Exit Poll 2024: ସର୍ଭେ କହୁଛି ତୃତୀୟ ଥର ମୋଦି ସରକାର, ରାଜ୍ୟରେ ୧୫-୧୭ ସିଟ୍‌

୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ଆଜି ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହୋଇଛି। ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Exit Poll 2024

ଦେଶରେ ସମସ୍ତ ୭ଟି ପର୍ଯ୍ୟାୟ ଏବଂ ରାଜ୍ୟରେ ସମସ୍ତ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ଆସିବାରେ ଲାଗିଛି ଏକଜିଟ୍ ପୋଲ୍। ଦେଶରେ କିଏ ଗଢ଼ିବ ସରକାର, କାହାକୁ କେତେ ଆସନ ମିଳିପାରେ, ଭୋଟରଙ୍କ ବୁଥ ବାହୁଡ଼ା ମତକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଆକଳନ କରାଯାଉଛି।

ଇଣ୍ଡିଆ ଟୁଡେ ଆକ୍ସିସର ଆକଳନ ଅନୁସାରେ ୪ଶହ ପାର୍ କରିବ NDA। ଏହାର ଏକ୍‌ଜିଟ ପୋଲ୍ ସର୍ଭେ ଅନୁସାରେ, ବିଜେପି ନେତୃତ୍ବାଧୀନ NDAକୁ ୩୬୧ ରୁ ୪୦୧, ଇଣ୍ଡି ମେଣ୍ଟକୁ ୧୩୧ ରୁ ୧୬୬ ଏବଂ ଅନ୍ୟ ଦଳକୁ ୮ରୁ ୨୦ଟି ଲୋକସଭା ଆସନରେ ଜିତାପଟ୍ ମିଳିବ। ରିପବ୍ଲିକ୍ PMARQ ଅନୁସାରେ, NDAକୁ ୩୫୯, ଇଣ୍ଡି ମେଣ୍ଟକୁ ୧୫୪ ଓ ଅନ୍ୟ ଖାତାରେ ୩୦ ଆସନ ରହିବ।

ସେହିପରି ରିପବ୍ଲିକ୍ ମାଟ୍ରିଜ୍ ଆକଳନ ଅନୁସାରେ, NDAକୁ ୩୫୩ରୁ ୩୬୮, ଇଣ୍ଡିକୁ ୧୧୮ରୁ ୧୩୩ ଓ ଅନ୍ୟ ଦଳକୁ ୪୩ରୁ ୪୮ ଆସନ ମିଳିବ। ଇଣ୍ଡିଆ ନ୍ୟୁଜ୍ ଡି ଡାଇନାମିକ୍ସ ଅନୁସାରେ, NDAକୁ ୩୭୧, ଇଣ୍ଡି ମେଣ୍ଟକୁ ୧୨୫ ଓ ଅନ୍ୟ ଖାତାରେ ୪୭ ଆସନ ରହିବ। ଜନ୍ କୀ ବାତ୍ ଆକଳନ ଅନୁସାରେ, NDAକୁ ୩୬୨ରୁ ୩୯୨, ଇଣ୍ଡି ମେଣ୍ଟକୁ ୧୪୧ ରୁ ୧୬୧ ଓ ଅନ୍ୟ ଦଳକୁ ୧୦ ରୁ ୨୦ ସିଟ୍ ମିଳିବ। NDTV-ପୋଲ୍ ଅଫ୍ ପୋଲ୍ସ ଅନୁସାରେ NDAକୁ ୩୬୫, ଇଣ୍ଡି ମେଣ୍ଟକୁ ୧୪୨ ଏବଂ ଅନ୍ୟକୁ ୩୬ ଆସନ ମିଳିବ ବୋଲି ଆକଳନ କରାଯାଇଛି। ନ୍ୟୁଜ୍ ନେସନ ଆକଳନରେ NDA ମେଣ୍ଟକୁ ୩୪୨ ରୁ ୩୭୮, ଇଣ୍ଡି ମେଣ୍ଟକୁ ୧୫୩ ରୁ ୧୬୯ ଏବଂ ଅନ୍ୟ ଦଳକୁ ୨୧ ରୁ ୨୩ ଆସନ ମିଳିପାରେ।

ସେହିପରି ଓଡ଼ିଶାରେ କାହାକୁ ମିଳିବ କେତେ ଲୋକସଭା ସିଟ୍ ? ବିଭିନ୍ନ ସଂସ୍ଥାର ଏଗଜିଟ୍ ପୋଲ୍ ଆକଳନ ଅନୁସାରେ, ଆଗରେ ରହିଛି ବିଜେପି। ଇଣ୍ଡିଆ ଟୁଡେ ଏକ୍ସିସର ଆକଳନ ଅନୁସାରେ, ବିଜେପିକୁ ୧୮ରୁ ୨୦ଟି ସିଟ୍ ମିଳିପାରେ। ବିଜେଡିକୁ ୦ରୁ ୨ ଏବଂ କଂଗ୍ରେସକୁ ମିଳିପାରେ ଗୋଟିଏ ମାତ୍ର ସିଟ୍। ସେହିପରି ଜନ୍ କି ବାତ୍ କହୁଛି, ରାଜ୍ୟରେ ବିଜେପିକୁ ୧୫ରୁ ୧୮ଟି, ବିଜେଡିକୁ ୩ରୁ ୭ ଆସନ ମିଳିପାରେ। କଂଗ୍ରେସ ଖାତାରେ ଗୋଟିଏ ବି ଆସନ ନଥିବା ଆକଳନ କରିଛି ଜନ କି ବାତ୍।

ଚାଣକ୍ୟର ଆକଳନ କହୁଛି, ଓଡ଼ିଶାରେ ବିଜେପି ୧୬, ବିଜେଡି ୪ ଏବଂ କଂଗ୍ରେସକୁ ଗୋଟିଏ ସିଟ୍ ମିଳିପାରେ। ଇଣ୍ଡିଆ ଟିଭି ର ଏଗଜିଟ୍ ପୋଲ ଆକଳନ ଅନୁସାରେ, ବିଜେପିକୁ ୧୫ରୁ ୧୭, ବିଜେଡିକୁ ୪ରୁ ୬ ଏବଂ କଂଗ୍ରେସ ଖାତାରେ ଗୋଟିଏ ଆସନ ଆସିପାରେ। ରିପବ୍ଲିକ୍ PMRQର ଆକଳନ କହୁଛି, ବିଜେପି ୧୪ ଏବଂ ବିଜେଡି ୭ ସିଟରେ ବିଜୟୀ ହୋଇପାରେ। କଂଗ୍ରେସକୁ ଗୋଟିଏ ବି ଆସନ ଦେଇନି ଏହି ସଂସ୍ଥା। ସି ଭୋଟରର ଆକଳନ କହୁଛି, ବିଜେପି ୧୭ରୁ ୧୯, ବିଜେଡି ୧-୩ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ। ସେହିପରି ଏନଡିଟିଭିର ଏଗଜିଟ୍ ପୋଲ ଆକଳନ ଅନୁସାରେ ବିଜେପିକୁ ୧୫ଟି , ବିଜେଡିକୁ ୩ରୁ ୮ ଟି ସିଟ୍ ମିଳିପାରେ। କଂଗ୍ରେସ ହାତ ଖାଲି ରହିବା ନେଇ ଆକଳନ କରିଛି ଏନଡିଟିଭିର ଏଗଜିଟ୍ ପୋଲ୍।