Advertisment

ସତ ମାନିଲେ ମହୁଆ ମୋଇତ୍ରା; ହିରାନନ୍ଦାନୀଙ୍କୁ ଦେଇଥିଲେ ୟୁଜର ଆଇଡି ଓ ପାସୱର୍ଡ

ସାମ୍ନାକୁ ଆସିଲା ମହୁଆଙ୍କ ସତ। ଶେଷରେ ସତ ସ୍ୱୀକାର କଲେ ମହୁଆ। ନିଜର ସାଂସଦ ୟୁଜର ଆଇଡି ଓ ପାସଓ୍ୱାର୍ଡ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର।

Mahua Moitra

Mahua Moitra

Advertisment

ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ ଆଣିବା ପରେ ଟିଏମ୍ସି ସାଂସଦ ମହୁଆ ମୋଇତ୍ରା ଶେଷରେ ମାନିଛନ୍ତି ସତ। ସେ ଲୋକସଭାରୁ ତାଙ୍କ ପାଇଁ ଦିଆଯାଇଥିବା ୟୁଜର୍ ଆଇଡି ଓ ପାସଓ୍ୱାର୍ଡ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ତେବେ କେବଳ ପସାୱାର୍ଡ ଦ୍ୱାରା ଅନ୍ୟ କେହି ପ୍ରଶ୍ନ ସବମିଟ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହୁଆ। ସେହିଭଳି ହିରାନନ୍ଦାନୀଙ୍କଠାରୁ ବନ୍ଧୁ ଭାବେ କିଛି ଉପହାର ପାଇଥିବା ମାନିବା ସହ ଲାଞ୍ଚ ନେବା ଏବଂ ଦାମୀ ଉପହାର ପାଇଥିବା ଅଭିଯୋଗକୁ ମଧ୍ୟ ମିଥ୍ୟା ବୋଲି କହିଛନ୍ତି।

Advertisment

ସାମ୍ନାକୁ ଆସିଲା ମହୁଆଙ୍କ ସତ। ଶେଷରେ ସତ ସ୍ୱୀକାର କଲେ ମହୁଆ। ନିଜର ସାଂସଦ ୟୁଜର ଆଇଡି ଓ ପାସଓ୍ୱାର୍ଡ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର। ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, କେବଳ ପାସୱାର୍ଡ ଦ୍ୱାରା ଲଗଇନ କରାଯାଇପାରିବ ନାହିଁ। ପ୍ରଶ୍ନ ୱେବସାଇଟରେ ଛାଡିଲା ପାରେ ଏକ ଓଟିପି ଆସେ। ଏହା କେବଳ ମୋ ଫୋନକୁ ଆସିଥାଏ। ମୁଁ ଓଟିପି ଦେବାପରେ ପ୍ରଶ୍ନ ସବମିଟ୍ ହୋଇଥାଏ। ତେଣୁ ହିରାନନ୍ଦାନୀ ମୋ ୟୁଜର ଆଇଡି ଓ ପାସୱର୍ଡ ବ୍ୟବହାର କରି ପ୍ରଶ୍ନ ସବମିଟ କରିବା ଅଭିଯୋଗ ହାସ୍ୟାସ୍ପଦ ବୋଲି ମହୁଆ କହିଛନ୍ତି।

ସେହିଭଳି ସେ ହିରାନନ୍ଦାନୀଙ୍କ ଠାରୁ କୌଣସି ଲାଂଚ କିମ୍ବା ଦାମୀ ଉପହାର ନେବା ଖବରକୁ ଖଣ୍ଡନ କରିଛନ୍ତି। ତେବେ ସେ ତାଙ୍କଠାରୁ କେବଳ ଏକ ସ୍କାର୍ଫ, କିଛି ଲିପଷ୍ଟିକ ଏବଂ କିଛି ମେକ-ଅପ୍ ସାମଗ୍ରୀ ପାଇଛନ୍ତି। ଜଣେ ଭଲ ବନ୍ଧୁ ଭାବରେ ଉପହାରସ୍ୱରୂପ ଏହା ପାଇଥିବା ସେ କହିଛନ୍ତି।

Advertisment

ମହୁଆଙ୍କ ଏହି ସ୍ୱୀକାରୋକ୍ତି ସାମ୍ନାକୁ ଆସିବା ପରେ ତାଙ୍କ ଅଡୁଆ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏଥିକ୍ସ କମିଟି ଅକ୍ଟୋବର ୩୧ ତାରିଖରେ ମହୁଆଙ୍କୁ ହାଜର ହେବାକୁ କହିଛି। ତେବେ ହାଜର ପାଇଁ ମହୁଆ ଅଧିକ ସମୟ ମାଗିବାପରେ କମିଟି ତାଙ୍କୁ ନଭେମ୍ବର ୨ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

TMC Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ