Advertisment

କିଏ ଧରିବ କଂଗ୍ରେସ ମଙ୍ଗ ? ରାଜି ନାହାନ୍ତି ରାହୁଲ, ଅକ୍ଟୋବର ୧୯ରେ ସ୍ପଷ୍ଟ ହେବ ଚିତ୍ର

କଂଗ୍ରେସର କ’ଣ ହେବ ? ବଦଳିବେ କି କଂଗ୍ରେସ ମୁଖିଆ ? ନା ପୁଣି ସେହି ଚିରାଚରିତ ଢଙ୍ଗରେ ଚାଲିବ କଂଗ୍ରେସ ?

ଅଦ୍ୟତନ ହୋଇଛି
undefined

Congress Leader rahul gandhi

Advertisment

ଅକ୍ଟୋବର ୧୭ରେ ହେବ କଂଗ୍ରେସ ସଭାପତି ନିର୍ବାଚନ । ଅକ୍ଟୋବର ୧୯ରେ ଘୋଷଣା ହେବ ନୂଆ କଂଗ୍ରେସର ସଭାପତିଙ୍କ ନାଁ । ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା, ନିର୍ବାଚନ ନେଇ CWC ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା । ବରିଷ୍ଠ ନେତା ଗୁଲାମନବୀ ଆଜାଦ ଓ ଏମ୍.ଏ. ଖାନଙ୍କ ଇସ୍ତଫା ପରେ କଂଗ୍ରେସ ସଭାପତି ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସଭାପତି ପଦ ପାଇଁ ସେପଟେମ୍ବର ୨୪ରୁ ସେପଟେମ୍ବର ୩୦ ଭିତରେ ନାମାଙ୍କନ ଦାଖଲ କରାଯିବ । ଅକ୍ଟୋବର ୮ ରହିବ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ବୋଲି ଦଳର ସାଧାରଣ ସଂପାଦକ କେ. ସି. ବେଣୁଗୋପାଳ ଘୋଷଣା କରିଛନ୍ତି ।

Advertisment

ଆଜି ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସଭାପତି ନିର୍ବାଚନ ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି । ଚିକିତ୍ସା ପାଇଁ ବିଦେଶରେ ଥିବା ସୋନିଆ ଗାନ୍ଧି ଏହି ବୈଠକରେ ଭିଡିଓ କନଫରେନସିଂରେ ସାମିଲ ହୋଇ ଅଧ୍ୟକ୍ଷତା କରିଥିଲେ । ଏହା ବ୍ୟତୀତ ସେପ୍ଟେମ୍ବର ୪ରେ ଦିଲ୍ଲୀରେ ମେହେଙ୍ଗାଇ ପର ହଲ୍ଲା ବୋଲ୍ ରାଲି, ସେପଟେମ୍ବର ୭ରୁ ଭାରତ ଯୋଡ଼ ଶୋଭାଯାତ୍ରା କରିବା ନେଇ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

ତେବେ କଂଗ୍ରେସରେ ଜଣେ ନିର୍ବାଚିତ ସଭାପତି ହେବା ଓ ସାଂଗଠନିକ ନିର୍ବାଚନ କରିବା ଲାଗି ଦଳର ବରିଷ୍ଠ ନେତାମାନେ ଦାବି କରି ଆସୁଥିଲେ । ଏପରିକି ଏନେଇ ୨୦୨୦ରେ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ ୨୩ ଜଣ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ଏହାପରେ ସେମାନଙ୍କୁ ଜି-୨୩ ବୋଲି କୁହାଯାଉଥିଲା । ଜି-୨୩ ନେତାଙ୍କ ଦାବି ଶୁଣାନଯିବାରୁ ଜଣକ ପରେ ଜଣେ ନେତା ଦଳ ଛାଡ଼ିଥିଲେ । 

Advertisment

ତେବେ ଏବେ ପ୍ରଶ୍ନ ଉଠୁଛି କଂଗ୍ରେସର କ’ଣ ହେବ ? ବଦଳିବେ କି କଂଗ୍ରେସ ମୁଖିଆ ? ନା ପୁଣି ସେହି ଚିରାଚରିତ ଢଙ୍ଗରେ ଚାଲିବ କଂଗ୍ରେସ ? ପୁଣି ଥରେ ଗାନ୍ଧୀ ପରିବାର ନା ବାହାରର କିଏ ସମ୍ଭାଳିବେ ଦାୟିତ୍ୱ ? ତେବେ ଦୁଇ ଦିନ ତଳେ ହି ଦଳର ବରିଷ୍ଠ ଓ ପୁରୁଖା ନେତା ଗୁଲାମନବୀ ଆଜାଦ୍ ଇସ୍ତଫା ଦେଇଛନ୍ତି । ତାସହ ଦଳରେ ଦେଖା ଦେଇଥିବା ବିପର୍ଯ୍ୟୟ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ତେଣୁ ଗୁଲାମଙ୍କ ବିଷୋଦଗାର ପରେ ଏହାକୁ ନେଇ ଦଳର ଅନ୍ୟ ବରିଷ୍ଠ ନେତାଙ୍କ କଣ ରହୁଛି ପ୍ରତିକ୍ରିୟା ତାହା ବେଶ୍ ଗୁରୁତ୍ୱବହନ କରୁଛି ।

ସେପଟେ ଗତକାଲି କଂଗ୍ରେସର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିବାକୁ ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରାଯିବ ବୋଲି ବରିଷ୍ଠ ନେତା ଏମ. ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି । କାରଣ ଦଳରେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତିତ୍ୱ ନାହାନ୍ତି, ଯିଏ ପୂରା ଭାରତରେ ପରିଚିତ । ଦଳର ନେତୃତ୍ୱ ନେବାକୁ ଚାହୁଁଥିବା ବ୍ୟକ୍ତି ସାରା ଦେଶରେ ଜଣାଶୁଣା ହେବା ଉଚିତ । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ତଥା ପଶ୍ଚିମବଙ୍ଗରୁ ଗୁଜୁରାଟ ପର୍ଯ୍ୟନ୍ତ ତାଙ୍କୁ ସମର୍ଥନ କରାଯିବା ଉଚିତ।

Advertisment

ତେବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ତାଙ୍କର ବିକଳ୍ପ ଚେହେରା କଂଗ୍ରେସରେ ନାହିଁ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ତାଙ୍କୁ ଦଳ ପାଇଁ, ଦେଶ ପାଇଁ, ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) - ଭାରତୀୟ ଜନତା ପାର୍ଟି (ବିଜେପି) ସହ ଲଢ଼ିବା ପାଇଁ ଏବଂ ଦେଶକୁ ଏକଜୁଟ ରଖିବା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ ।

Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ