Death threat to BJP National VP Baijayant Panda, police arrested accused
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ପୋଲିସ୍ ହାତରେ ଧରାପଡ଼ିଛି। ଧମକପୂର୍ଣ୍ଣ ଫୋନ୍ କରିଥିବା ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ୍ ଧରିଛି। ଏହାପରେ ଦିଲ୍ଲୀ ଆଣି ତାକୁ ପଚରାଉଚରା କରାଯାଇଛି। କାହିଁକି ଏମିତି ଫୋନ୍ କରିଥିଲା ଜେରା ବେଳେ ଅଭିଯୁକ୍ତ ଜଣକ ସ୍ୱୀକାର କରିଛି।
ଅବସାଦ ହେତୁ ଏମିତି ଫୋନ୍ କଲ୍ କରିଦେଇଥିବା ଅଭିଯୁକ୍ତ ମାନିଛି। ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ମଧ୍ୟ ସେ କହିଛି। ଆଗକୁ କେବେ ଏପରି କରିବି ନାହିଁ ବୋଲି ଲିଖିତ ଭାବେ ପୋଲିସ୍କୁ କଥା ଦେଇଛି ସମ୍ପୃକ୍ତ ବ୍ୟକ୍ତି। ଏହାସହ କ୍ଷମାପ୍ରାର୍ଥନା ମଧ୍ୟ କରିଛି।
ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ,ସତ ସ୍ପଷ୍ଟ ହେବା ପରେ ଉକ୍ତ ବ୍ୟକ୍ତି ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନନେବାକୁ ଦିଲ୍ଲୀ ପୋଲିସକୁ ଅନୁରୋଧ କରାଯାଇଛି ଏବଂ ତାକୁ ଛାଡ଼ି ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ବ୍ୟକ୍ତି ଜଣକ ଯେପରି ଆଉ କୌଣସି ହଇରାଣ ନ ହେବ,ସେଥିପାଇଁ ତା ନାଁ ମଧ୍ୟ ଗୋପନ ରଖାଯାଇଛି।
ସୂଚନାଥାଉ କି, କିଛିଦିନ ପୂର୍ବେ ବୈଜୟନ୍ତ ପଣ୍ଡାଙ୍କ ଅଫିସ୍କୁ ଏକ ଫୋନ୍ କଲ୍ ଆସିଥିଲା। ନବ ଦାସଙ୍କ ଭଳି ସେ ସମାନ ଦଶା ଭୋଗିବେ କହିଥିଲା ଅଜଣା କଲର୍। ଧମକପୂର୍ଣ୍ଣ କଲ୍ ପରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଥିଲା। ପୋଲିସ ତଦନ୍ତ କରି କଲ୍ଟି ବେଙ୍ଗାଲୁରୁରୁ ଆସିଥିବା ଜାଣିପାରିଥିଲା। ଏହାପରେ ପୋଲିସ ଟିମ୍ ବେଙ୍ଗାଲୁରୁ ଯାଇ ଅଭିଯୁକ୍ତକୁ ଧରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1696657270.jpg)