷେ ନୂଆ ପିଢ଼ିଙ୍କ ପାଇଁ ଆହ୍ୱାନ। ହେଲେ ଯେଉଁ ହକି ଷ୍ଟାର ଅମିତ୍ ରୋହିଦାସଙ୍କୁ ଆଜି ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ତାଙ୍କ ଜନ୍ମମାଟିରେ ଆଷ୍ଟୋଟର୍ଫ ନିର୍ମାଣ ନିଷ୍ପତ୍ତିର ବାସ୍ତବ ଚିତ୍ର କିନ୍ତୁ କ୍ରୀଡ଼ା ଭିତ୍ତିଭୂମି ଦିଗରେ ଆନ୍ତରିକତାର ପୋଲ୍ ଖୋଲି ଦେଇଛି। ସେମିତି ରାଇରଙ୍ଗପୁରରେ ସରକାରଙ୍କ ଷ୍ଟାଡିୟମ୍ ଘୋଷଣା କେମିତି ପାଣି ଗାର ହୋଇଛି।

Hockey Stadium

Hockey Stadium

Advertisment

ଭୁବନେଶ୍ୱର : କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନ, ନିଶ୍ଚିତ ପକ୍ଷେ ନୂଆ ପିଢ଼ିଙ୍କ ପାଇଁ ଆହ୍ୱାନ। ହେଲେ ଯେଉଁ ହକି ଷ୍ଟାର ଅମିତ୍ ରୋହିଦାସଙ୍କୁ ଆଜି ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ତାଙ୍କ ଜନ୍ମମାଟିରେ ଆଷ୍ଟୋଟର୍ଫ ନିର୍ମାଣ ନିଷ୍ପତ୍ତିର ବାସ୍ତବ ଚିତ୍ର କିନ୍ତୁ କ୍ରୀଡ଼ା ଭିତ୍ତିଭୂମି ଦିଗରେ ଆନ୍ତରିକତାର ପୋଲ୍ ଖୋଲି ଦେଇଛି। ସେମିତି ରାଇରଙ୍ଗପୁରରେ ସରକାରଙ୍କ ଷ୍ଟାଡିୟମ୍ ଘୋଷଣା କେମିତି ପାଣି ଗାର ହୋଇଛି।

Advertisment

ଓଡ଼ିଶାରେ କ୍ରୀଡ଼ାର ବିକାଶକୁ ନେଇ ଆନ୍ତରିକତା କେତେ, ସତ ବଖାଣୁଛି ଚିତ୍ର। ଅନ୍ୟ ଖେଳ କଥା ଛାଡ଼ନ୍ତୁ, ହକିକୁ ପ୍ରଥମେ ବିଚାରକୁ ନେବା। ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତା ଯେଉଁ ଓଡିଆ ଖେଳାଳିମାନଙ୍କୁ ସମ୍ବର୍ଦ୍ଧନାରେ ପୋତି ପକାଉଛନ୍ତି ରାଜ୍ୟ ସରକାର, ତାଙ୍କରି ଭିତରୁ ଜଣେ ଷ୍ଟାର ଖେଳାଳି ଅମିତ ରୋହିଦାସଙ୍କ ଗାଁ ସୁନ୍ଦରଗଡ଼ ଜିଲ୍ଲା ସଉନାମୁରାରେ। ଏଠାରେ ଅଧପନ୍ତରିଆ ହୋଇ ପଡିରହିଛି ଷ୍ଟାଡିୟମ। ଇଏ ଖାଲି ଅମିତଙ୍କ ଗାଁ ନୁହେଁ, ପୂର୍ବତନ କ୍ୟାପଟେନ୍ ପଦ୍ମଶ୍ରୀ ଦିଲ୍ଲିପ ତିର୍କୀଙ୍କ ଜନ୍ମମାଟି ବି। ୨୦୧୨ ମସିହାରୁ ଆଷ୍ଟୋଟର୍ଫ ଷ୍ଟାଡିୟମ୍‌ର ନିର୍ମାଣ ଚାଲିଛି ଯେ, ୯ବର୍ଷ ପରେ କେବଳ ପିଚୁ ପଡ଼ିଛି। ସଞ୍ଜ ନଇଁଲେ ଏ ସ୍ଥାନ ପାଲଟୁଛି ନିଶାଖୋରଙ୍କ ଆଡ୍ଡାସ୍ଥଳୀ । ଯେଉଁ ଆନ୍ତର୍ଜାତୀୟ ଖେଳାଳିଙ୍କୁ ଆଦର୍ଶ କରି ଆଗକୁ ବଢ଼ିବାକୁ ଗାଁର ପିଲାମାନେ ଶପଥ ନେଇଥିଲେ, ଆଜି ସେମାନଙ୍କୁ ଏ ଷ୍ଟାଡିୟମ ଯେମିତି ଉପହାସ କରୁଛି।

Advertisment

ଠିକ୍ ସେମିତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି କେତେ ସବଳ, ଜଳ ଜଳ ବଖାଣୁଛି ସହର ମଝିରେ ଥିବା ପୁରୁଣା ହକି ପଡିଆ। ଗ୍ରାଉଣ୍ଡକୁ ଅଧା କବ୍ଜା କରିଛି ପୋଲିସ ପକ୍ଷରୁ ସିଜ୍ ହୋଇ ଖତ ଖାଉଥିବା ଗାଡ଼ି ଓ ଏକ କଳାକୁଞ୍ଜର ଅବ୍ୟବହୃତ ସାମଗ୍ରୀ। ବର୍ଷ ବର୍ଷ ଧରି ମେନ୍ ଗେଟ୍‌ରେ ତାଲା ଝୁଲୁଛି ଯାହାକୁ ନେଇ କ୍ଷୁବ୍ଧ ଅଛନ୍ତି ସ୍ଥାନୀୟ ଅଞ୍ଚଳର ପୁରୁଖା ଓ ନୂଆ କ୍ରୀଡ଼ାବିତ୍।

ସେହିପରି ୨୦୧୯ ମସିହା ଫେବ୍ରୁଆରୀ ୩ରେ ଖୋଦ୍ ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁରବାସୀଙ୍କୁ ଦେଇଥିଲେ ଉନ୍ନତମାନର ଷ୍ଟାଡିୟମ୍ ପ୍ରତିଶ୍ରୁତି। ଘୋଷଣାର ୨ବର୍ଷ ବିତିଯାଇଥିଲେ ବି ଷ୍ଟାଡିୟମର ନାଁ ଗନ୍ଧ ବି ନାହିଁ। ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଇଏ ରାଇରଙ୍ଗପୁରବାସୀଙ୍କୁ ଧୋକା ନୁହେଁ ତ ଆଉ କ’ଣ।

Advertisment

ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ବିକାଶ ସାଙ୍ଗକୁ ଗାଁ ଗହଳିରୁ ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ବାହାର କରିବା ଉଦ୍ଦେଶ୍ୟରେ ନିକଟରେ ୮୯ଟି ବ୍ଲକ୍‌ରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଯେଉଁସବୁ ସ୍ଥାନ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଆପଣଙ୍କ ସାମ୍ନାରେ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥା ତ ପୁଣି କେଉଁଠି ଷାଡ଼ିୟମ୍ ମେଲା ପଡ଼ିଛି । ଏଣେ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଏହାର ରକ୍ଷଣାବେକ୍ଷଣ ନେଇ ଶୀଘ୍ର ରେସ୍‌ପନ୍‌ସିବିଲିଟି ଫିକ୍ସ କରାଯିବ।

Bhubaneswar Hockey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ