Advertisment

ନିର୍ବାଚନ ପୂର୍ବରୁ ହାଜିରା ପକାଇଲାଣି ED; ଆଜି ପ୍ରଫୁଲ୍ଲ, କାଲି କିଏ ?

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି। ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୦ କୋଟିରୁ ଅଧିକ ଟଙ୍କାର ମହାଦୁର୍ନୀତି ମାମଲାରେ ରାଜ୍ୟର ୧୦ଟି ସ୍ଥାନରେ ରେଡ୍।

ଅଦ୍ୟତନ ହୋଇଛି
undefined

Prafulla Mallik

Advertisment

ଉତ୍ତର ଓଡ଼ିଶାର ପ୍ରାଚୀନ ତଥା ପ୍ରତିଷ୍ଠିତ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ପଶିଲା ଇଡି। ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୂର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଛି। ୨ ଦଶନ୍ଧିରୁ ଅଧିକ ସମୟ ଧରି କେମିତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଲାସୁତୁରାରେ ଚାଲିଥିଲା ମହାଦୁର୍ନୀତି ? ଏହାପଛର ମୁଖ୍ୟ କାର୍ପଟଦାର୍ ସବୁ କିଏ ? ସେନେଇ ଇଡ଼ି ଖୋଳତାଡ଼ ଜାରି ରଖିଥିବାବେଳେ ନିର୍ବାଚନ ପୂର୍ବରୁ ଇଡ଼ି ରେଡ୍‌କୁ ନେଇ ତେଜିଛି ରାଜନୀତି।

Advertisment

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି। ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୦ କୋଟିରୁ ଅଧିକ ଟଙ୍କାର ମହାଦୁର୍ନୀତି ମାମଲାରେ ରାଜ୍ୟର ୧୦ଟି ସ୍ଥାନରେ ରେଡ୍। ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଛନ୍ତି। ତା ମଧ୍ୟରେ ରହିଛି ପ୍ରଫୁଲ୍ଲ ଓ ପୁଅ ପ୍ରୟାସକାନ୍ତିଙ୍କ ଭଦ୍ରକର ନୂଆବଜାର ଓ ସାବନାବଜାର ସ୍ଥିତ ଘର, ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀ, କ୍ୟାସିୟରଙ୍କ ହାସିନପୁର ସ୍ଥିତ ଘର, ଟ୍ୟାକ୍ସ ଆଡ଼ଭୋକେଟଙ୍କ ଅଫିସ ଏବଂ ଇଞ୍ଜିନିୟରିଂ କଲେଜ।

ସେହିପରି ପ୍ରଫୁଲ୍ଲଙ୍କ ଭୁବନେଶ୍ୱର ପଳାସପଲ୍ଲୀ ଘରେ ଏବଂ ଦୁର୍ନୀତି ଲିଙ୍କରେ ଥିବା ତ୍ରିଷ୍ଣା ସ୍କାଏ ସ୍କ୍ରାପର୍ସ କମ୍ପାନୀର ନିର୍ଦ୍ଦେଶକଙ୍କ ଆଇଆରସି ଭିଲେଜ ଘରେ ରେଡ୍ ହୋଇଛି। ଏହି ଚଢ଼ାଉବେଳେ କେଉଁଠି ଅଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ସ୍ପଷ୍ଟ ସୂଚନା ମିଳିପାରୁନାହିଁ। ଅପରପକ୍ଷେ ଦୀର୍ଘଦିନ ଧରି ଦରମା ଦାବିରେ ଆନ୍ଦୋଳନରେ ବସିଥିବା ସଂପୃକ୍ତ କଲେଜର କର୍ମଚାରୀ ଏହି ଦୁର୍ନୀତି ପଛରେ ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ଦାୟୀ କରିଛନ୍ତି।

Advertisment

ପୂର୍ବରୁ ବରପଦା ଇଞ୍ଜିନିୟରିଂ କଲେଜ ଥିଲା ସରକାରୀ। ପରେ ଏହାକୁ ଘରୋଇଭାବେ ସୋସାଇଟି ଜରିଆରେ ପରିଚାଳନା କରାଯାଉଥିଲା। ଯାହାର ସଭାପତି ଅଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ଅଭିଯୋଗ ରହିଛି, କଲେଜ ନାଁରେ ଅଡ଼ି, ଭର୍ଣ୍ଣା, ସ୍କୋଡ଼ା ଭଳି ଅନେକ ସୌଖିନ କାର କିଣି ମାଲିକ ବନିଯାଉଥିଲେ ପ୍ରୟାସକାନ୍ତି। ଅଥଚ ଗାଡ଼ି ବିକା ବାବଦରେ ଟଙ୍କାଟିଏ ବି ଯାଇନି କଲେଜ ଖାତାକୁ।

ସେହିପରି କଲେଜ ନାଁରେ ପ୍ରଫୁଲ୍ଲଙ୍କ ପୁଅ ଭୁବନେଶ୍ୱର କଣ୍ଟାବାଡ଼ରେ ୩୨ ଏକର ଜମି କିଣି ଜଣେ ବିଲଡରଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ପ୍ରଦାନ ସହ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୯ ଜାନୁୟାରୀରେ ଏ ସଂପର୍କରେ ଏକ ଅନୁସନ୍ଧାନମୂଳକ ଖବର ପ୍ରସାରଣ କରିଥିଲା ଓଟିଭି।

Advertisment

ତେବେ ଦୀର୍ଘଦିନର ବ୍ୟବଧାନ ପରେ ଶାସକଦଳ ବିଧାୟକଙ୍କ ସାମ୍ରାଜ୍ୟ ଉପରେ ଇଡ଼ି ରେଡକୁ ନେଇ ତେଜିଛି ରାଜନୀତି। ବିଜେଡି କହିଛି, ଆଗକୁ ନିର୍ବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଏବଂ ଜାଣିଶୁଣି ହଇରାଣ କରାଯାଉଛି। ସେହିପରି କଂଗ୍ରେସ କହିଛି, ସହଭାଗିତାରେ ଏବଂ ବିଜେଡିର ଅସନ୍ତୁଷ୍ଟଙ୍କୁ ଭୟଭୀତ ପାଇଁ ଇଡିର ଏହି ଚଢାଉ। ଅପରପକ୍ଷେ ବିଜେପି କାଉଣ୍ଟର କରି କହିଛି, ଅନେକ ଦିନରୁ ଏହି ଦୁର୍ନୀତି ଅଭିଯୋଗ ଉଠିଥିଲା।

Enforcement Directorate Prafulla Mallik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ