Advertisment

'ଅହଂ ଜୁବେର୍ ଖାନ୍', 'ଅହଂ ୟୁନୁସ୍ ଖାନ୍'; ସଂସ୍କୃତରେ ଶପଥ ନେଲେ ମୁସଲିମ ବିଧାୟକ

ସଂସ୍କୃତ ଉପରେ ସମସ୍ତଙ୍କର ଅଧିକାର ରହିଛି। ଏହି ଭାଷା ଭାରତର ସବୁଠୁ ପ୍ରାଚୀନ ଭାଷା। ତେଣୁ ଭାରତୀୟ ଭାବେ ଏନେଇ ଆମେ ଗର୍ବିତ।

Musilm MLA

Musilm MLA

Advertisment

ଚଳିତବର୍ଷ ରାଜସ୍ଥାନ ନିର୍ବାଚନରେ ଅଲୱର ରାମଗଡର ନବ ନିର୍ବାଚିତ କଂଗ୍ରେସ ବିଧାୟକ ଜୁବେର୍ ଖାନ୍ ଓ ଡିଡବାନା ସିଟ୍‌ରୁ ନିର୍ବାଚିତ ହୋଇଥିବା ସ୍ୱାଧୀନ ବିଧାୟକ ୟୁନୁସ ଖାନ୍ ଚର୍ଚ୍ଚାରେ ଅଛନ୍ତି । ଏହାର କାରଣ ବିଧାନସଭାରେ ସେମାନଙ୍କ ଶପଥ ଗ୍ରହଣ । ଏହି ଶପଥ ଗ୍ରହଣ ଉତ୍ସବରେ ଏମିତି କଣ କଲେ ? ଯାହାଫଳରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ।

Advertisment

ତେବେ ପୁରା କାହାଣୀଟି ହେଲା, ବିଧାନସଭାରେ ଶପଥ ଗ୍ରହଣ ଉତ୍ସବରେ ଉଭୟ ମୁସଲମାନ ବିଧାୟକ ସଂସ୍କୃତରେ ନେଇଛନ୍ତି ଶପଥ । ଆଉ ତା ବି ପୁରା ସ୍ପଷ୍ଟ ଭାବେ ଉଚ୍ଚାରଣ କରି । ଏନେଇ ଉଭୟ ବିଧାୟକଙ୍କ କହିବା କଥା, ସଂସ୍କୃତ କୌଣସି ଧର୍ମର ଭାଷା ନୁହେଁ। ସଂସ୍କୃତ ଉପରେ ସମସ୍ତଙ୍କର ଅଧିକାର ରହିଛି। ଏହି ଭାଷା ଭାରତର ସବୁଠୁ ପ୍ରାଚୀନ ଭାଷା। ତେଣୁ ଭାରତୀୟ ଭାବେ ଏନେଇ ଆମେ ଗର୍ବିତ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ