Advertisment

ପ୍ରଚଣ୍ଡ ବହୁମତ ସହ କର୍ଣ୍ଣାଟକରେ କଂଗ୍ରେସକୁ ମିଳିଲା ବିଜୟ ଟନିକ୍, Next ଟାର୍ଗେଟ୍‌..

ବେଙ୍ଗାଳୁରୁର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରୁ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟ, ଭୁବନେଶ୍ୱରରୁ ଗୌହ୍ୱାଟି, ରାୟପୁରରୁ ଥିରୁବନନ୍ତପୁରମ ସବୁଠି ସେଲିବ୍ରେସନ୍‌ ମାହୋଲ ।

undefined

Karnataka Bypolls

Advertisment

କର୍ଣ୍ଣାଟକରେ କଂଗ୍ରେସର କମାଲ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା କୁହାଯାଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ଭୋଟ୍ ପାଇ ବିଜେପିକୁ ଗାଦିରୁ ହଟାଇ ଦେବାରେ ସଫଳ ହୋଇଛି କଂଗ୍ରେସ । ଦଳ ମୋଟ ୨୨୪ରୁ ୧୩୬ ଆସନରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏପଟେ ବିଜେପି ମାତ୍ର ୬୫ ସିଟ୍ ସହ ବିରୋଧୀ ଆସନରେ ବସିଥିବା ବେଳେ ଜେଡିଏସ୍ ମାତ୍ର ୧୯ଟି ସିଟ୍ ପାଇଛି । ସେପଟେ କଂଗ୍ରେସର କର୍ଣ୍ଣାଟକ ଦଖଲ ପରେ ଏଠି ଡି.କେ ଶିବକୁମାର ନା ସିଦ୍ଦରମେୟା, କିଏ ମୁଖ୍ୟମନ୍ତ୍ରୀ ହେବେ, ତା’ ଉପରେ ସମସ୍ତଙ୍କ ନଜର ।

Advertisment

ବେଙ୍ଗାଳୁରୁର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରୁ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟ, ଭୁବନେଶ୍ୱରରୁ ଗୌହ୍ୱାଟି, ରାୟପୁରରୁ ଥିରୁବନନ୍ତପୁରମ ସବୁଠି ସେଲିବ୍ରେସନ୍‌ ମାହୋଲ । କର୍ଣ୍ଣାଟକ 
ବିଜୟ ପରେ କଂଗ୍ରେସ୍ ନେତା ଓ କର୍ମୀଙ୍କ ଭିତରେ ସବୁଠି ବିଜୟ ଉତ୍ସବର ଉନ୍ମାଦନା, ସବୁଠି ବାଜା ବାଣ ସହ ନାଚ ଓ ଗୀତ ସାଙ୍ଗକୁ ଉତ୍ସବର ମାହୋଲ । ୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ବିଜେପିକୁ ଗାଦିଚ୍ୟୁତ କରି କ୍ଷମତାକୁ ଫେରିଛି କଂଗ୍ରେସ ।

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଅଗ୍ନି ପରୀକ୍ଷା କୁହାଯାଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆଶାଠୁ ବି ଅଧିକ ସଫଳତା ହାତେଇଛି ଭାରତୀୟ ଜାତୀୟ କଂଗ୍ରେସ । ରାଜ୍ୟର ମୋଟ ୨୨୪ ଆସନରୁ ଦଳ ମ୍ୟାଜିକ୍ ସଂଖ୍ୟା ୧୧୩ଠୁ ବହୁ ଆଗରେ ରହିବା ସହ ହାସଲ କରିଛି ନିରଙ୍କୁଶ ସଂଖ୍ୟାଗରିଷ୍ଠତା । ସେପଟେ ବିଜପିର ନୈରାଶ୍ୟଜନକ ପ୍ରଦର୍ଶନ ସହ ରାଜ୍ୟରେ କିଙ୍ଗ୍ ମେକର ହେବା ନେଇ ଆକଳନ କରାଯାଉଥିବା ଜେଡିଏସ ଦୟନୀୟ ପ୍ରଦର୍ଶନ କରିଛି।

Advertisment

କର୍ଣ୍ଣାଟକରେ କଂଗ୍ରେସର ଏ ଆଖି ଝଲଶା ପ୍ରଦର୍ଶନ ପଛର ରହସ୍ୟ କ’ଣ ? କୁହାଯାଉଛି ରାଜ୍ୟରେ ଶାସନରେ ଥିବା ବିଜେପି ସରକାର ବିରୋଧୀ ହାୱା ଉଗ୍ର ହୋଇଥିଲା । ଏପଟେ  ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ବି କର୍ଣ୍ଣାଟକ ଭୋଟରଙ୍କୁ ପ୍ରଭାବିତ କରିଥିବା କୁହାଯାଉଛି । ସେହିଭଳି ନିକଟରେ ରାହୁଲ ଗାନ୍ଧି ଲୋକସଭା ସାଂସଦ ପଦ ରଦ୍ଦ କରିବା ଘଟଣା ମଧ୍ୟ ଭୋଟରଙ୍କ ମନରେ ସହାନୁଭୁତି ସୃଷ୍ଟି କରିଥାଇପାରେ।

ତେବେ ଏସବୁ ଭିତରେ ଦେଶର ଏକମାତ୍ର ଦକ୍ଷିଣ ରାଜ୍ୟ ଭାବେ କ୍ଷମତାସୀନ ବିଜେପି ହାତରୁ ଶାସନ ଭାର ଚାଲିଯାଇଥିବାରୁ ପରାଜୟର କାରଣ କ’ଣ ତାର ସମୀକ୍ଷା କରାଯିବ ବୋଲି ବିଦାୟୀ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି । ସେପଟେ କର୍ଣ୍ଣାଟକବାସୀଙ୍କ ଏଭଳି ନିଷ୍ପତ୍ତି ପରେ ରାଜ୍ୟରେ ଘୃଣାର ଦୋକାନ ବନ୍ଦ ହେଲା ଏବଂ ପ୍ରେମର ଦୋକାନ ଖୋଲିଲା ବୋଲି ମନ୍ତବ୍ୟ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

Advertisment

କର୍ଣ୍ଣାଟକରେ କଂଗ୍ରେସର ଏ ଅଦ୍ଭୁତପୂର୍ବ ସଫଳତା ପାଇଁ ଦେଶବ୍ୟାପୀ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଲାଗି ରହିଥିବା ବେଳେ ଏପଟେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଆରମ୍ଭ ହେଲାଣି ଦ୍ୱନ୍ଦ୍ୱ । କାରଣ ରାଜ୍ୟ କଂଗ୍ରେସ ମୁଖିଆ ଡି.କେ. ଶିବ କୁମାର ଓ ଦଳର ଅନ୍ୟତମ ବରିଷ୍ଠ ନେତା ସିଦ୍ଦରମୟା ଉଭୟ ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର ରଖିଥିବାରୁ ଦଳ କାହାକୁ ଗାଦିରେ ବସାଇ କାହାକୁ ମନାଇବ, ତା’ଉପରେ ଏବେ ସମସ୍ତଙ୍କ ନଜର ।

Congress Karnataka Bypolls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ