Advertisment

ମଦ ଦୁର୍ନୀତି ମାମଲା: ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ୍

ଦିଲ୍ଲୀ ବାସଭବନରେ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ... ମଦ ଦୁର୍ନୀତି ମାମଲାରେ ଚଢ଼ଉ ଚାଲିଥିବା ସୂଚନା ...

ଅଦ୍ୟତନ ହୋଇଛି
Delhi Excise Policy Case

ED raids underway at AAP MP Sanjay Singh's Delhi residence

Advertisment

ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଚଢଉ । ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସଞ୍ଜୟ ସିଂଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଚଢଉ କରୁଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହି ଚଢଉ ହେଉଥିବା ସୂଚନା ମିଳିଛି । ପୂର୍ବରୁ ଗତ ମେ ମାସରେ ସଞ୍ଜୟ ସିଂ ଓ ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ରେଡ୍ ହୋଇଥିଲା । କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।  

Advertisment

ସଞ୍ଜୟ ସିଂ ଗତକାଲି ରାତିରେ ତାଇୱାନ ପାଇଁ ଉଡ଼ାଣ ଭରିଥାଆନ୍ତେ । ସେଠାରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । କିନ୍ତୁ ସରକାର ତାଙ୍କୁ ରାଜନୈତିକ ମଞ୍ଜରୀ ପ୍ରଦାନ କରିନଥିଲେ, ତେଣୁ ସେ ଉଡ଼ାଣ ଭରି ପାରିନଥିଲେ ।

ସଞ୍ଜୟ ସିଂଙ୍କ ବିରୋଧରେ ଚାର୍ଜସିଟ୍‌ରେ କ’ଣ ଅଭିଯୋଗ ରହିଛି ?

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚାର୍ଜସିଟରେ ଅଭିଯୋଗ ହୋଇଛି, ଅଭିଯୁକ୍ତ ମଦ ବ୍ୟବସାୟୀ ଦୀନେଶ ଆରୋରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଆଉ ସେହି ବୈଠକରେ ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ।

Advertisment

କିନ୍ତୁ ଗତ ଜୁନ ମାସରେ ଇଡି ପକ୍ଷରୁ ସଞ୍ଜୟ ସିଂଙ୍କ ଦୁଇ ଘନିଷ୍ଠ ବନ୍ଧୁ ଅଜିତ ତ୍ୟାଗୀ ଓ ସର୍ବେଶ ମିଶ୍ରାଙ୍କ ଘରେ ରେଡ କରାଯାଇଥିଲା । ଏବେ ପୁଣି ଥରେ ଇଡି ସଞ୍ଜୟ ସିଂଙ୍କ ଘରେ ପଶିଛି । ମଦ ଦୁର୍ନୀତି ମାମଲା ଆପ୍‌ ସରକାରର ଚିନ୍ତା ବଢ଼ାଉଛି । ଏହି ମାମଲାରେ ଆପ୍‌ର ପୁରୁଖା ନେତା ମନିଷ ସିସୋଦିଆ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଏଥିସହ ଦଳର ବହୁ ଆଗଧାଡ଼ିର ନେତା ଇଡି ସ୍କାନରରେ ଅଛନ୍ତି ।

Advertisment
Sanjay Singh ED Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ