New Congress Headquarters:୨୫୨ କୋଟି ଟଙ୍କାରେ ନିର୍ମିତହେଲା କଂଗ୍ରେସର ନୂଆ ମୁଖ୍ୟାଳୟ

କଂଗ୍ରେସ ମୁଖ୍ୟାଳୟକୁ ମିଳିଲା ନୂଆ ଠିକଣା । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧି ଦିଲ୍ଲୀରେ କଂଗ୍ରେସର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ , ରାହୁଲ ଗାନ୍ଧିଙ୍କ ସମେତ ପ୍ରାୟ ୪୦୦ ନେତା ଉପସ୍ଥିତ ଥିଲେ ।

ଉଦ୍‌ଘାଟିତ ହେଲା 'ଇନ୍ଦିରା ଭବନ'

କଂଗ୍ରେସ ମୁଖ୍ୟାଳୟକୁ ମିଳିଲା ନୂଆ ଠିକଣା । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧି ଦିଲ୍ଲୀରେ କଂଗ୍ରେସର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ , ରାହୁଲ ଗାନ୍ଧିଙ୍କ ସମେତ ପ୍ରାୟ ୪୦୦ ନେତା ଉପସ୍ଥିତ ଥିଲେ । ୨୦୦୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ସୋନିଆ ଗାନ୍ଧି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ନୂତନ ଭବନକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାମରେ ନାମିତ କରାଯାଇଛି ।

ଏହାର ନାମ 'ଇନ୍ଦିରା ଭବନ' ରଖାଯାଇଥିବା ବେଳେ କଂଗ୍ରେସର ମୁଖ୍ୟାଳୟର ଠିକଣା ପରିବର୍ତ୍ତନ ହୋଇ ୯ (A) କୋଟଲା ରୋଡ୍‌ ନୂଆ ଦିଲ୍ଲୀ ହୋଇଛି । ଠିକଣା ବଦଳିବା ସହ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟ ଏବଂ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟର ଦୂରତା ମଧ୍ୟ କମିଛି । ବିଜେପି ମୁଖ୍ୟାଳୟ ଏବଂ କଂଗ୍ରେସର ନୂତନ ମୁଖ୍ୟାଳୟର ଦୂରତା ପ୍ରାୟ 500 ମିଟର । ୧୯୭୮ରେ କଂଗ୍ରେସ ଗଠନ ହେବା ପରଠାରୁ କଂଗ୍ରେସ ମୁଖ୍ୟାଳୟର ଠିକଣା ୨୪ ଆକବର ରୋଡ ରହିଥିଲା ।

ଏହି ଅବସରେ ରାହୁଲ ଗାନ୍ଧି କହିଛନ୍ତି ନୂତନ ମୁଖ୍ୟାଳୟ କେବଳ ଏକ ସାଧାରଣ କୋଠା ନୁହେଁ ବରଂ ଏହା ଦେଶର ମାଟିରୁ ଜନ୍ମ ହୋଇଛି । ରାହୁଲ ଏହି ଅବସରରେ ବିଜେପିକୁ ସମାଲୋଚନା କରିଥିଲେ ।

ଅନ୍ୟପଟେ ନୂତନ କୋଠାର ଉଦ୍‌ଘାଟନ ପୂର୍ବରୁ, ନୂତନ ମୁଖ୍ୟାଳୟର ବାହାରେ ପୋଷ୍ଟରରେ ଏହି ଭବନକୁ 'ସର୍ଦ୍ଦାର ମନମୋହନ ସିଂ ଭବନ' ଭାବେ ନାମିତ କରିବାକୁ ଦାବି କରାଯାଇଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ପିଭି ନରସିଂହ ରାଓ ଏବଂ ପ୍ରଣବ ମୁଖାର୍ଜୀଙ୍କ ପରି ଏହାର ମହାନ ନେତାମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ କରି, ବିଜେପି ମୁଖପାତ୍ର ଶେହଜାଦ୍‌ ପୁନାୱାଲା କଂଗ୍ରେସର 'ପରିବାରବାଦ' ମାନସିକତାକୁ ସମାଲୋଚନା କରିଛନ୍ତି ।

ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଅଣଦେଖା କରି ଇନ୍ଦିରା ଗାନ୍ଧିଙ୍କ ନାମରେ ନିଜର ନୂତନ ମୁଖ୍ୟାଳୟ ନାମକରଣ କରିବା ପରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି ।