Advertisment

ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ପତ୍ତି ୬୪ କୋଟି ୯୭ ଲକ୍ଷ,ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ନାଁରେ ୬୫ ଗାଡ଼ି

ସିଏମ୍ଓ ୱେବ୍‌ସାଇଟ୍‌ରେ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି।

ଅଦ୍ୟତନ ହୋଇଛି
Odisha Health Minister

Know The Assets Of Odisha Health Minister

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ କେଉଁ ମନ୍ତ୍ରୀଙ୍କ କେତେ ସମ୍ପତ୍ତି ରହିଛି, ତା’ର ତାଲିକା ପ୍ରକାଶ ପାଇଛି। ସିଏମ୍ଓ ୱେବ୍‌ସାଇଟ୍‌ରେ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି।

Advertisment

ଦିଲ୍ଲୀ ଜନପଥ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ୭୨ ଲକ୍ଷ ଟଙ୍କା ଥିବା ଦର୍ଶାଇଛନ୍ତି ନବୀନ। ସେହିପରି ଭୁବନେଶ୍ୱର ସ୍ଥିତ SBI ରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସ SBIରେ ୭ ହଜାର ୭୪ ଟଙ୍କା ଓ ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସର ଅନ୍ୟଏକ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା ଥିବା ନବୀନ ଦର୍ଶାଇଛନ୍ତି। ସେହିପରି ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ କୋଟିଏ ୧୧ ଲକ୍ଷରୁ ଅଧିକ ଟଙ୍କାର FD ଅଛି। ୯ କୋଟି ଟଙ୍କାର RBI ବଣ୍ଡ୍, ପୋଷ୍ଟ ଅଫିସ୍‌ରେ କୋଟିଏ ଟଙ୍କାର ଟର୍ମ ଡିପୋଜିଟ୍ ରହିଛି। 

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି ଯେ, ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୬୫ଟି ଗାଡ଼ି। ସମସ୍ତ ଗାଡ଼ି କମର୍ସିଆଲ୍ ବୋଲି ଦର୍ଶାଯାଇଛି। ତେବେ ଏହି ଗାଡ଼ି ମଧ୍ୟରୁ କେବଳ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି। ଗ୍ରାମଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁରେ କୌଣସି ଚାରି ଚକିଆ ଗାଡ଼ି ନଥିବା ଦର୍ଶାଯାଇଛି। ତେବେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କର ଗୋଟିଏ ୨୦୦୨ ମସିହା ପୁରୁଣା ସ୍ପ୍ଲେଣ୍ଡର ବାଇକ୍ ରହିଛି। ଯାହାର ମୂଲ୍ୟ ଏବେ ୨ ହଜାର ଟଙ୍କା ବୋଲି ଦର୍ଶାଯାଇଛି।

Advertisment

Odisha CM. Naveen Patnaik Assets Of Odisha Ministers Assets Of Odisha CM CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ