Advertisment

୨୪ ଘଣ୍ଟା ମହଲତ ଦେଲା ଛାତ୍ର କଂଗ୍ରେସ, କାର୍ଯ୍ୟାନୁଷ୍ଠାନ ନନେଲେ ନବୀନ ନିବାସ ଘେରାଉ

ପୋଲିସ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କଲେ। ଯିଏ ମାଡ଼ ମାରୁଛି ପୋଲିସ ତାକୁ ଛାଡ଼ି ଦେଉଛି, ହେଲେ ଯିଏ ମାଡ଼ ଖାଉଛି ପୋଲିସ୍‌ ତାକୁ ଗିରଫ କରୁଛି ବୋଲି ଛାତ୍ର କଂଗ୍ରେସ କହିଛି।

ଅଦ୍ୟତନ ହୋଇଛି
congress

congress

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ କଂଗ୍ରେସ ସାରା ରାଜ୍ୟରେ ପ୍ରତିବାଦ କରୁଛି। ବରଗଡ଼ ଜିଲ୍ଲାରେ ଛାତ୍ର କଂଗ୍ରେସ ମଧ୍ୟ ପ୍ରତିବାଦ କରିଥିଲେ। ହେଲେ ପୋଲିସ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କଲେ। ଯିଏ ମାଡ଼ ମାରୁଛି ପୋଲିସ ତାକୁ ଛାଡ଼ି ଦେଉଛି, ହେଲେ ଯିଏ ମାଡ଼ ଖାଉଛି ପୋଲିସ୍‌ ତାକୁ ଗିରଫ କରୁଛି ବୋଲି ଛାତ୍ର କଂଗ୍ରେସ କହିଛି। 

Advertisment

ରାଜ୍ୟ ସରକାର ଯଦି ହିଟଲର୍‌ ଶାସନ କରି ଛାତ୍ର କଂଗ୍ରେସକୁ ଅଟଟାଇ ଦେବେ ବୋଲି ଭାବୁଛନ୍ତି, ତା’ହେଲେ ଛାତ୍ର କଂଗ୍ରେସ ଚୁପ୍‌ ବସିବ ନାହିଁ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ କହିଛନ୍ତି। କଂଗ୍ରେସ କର୍ମୀଙ୍କୁ ମାଡ଼ ମରାଯିବା ବେଳେ ଯେଉଁ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ, ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯାଉ। ଏହାସହ ଯେଉଁ ବିଜେଡ଼ି ଗୁଣ୍ଡାମାନେ ଛାତ୍ର କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ଏଥିପାଇଁ ୨୪ ଘଣ୍ଟାର ସମୟ ଦେଇଛି ଛାତ୍ର କଂଗ୍ରେସ। ଯଦି ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତା’ହେଲେ ଆସନ୍ତା ନଭେମ୍ବର ୧୫ରେ ଡିଜି କ୍ୟାମ୍ପ ଅଫିସ ଘେରାଉ ସହ ନବୀନ ନିବାସ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ କହିଛି।

ଆଜି ବରଗଡ଼ରେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ସୂଚନା ମିଳିଛି। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ୪ କର୍ମୀଙ୍କୁ ବିଜେଡି କର୍ମୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା, ଟାଉନ୍ ଥାନା ଆଇଆଇସିଙ୍କ ଉପସ୍ଥିତିରେ ମାଡ଼ ମରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିରୋଧ କରୁଥିବା ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ହୋଇଥିଲା। ଏହାପରେ ପୋଲିସ ୪ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। 

Advertisment

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ପୋଲିସ ଗିରଫ କରିଥିଲା। ଅଶ୍ୱିନୀ ଷଡ଼ଙ୍ଗୀକୁ ଘରୁ ଉଠାଇ ନେଇଥିଲା ପୋଲିସ। ଏହାସହ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଏବଂ ଅନ୍ୟ ୧୨ ବିଜେପି କର୍ମୀଙ୍କୁ ଗତକାଲି ରାତିରେ ପୋଲିସ ଉଠାଇ ନେଇଥିଲା।  ସେହିପରି ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ ଏବଂ କଂଗ୍ରେସ ନେତା ନିପନ ଦାସଙ୍କ ସହ ଅନ୍ୟ ସମର୍ଥକଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଚେତାବନୀ ଦେଇଥିଲେ।  ଗସ୍ତକୁ ବିରୋଧ କରିବା ନେଇ ଚେତାବନୀ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ଯାଞ୍ଚ ମଧ୍ୟ ହୋଇଥିଲା। ବରଗଡ଼ରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। 

ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଗିରଫକୁ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିବା ନିନ୍ଦନୀୟ। ଓଡ଼ିଶା ପୋଲିସ ଅପରାଧୀଙ୍କୁ ଧରିବା ବଦଳରେ ସାଧାରଣ ଲୋକଙ୍କୁ ଗିରଫ କରୁଛି। ଶାସକ ବିଜେଡିର ଏଜେଣ୍ଟ ସାଜି ପ୍ରତିବାଦର ସ୍ୱରକୁ ଦମନ ପାଇଁ ଚେଷ୍ଟା କରୁଛି ପୋଲିସ।  

Advertisment
Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ