Advertisment

ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ଭେଣ୍ଡି ମାଡ଼

ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅଦ୍ୟତନ ହୋଇଛି
Protest

Protest

Advertisment

ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନକୁ ଘେରିଲା ଛାତ୍ର କଂଗ୍ରେସ । ପନିପରିବା ଦାମ୍‌ ବୃଦ୍ଧିର ପ୍ରତିବାଦ କରି ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବେକରେ ପରିବା ମାଳ ପକାଇ ଓ ପରିବା ଫିଙ୍ଗି ପ୍ରତିବାଦ ମଧ୍ୟ କରିଛନ୍ତି । ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ, ଭେଣ୍ଡି ମଧ୍ୟ ଫିଙ୍ଗିଛନ୍ତି କଂଗ୍ରେସ କର୍ମୀ । ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

Advertisment

ଛାତ୍ର କଂଗ୍ରେସ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀ ଅତନୁ ନାୟକଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ । ସେମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ । ଛାତ୍ର କଂଗ୍ରେସର ଅନେକ ସଦସ୍ୟ ଲଙ୍କା, ଅଦା, ଟମାଟୋ ଓ ଭେଣ୍ଡିରେ ତିଆରି ମାଳ ପିନ୍ଧିଥିଲେ । ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ଭେଣ୍ଡି ମାଡ଼ କରିଥିଲେ।

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି, ପନିପରିବା ଦରଦାମ ଏତେ ବଢ଼ି ଗଲାଣି, ତଥାପି ମନ୍ତ୍ରୀଙ୍କ ମୁହଁରୁ ପଦୁଟିଏ ବାହାରୁ ନାହିଁ । ଲୋକେ ହନ୍ତସନ୍ତ ହେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଦାୟୀ । ସେମାନଙ୍କ ଭୁଲ ନୀତି ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ରାଜ୍ୟରେ ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାର ଖୋଲାଯାଉ । ଯେଉଁ ଶୀତଳ ଭଣ୍ଡାର ଗୁଡ଼ିକ ବନ୍ଦ ହୋଇ ପଡ଼ିଛି, ସେଗୁଡ଼ିକୁ ଖୋଲାଯାଉ। ଆମ ରାଜ୍ୟ କୃଷି ପ୍ରଧାନ ରାଜ୍ୟ । କିନ୍ତୁ ଏଠାରେ ୧୩ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ। ଚାଷୀମାନେ ନିଜ ଉତ୍ପାଦକୁ ସଂରକ୍ଷଣ କରି ରଖି ପାରୁନାହାନ୍ତି ।

Advertisment

Protests Vegetable Price Hike Student Congress Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ