Advertisment

ବିହାର, ଓଡ଼ିଶା ପରେ ଏବେ ଆନ୍ଧ୍ର ପାଳି; ମେଣ୍ଟ ଦିଗରେ ବଢ଼ୁଛି ବିଜେପି

୨୦୧୮ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ।

ଅଦ୍ୟତନ ହୋଇଛି
Chandrababu Naidu To Rejoin NDA

Andhra Pradesh

Advertisment

ବିହାର, ଓଡ଼ିଶା ପରେ ଏବେ ଆନ୍ଧ୍ରପ୍ରଦେଶ। ଗୋଟେ ପରେ ଗୋଟେ ରାଜ୍ୟରେ ମେଣ୍ଟ ଗଠନ କରି ଚାଲିଛି ବିଜେପି। ପ୍ରଥମେ ବିହାରରେ ଜେଡିୟୁ ଏନଡିଏରେ ସାମିଲ ହେଲା ପରେ ବିଜେଡିକୁ ନେଇ ମେଣ୍ଟ ଚର୍ଚ୍ଚା ହେଉଛି। ଆଉ ଏହାପରେ ଆନ୍ଧ୍ରରେ ଏକ ବଡ଼ ମେଣ୍ଟ ଦିଗକୁ ବଢ଼ୁଛି ଦଳ।

Advertisment

୨୦୧୮ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ। ପୂର୍ବରୁ ଏନଡିଏକୁ ସମର୍ଥନ ଦେଇଥିବା ଜନସେନା ଆନ୍ଧ୍ରରେ ବିଜେପି, ଟିଡିପି ସହ ଏକାଠି ମେଣ୍ଟରେ ନିର୍ବାଚନ ଲଢ଼ିବ। ଏନେଇ ଆଜି ସଂଧ୍ୟାରେ ଉଭୟ ନେତା ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ସହ ଆଲୋଚନା କରିପାରନ୍ତି।

ଅଧିକ ପଢ଼ନ୍ତୁ: ୟୁପି ଲକ୍ଷ୍ନୌରେ ଟିକଟ୍ କସରତ; ବୈଜୟନ୍ତଙ୍କ ନେତୃତ୍ୱରେ ବସିବ ବୈଠକ

ଯଦି ଏଭଳି ହୁଏ ତାହେଲେ ଆନ୍ଧ୍ରରେ ଶାସନାଧିନ YSR କଂଗ୍ରେସ, ଏନଡିଏ ମେଣ୍ଟ ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଇପାରେ। ମୋଦିଙ୍କ ମିଶନ ଅବ୍ କି ବାର୍ ଚାର୍ ସୋ ପାର୍‌କୁ ପୂରଣ କରିବା ପାଇଁ ବିଜେପିର ଏହା ବଡ଼ ଷ୍ଟ୍ରାଟେଜି ବୋଲି କୁହାଯାଉଛି। ଜାତୀୟ ସ୍ତରରେ ନୂଆ ପାର୍ଟନର ଖୋଜିବା ସହିତ ପୁରୁଣା ସହଯୋଗୀଙ୍କୁ ମଧ୍ୟ ନିଜ କ୍ୟାଂପକୁ ଟାଣୁଛି ବିଜେପି।

Advertisment

ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ହୋଇଥିବା ବିଜେପିର କୋର୍ କମିଟି ବୈଠକ ପରେ ସୂଚନା ମିଳିଛି ଯେ, ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ।

ସେତେବେଳେ ହୁଏତ ଗୋଟିଏ ମଞ୍ଚରେ ବିଜେଡି ଓ ବିଜେଡି ମିଳିତ ଭାବେ ମେଣ୍ଟ ହେବାର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ସିଟ୍ ଭାଗବଣ୍ଟା ମଧ୍ୟ ପ୍ରାଥମିକ ସ୍ତରରେ ଛିଣ୍ଡିଛି । ବିଜେପି ଭାଗରେ ୧୪ରୁ ଅଧିକ ଲୋକସଭା ସିଟ୍ ପଡ଼ିପାରେ । ମୋଦିଙ୍କ ମିଶନ ୪୦୦ ପାର୍ କୁ ଲକ୍ଷ୍ୟ ରଖି ଏପରି ରଣନୀତି ହୋଇଥିବା ସୂଚନା ମିଳିଛି ।

Advertisment

ଦେଖନ୍ତୁ ଭିଡିଓ | ବଢୁଛି NDA ର କଳେବର ଓ ଶକ୍ତି

BJP NDA General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ