Advertisment

କେନ୍ଦ୍ର କୃଷିମନ୍ତ୍ରୀ ଟ୍ୱିଟ୍‌ କରୁ କରୁ ସହାୟତା ଘୋଷଣା କଲେ ନବୀନ

ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଅଦ୍ୟତନ ହୋଇଛି
Farmer

Farmer

Advertisment

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଟ୍ୱିଟ୍‌ ପରେ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଘୋଷଣା । କିଛି ସମୟ ତଳେ କେନ୍ଦ୍ର କୃଷି ମନ୍ତ୍ରୀ ବୀମା ସଂପର୍କରେ ଏକ ଟ୍ୱିଟ୍‌ କରିଛନ୍ତି । ରାଜ୍ୟ ସରକାରଙ୍କୁ କ୍ଲେମ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ କୃଷିମନ୍ତ୍ରୀ । ଆଉ ଟ୍ୱିଟ୍‌ ଆସିବାର କିଛି ସମୟ ପରେ ହିଁ ଚାଷୀଙ୍କୁ ମରୁଡ଼ି ସହାୟତା ଘୋଷଣା କରିଛନ୍ତି ନବୀନ ।

Advertisment

ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ଇନପୁଟ ସହାୟତା ଘୋଷଣା କଲେ । ସହାୟତା ପାଇଁ ରାଜ୍ୟ ରାଜକୋଷରୁ ୨ ଶହ କୋଟି ଟଙ୍କା ବ୍ୟୟ ହେବ । ତୋମାର ଟୁଇଟ୍ କରୁ କରୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ସମୟ ତଳେ କେନ୍ଦ୍ର କୃଷି ମନ୍ତ୍ରୀ ବୀମା ସଂପର୍କରେ ଟୁଇଟ୍ କରିଥିଲେ । ବୀମା ପାଇଁ ରାଜ୍ୟ ସରକାର କ୍ଲେମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ତୋମାର ।

ଫସଲ ବୀମା ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ପରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ପରେ କୃଷିମନ୍ତ୍ରୀ ଟୁଇଟ୍ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

Advertisment

ଅନ୍ୟପଟେ ଚାଷୀଙ୍କ ଲାଗି ବିଜେଡି ସରକାର ସବୁ କରୁଛି । ଚାଷୀ ବୀମା କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । କେନ୍ଦ୍ର ସରକାର ଚାଷୀଙ୍କୁ ବୀମା ରାଶି ଦିଅନ୍ତୁ।  ଯେତେ ବୀମା କମ୍ପାନୀ ତାକୁ କେନ୍ଦ୍ର ସରକାର ହିଁ ସଟ ଲିଷ୍ଟ କରି ଛାଡିଥାନ୍ତି ।ଏଥିରେ ଏତେ ଲୁଚା ଚୋରା କାର୍ଯ୍ୟ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

Odisha Farmer Narendra Singh Tomar CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ