Advertisment

ହିମାଚଳ ପ୍ରଦେଶରେ କ୍ରସ୍ ଭୋଟିଂ, ବିଜେପିକୁ ସମର୍ଥନ ଦେଲେ କଂଗ୍ରେସର ୬ ବିଧାୟକ

ୟୁପିରେ ସମାଜବାଦୀ ପାର୍ଟିର ୭ ବିଧାୟକଙ୍କ କ୍ରସ୍ ଭୋଟିଂ ।

Cross Voting

Cross Voting

Advertisment

ହିମାଚଳ ପ୍ରଦେଶରେ କ୍ରସ୍ ଭୋଟିଂ । ବିଜେପିକୁ ସମର୍ଥନ ଦେଲେ କଂଗ୍ରେସର ୬ ବିଧାୟକ । ୟୁପିରେ ସମାଜବାଦୀ ପାର୍ଟିର ୭ ବିଧାୟକଙ୍କ କ୍ରସ୍ ଭୋଟିଂ । ସିଟ୍ ସଂଖ୍ୟା ୧୫। ମୈଦାନରେ ଥିଲେ ୧୮ ପ୍ରାର୍ଥୀ । ତେଣୁ କ୍ରସ ଭୋଟିଂର ଆଶଙ୍କା ନିଶ୍ଚିତ ଥିଲା । ଆଉ, ହେଲା ବି ସେମିତି। ଉତ୍ତର ପ୍ରଦେଶରେ ରାଜ୍ୟସଭା ନିର୍ବାଚନ ଜାରି ରହିଥିବା ବେଳେ ସମାଜବାଦୀ ପାର୍ଟିର ବିଧାୟକ ତଥା ଦଳର ମୁଖ୍ୟ ସଚେତକ ମନୋଜ କୁମାର ପାଣ୍ଡେ ଅଚାନକ ଦଳରୁ ଇସ୍ତଫା ଦେଇଦେଇଥିଲେ।

Advertisment

ତାପରେ ଖବର ପହଁଚିଲା ଯେ, ଦଳର ୭ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ଏମାନେ ହେଲେ ରାକେଶ ପାଣ୍ଡେ, ରାକେଶ ପ୍ରତାପ ସିଂ, ଅଭୟ ସିଂ, ବିନୋଦ ଚତୁର୍ବେଦୀ, ମନୋଜ ପାଣ୍ଡେ, ପୂଜା ପାଲ ଏବଂ ଆଶୁତୋଷ ମୌର୍ଯ୍ୟ। କେବଳ ଏତିକି ନୁହେଁ, ମାୟାବତୀଙ୍କ ବିଏସପିର ଏକମାତ୍ର ବିଧାୟକ ଉମାଶଙ୍କର ମଧ୍ୟ ବିଜେପି ପାର୍ଥୀଙ୍କ ସମର୍ଥନରେ ଭୋଟ୍ ଦେଇଥିଲେ।

ଉତ୍ତର ପ୍ରଦେଶର ୧୦ଟି ରାଜ୍ୟସଭା ସିଟ୍ ପାଇଁ ମୈଦାନରେ ଥିଲେ ମୋଟ୍ ୧୧ ପ୍ରାର୍ଥୀ । ପ୍ରଥମେ ସମାଜବାଦୀ ପାର୍ଟି ୩ ଜଣ ପ୍ରାର୍ଥୀଙ୍କୁ ଓହ୍ଲାଇଥିଲା। ୭ଟି ସିଟ୍‌ରେ ପ୍ରାର୍ଥୀ ଦେଇଥିଲା ବିଜେପି। ତେବେ ପରେ ଦଳ ସଂଜୟ ସେଠଙ୍କୁ ପ୍ରାର୍ଥୀ କରି ଅଷ୍ଟମ କ୍ୟାଣ୍ଡିଡେଟ୍ ଦେଇଥିଲା। ବଡ କଥା ହେଉଛି ଯେ, ଯାହାର ବିଜୟ ନେଇ ଦଳ ସଂଶୟରେ ଥିଲା ତାଙ୍କୁ ହିଁ ସବୁଠୁ ଅଧିକ ଭୋଟ୍ ମିଳିଥିବା ସୂଚନା ମିଳିଛି। ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଦଳର ତୃତୀୟ ସିଟ୍ ବାସ୍ତବରେ ପ୍ରକୃତ ସାଥୀଙ୍କୁ ଖୋଜିବା ପାଇଁ ଏକ ପରୀକ୍ଷଣ ଥିଲା।

Advertisment

ସେପଟେ ହିମାଚଳରେ ବି ହୋଇଛି କ୍ରସ୍ ଭୋଟିଂ। ବିଜେପି ପ୍ରାର୍ଥୀଙ୍କୁ ୬ ଜଣ କଂଗ୍ରେସ ବିଧାୟକ ସମର୍ଥନ ଦେଇଥିବା ଚର୍ଚ୍ଚା ହେଉଛି। ଏଠାରେ କଂଗ୍ରେସର ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କ ଅପୋଜିଟରେ ଅଛନ୍ତି ବିଜେପିର ହର୍ଷ ମହାଜନ। ସେହିପରି କର୍ଣ୍ଣାଟକରେ ୪ଟି ସିଟ୍ ପାଇଁ ମତଦାନ ହୋଇଛି। ଏଠାରେ କ୍ଷମତାସୀନ କଂଗ୍ରେସକୁ ଟକ୍କର ଦେଇଛି ବିଜେପି-ଜେଡିଏସ୍ ମେଣ୍ଟ। ତେବେ ପଂଚମ ପ୍ରାର୍ଥୀ ଭାବେ କୃପେନ୍ଦ୍ର ରେଡ୍ଡିଙ୍କୁ ମୈଦାନକୁ ଓହ୍ଲାଇ ଗଣିତ ଏପଟ ସେପଟ କରିଦେଇଛି ଜେଡିଏସ୍।

ରାଜ୍ୟସଭାର ୫୬ଟି ସିଟ ମଧ୍ୟରୁ ୪୧ଟି ଅନକଣ୍ଟେଷ୍ଟ। ଅର୍ଥାତ ବିନା ବାଧାରେ ସଂସଦର ଉଚ୍ଚ ସଦନକୁ ଯାଇଛନ୍ତି। ବାକି ୩ଟି ରାଜ୍ୟର ୧୫ଟି ସିଟ୍ ପାଇଁ ହୋଇଥିଲା ନିର୍ବାଚନ। ଉତ୍ତର ପ୍ରଦେଶର ୧୦ଟି, କର୍ଣ୍ଣାଟକର ୪ଟି ଏବଂ ହିମାଚଳ ପ୍ରଦେଶର ଗୋଟିଏ ସିଟ୍ ପାଇଁ ନିଆଯାଇଥିଲା ଭୋଟ୍।

Advertisment
BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ