Advertisment

Bjd leader Get Together: ବିରୋଧୀ ଦଳ ଉପନେତାଙ୍କ ଘରେ ବିଜେଡ଼ି ନେତାଙ୍କ ମେଳି, ପ୍ରସନ୍ନ କହିଲେ...

ବିଜେଡିର ସାଙ୍ଗଠନିକ ନିର୍ବାଚନ ପୁର୍ବରୁ ଏଭଳି ମେଳି ପରମ୍ପରା ଦେଖା ଦେଉଛି, ତାକୁ ନେଇ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Prasanna acharya

Prasanna acharya

Advertisment

ବିଜେଡିର ଏବେ ଚାଲିଛି ମେଳି ପର୍ବ। କିଛି ଦିନ ପୂର୍ବରୁ ବିଜେଡିର ୭ ଜଣ ପୂର୍ବତନ ବିଜେଡି ବିଧାୟକ ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ବସି ମେଳି କରୁଥିବା ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ବିରୋଧୀ ଦଳ ଉପନେତା ତଥା ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଏକାଠି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା।

Advertisment

ପୂର୍ବତନ ବିଜେଡି ବିଧାୟକ ଅଶୋକ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂ ଓ ଦେବେଶ ଆଚାର୍ଯ୍ୟ ପ୍ରସନ୍ନଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ତେବେ ବିଧାନସଭା ନିର୍ବାଚନର ପ୍ରାୟ ୭ ମାସ ପରେ ହଠାତ୍‌ କ’ଣ ପାଇଁ ମେଳି କଲେ ବରିଷ୍ଠ ନେତା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ହେଲେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପୁର୍ବରୁ ଏଭଳି ମେଳି ପରମ୍ପରା ଦେଖା ଦେଉଛି, ତାକୁ ନେଇ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ହେଉଛି।

ଏହାରି ଭିତରେ ଗଣମାଧ୍ୟମରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋ ଦେହ ଖରାପ ଥିବା ଖବର ଶୁଣି ମୋ ବନ୍ଧୁ ମାନେ ମୋତେ ଦେଖାକରିବାକୁ ଆସିଛନ୍ତି। ମୋର ଚିକିତ୍ସା ଚାଲିଛି। ଚେକଅପ୍‌ ପାଇଁ ଆସନ୍ତାକାଲି ମୁଁ ମଧ୍ୟ ମେଡିକାଲ ଯିବି। ଯେଉଁମାନେ ମୋତେ ଦେଖା କରିବାକୁ ଆସିଛନ୍ତି, ସେମାନେ ମୋ ପୂରାତନ ସାଥୀ । ମୋ ଦେହ ଖରାପ କଥା ଶୁଣି ସେମାନେ ଆସିଛନ୍ତି।

Advertisment

ସଙ୍ଗଠନ ସଜାଡ଼ିବା ପାଇଁ ଏହି ବୈଠକ ବସିଥିଲା କି ? ଗଣମାଧ୍ୟମ ପ୍ରଶ୍ନରେ ଉତ୍ତର ଦେଇ ପ୍ରସନ୍ନ କହିଛନ୍ତି, ସଂଗ୍ରଠନ କରିବାର ଇଚ୍ଛା ଥିଲେ, ବୟସ ବାଧା ଦିଏ ନାହିଁ।

ତେବେ ପ୍ରସନ୍ନଙ୍କ ଘରେ ଏହି ବରିଷ୍ଠ ନେତାଙ୍କ ମେଳି ପରେ ବିଜେଡିରେ ବର୍ତ୍ତମାନ ଯାହା ଚାଲିଛି, ସେଥିରେ ଏମାନେ ସନ୍ତୁଷ୍ଟ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳପତି ଜିଲ୍ଲା ପରେ ଜିଲ୍ଲାର ନେତାଙ୍କୁ ଡାକି ସଙ୍ଗଠନ ସଜାଡ଼ିବାରେ ଲାଗି ପଡ଼ିଛନ୍ତି। ହେଲେ ଅନ୍ୟପକ୍ଷରେ ଜଣେ ପରେ ଜଣେ ବରିଷ୍ଠ ନେତା ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି। ଯାହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ବଢ଼ି ଚାଲିଛି ବୋଲି ଚର୍ଚ୍ଚା ହେଉଛି।

Advertisment

ଅଧିକ ପଢନ୍ତୁ: ହଂସିତାଙ୍କ ଆଉ ଜଣେ ସ୍ବାମୀଙ୍କ ସନ୍ଧାନ ମିଳିଲା, ଫିଟୁଛି କଳା ସାମ୍ରାଜ୍ୟର ଗୁମର

BJD Prasanna Acharya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ