ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ : ଦ୍ରୌପଦୀଙ୍କ ପାଖରେ ୧୩୪୯ ଭୋଟ୍‌

୨ୟ ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ସରିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ୨ୟ ରାଉଣ୍ଡ ଭୋଟ ଗଣତି

ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଗଣନା ଚାଲିଛି । ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ହୋଇଛି । ଓଡ଼ିଆ ଝିଅ ତଥା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପଛରେ ପକାଇ ବିଜୟ ଅଭିମୁଖେ ମାଡ଼ି ଚାଲିଛନ୍ତି ।

୨ୟ ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ସରିଛି । ଏବେ ସୁଦ୍ଧା ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡରେ ଗଣତି ଶେଷ ହୋଇଛି । ୨ୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଆଗୁଆ ଅଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଗଣନା ପରେ ଏବେ ସୁଦ୍ଧା ଦ୍ରୌପଦୀ ମୁର୍ମୁ ମୋଟ ୧୩୪୯ ଭୋଟ୍ ହାସଲ କରିଛନ୍ତି । ସେହିପରି ୟଶୱନ୍ତ ସିହ୍ନାଙ୍କୁ ଏପର୍ଯ୍ୟନ୍ତ ୫୩୭ ଭୋଟ୍ ମିଳିଛି । ଦ୍ୱିତୀୟ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଭୋଟ୍ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ୩୨୯ ଭୋଟ୍ ମିଳିଛି । ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧, ୦୫, ୨୯୯ । ସେହିପରି ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ରହିଛି ୪୪, ୨୭୬ ।

ପ୍ରଥମ ରାଉଣ୍ଡରେ ମଧ୍ୟ ଦ୍ରୌପଦୀ ମୁର୍ମୁ ଆଗୁଆ ଥିଲେ । ପ୍ରଥମ ରାଉଣ୍ଡ୍‌ ଫଳାଫଳ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଯଶୋବନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ମିଳିଥିଲା । ପ୍ରଥମ ରାଉଣ୍ଡରେ କେବଳ ସାଂସଦ ମାନଙ୍କ ଭୋଟ୍‌ ଗଣତି ହୋଇଥିଲା । ସମୁଦାୟ ଭୋଟରୁ ୧୫ଟି ଭୋଟ୍‌ ନାକଚ ହୋଇଥିଲା ।