Advertisment

କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଗଲା ଇଡି, ଆସନ୍ତା ୭ରେ ପରବର୍ତ୍ତୀ ଶୁଣାଣି

କେଜ୍ରିୱାଲଙ୍କୁ ବାରମ୍ୱାର ସମନ ଜାରି କରାଯାଉଛି। ମାତ୍ର ସେ ସବୁକୁ ଅଣଦେଖା କରି କୋର୍ଟରେ ହାଜର ହେଉନାହାନ୍ତି। ଶୁକ୍ରବାର ପଞ୍ଚମ ଥର ସମନ କରାଯାଇଥିବା ବେଳେ ସେ ଇଡିରେ ହାଜର ହୋଇନଥିଲେ।

Delhi Chief Minister Arvind Kejriwal

Delhi Chief Minister Arvind Kejriwal

Advertisment

ବଢୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ଗତକାଲି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ଅଭିଯୋଗ କରିଛି। ଏକ୍ସାଇଜ୍ ପଲିସି ସ୍କାମରେ ଜଡିତ ମନି ଲଣ୍ଡରିଂ ମାମଲାରେ ହାଜର ହୋଇନାହାଁନ୍ତି କେଜ୍ରିୱାଲ। ଏନେଇ ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରାଙ୍କ ନିକଟରେ ଅଭିଯୋଗ କରାଯାଇଛି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୭ଫେବୃଆରୀରେ ହେବ।

Advertisment

କେଜ୍ରିୱାଲଙ୍କୁ ବାରମ୍ୱାର ସମନ ଜାରି କରାଯାଉଛି। ମାତ୍ର ସେ ସବୁକୁ ଅଣଦେଖା କରି କୋର୍ଟରେ ହାଜର ହେଉନାହାନ୍ତି। ଶୁକ୍ରବାର ପଞ୍ଚମ ଥର ସମନ କରାଯାଇଥିବା ବେଳେ ସେ ଇଡିରେ ହାଜର ହୋଇନଥିଲେ। ଗତ ଚାରି ମାସ ମଧ୍ୟରେ ଚାରିଥର ଡକାଯିବା ସତ୍ତ୍ୱେ ସେ ଇଡିରେ ହାଜର ହୋଇନଥିଲେ। ଗତବର୍ଷ ନଭେମ୍ବର ୨, ଡିସେମ୍ବର ୨୧ ଏବଂ ଚଳିତ ବର୍ଷ ଜାନୁୟାରୀ ୩ ଏବଂ ଜାନୁଆରୀ ୧୮ରେ ସମନ ଜାରି ହୋଇଥିଲା।

କେଜ୍ରିୱାଲ ଏହା ପୂର୍ବରୁ ଇଡିକୁ ଏକ ଚିଠି ଲେଖି ଏହାକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ। କେଜ୍ରିୱାଲ ଅଭିଯୋଗ କରିଛନ୍ତି ଏପରି ସମନ କରିବାର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାରରୁ ନିବୃତ୍ତ କରିବା। କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାରକୁ ହଟାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେଷ୍ଟା କରୁଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି।

Advertisment

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି। ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ ଉପରେ ୨୦୨୧-୨୨ରେ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଉଲ୍ଲଂଘନ କରି କିଛି ମଦ ବ୍ୟବସାୟୀଙ୍କୁ ଲାଭ ଦେବା ପାଇଁ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା। ତେବେ ଆମ୍ ଆଦମୀ ପାର୍ଟି ଏହି ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରିଛି।

ଭାରତୀୟ ଜନତା ପାର୍ଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରି ତାଙ୍କୁ 'ଦୁର୍ନୀତି ବେତାଜ ବାଦଶାହା' ବୋଲି କହିଛି । ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହା ଏକ ଅଦ୍ଭୁତ ପରିସ୍ଥିତି। ଆଜି ଦିଲ୍ଲୀର ଲୋକମାନେ କେଜ୍ରିୱାଲଙ୍କୁ ପଳାତକ କହିବାକୁ ବାଧ୍ୟ ହେଉଛନ୍ତି।

Advertisment
Enforcement Directorate Delhi CM Arvind Kejriwal Delhi Excise Policy Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ